ମଲାଇକାଙ୍କ ଶୋ'ରେ ନଜର ଆସିବେ ଅରବାଜ-ଅର୍ଜୁନ ! ବ୍ୟକ୍ତିଗତ ଜୀବନ ବିଷୟରେ କରିବେ ଆଲୋଚନା

ମଲାଇକାଙ୍କ ଶୋ'ରେ ନଜର ଆସିବେ ଅରବାଜ-ଅର୍ଜୁନ ! ବ୍ୟକ୍ତିଗତ ଜୀବନ ବିଷୟରେ କରିବେ ଆଲୋଚନା

ମୁମ୍ବାଇ: ଆଜ୍ଞା ମାୟାନଗରୀର ମାୟା ବୁଝିବା ଟିକେ କଷ୍ଟ । ଏଠି ସମୟ ସହ ବଦଳିଯାଏ ସମ୍ପର୍କର ସଜ୍ଞା । କେତେବେଳେ ଏଠି ଶତ୍ରୁ ପାଲଟିଯାଏ ବନ୍ଧୁ ତ ପୁଣି କେବେ ବନ୍ଧୁ ନଜର ଆସିଥାଏ ଶତ୍ରୁ ଚରିତ୍ରରେ । ଆଜି ଠିକ୍ ଏପରି ଏକ ସମ୍ପର୍କ ବିଷୟରେ ଆମେ ଆପଣଙ୍କୁ ଜଣାଇବୁ । ଜଣେ ଏପରି ଅଭିନେତ୍ରୀ ଯାହାଙ୍କ ଲୁକ୍, ଫିଟନେସ୍, ସହିତ ତାଙ୍କ ପର୍ସନାଲ ଲାଇଫ୍ ମଧ୍ୟ ହେଡଲାଇନରେ ରହିଥାଏ । ଖାସ୍ କରି ତାଙ୍କ ପ୍ରେମକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ । ନିଜ ବ୍ୟକ୍ତିଗତ ଜୀବନକୁ ଯେତେ ପରଦା ଢାଙ୍କି ରଖିବା ପାଇଁ ଚେଷ୍ଟା କଲେ ବି ତାଙ୍କର ପ୍ରତ୍ୟକ ହରକତ୍ ଉପରେ ରହିଥାଏ ଜନତାଙ୍କ ତୀକ୍ଷ୍ଣ ନଜର । ଯେଉଁଥି ପାଇଁ ତାଙ୍କୁ ଅନେକ ଥର ସମାଲୋଚନାର ଶିକାର ମଧ୍ୟ ହେବା ପାଇଁ ପଡିଥାଏ । ଆଜି ଆମେ ମଲାଇକା-ଅର୍ଜୁନ-ଅରବାଜ ଖାନ ବିଷୟରେ ଏକ ରୋମାଞ୍ଚକ ଖବର ଆପଣଙ୍କୁ ଜଣାଇବୁ ।

Malaika

ଏବେ ଦୁନିଆ ସାମ୍ନାରେ ଖୁଲମଖୁଲା ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବେ ଅଭିନେତ୍ରୀ ମଲାଇକା ଅରୋରା । ସୂଚନା ଅନୁସାରେ ଅଭିନେତ୍ରୀ ନିଜ ଭଉଣୀ ଅମୃତା ଅରୋରାଙ୍କ ସହ ଏକ ଚାଟ୍ ଶୋ'ଆରମ୍ଭ କରିବା ପାଇଁ ଯାଉଁଛନ୍ତି । ଯାହାର ନାଁ ଅରୋରା ସିଷ୍ଟର୍ସ । ଖୁବ ଶିଘ୍ର ଏହି ଶୋ' ଡିସ୍ନି ପ୍ଲସ୍ ହଟଷ୍ଟାରରେ ଦେଖିବା ପାଇଁ ମିଳିବ ।

ତେବେ ଖାସକଥା ହେଉଛି ଯେ ଏହି ଶୋ'ରେ ଗେଷ୍ଟ ଭାବେ ନଜର ଆସିବେ ମଲାଇକାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ଓ ପ୍ରେମିକ ଅର୍ଜୁନ କପୁର । ଏହି ଖବର ଆସିବା ପରଠୁ ହିଁ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ପିଙ୍କଭିଲ୍ଲା ରିପୋର୍ଟ ଅନୁସାରେ ମଲାଇକା ନିଜ ଶୋ'ରେ ଏହି ଦୁଇ ଅଭିନେତା ଅର୍ଥାତ୍ ଅରବାଜ ଓ ଅର୍ଜୁନଙ୍କୁ ଗେଷ୍ଟ ଭାବେ ନିମନ୍ତ୍ରଣ କରିବା ପାଇଁ ଯାଉଛନ୍ତି । ଯେଉଁଠି ସେ ଉଭୟଙ୍କ ସହ ନିଜ ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିବେ ।

ଯଦିଓ ଉଭୟ ଏକାଠି ନଜର ଆସିବେ ନାହିଁ । ଅର୍ଥାତ୍ ଅଲଗା ଅଲଗା ଏପିସୋଡରେ ଅରବାଜ ଓ ଅର୍ଜୁନଙ୍କୁ ଦେଖିବା ପାଇଁ ମିଳିବ । ଏହି ଶୋ'ରେ ସମସ୍ତଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣିବା ପାଇଁ ପାଇବେ ଦର୍ଶକ । ଏହି ଖବର ଭାଇରାଲ ହେବ ପରେ ଶୋ'କୁ ନେଇ ଦର୍ଶକଙ୍କ ଉତ୍ସାହ ମଧ୍ୟ ବଢିଯାଇଛି । ଏହା ସହ ମଲାଇକା ଓ ଅମୃତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଅନେକ ଗୁପ୍ତ କଥା ଜାଣିବା ପାଇଁ ମିଳିବ ।

MLAIKA ARJUN

କିଛି ଦିନ ପୂର୍ବରୁ ବଲିଉଡର ଚର୍ଚ୍ଚିତ ଲଭବାର୍ଡ ଅର୍ଜୁନ-ମଲାଇକାଙ୍କ ଏକ ଡ୍ୟାନ୍ସ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଭିଡିଓରେ ଉଭୟ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏହି ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ସହ ମଲାଇକା-ଅର୍ଜୁନଙ୍କ ବିବାହକୁ ନେଇ ଅନେକ ପ୍ରଶ୍ନ ପଚାରିଥିଲେ ଦର୍ଶକ । ତେବେ ସୂଚନା ଅନୁସାରେ ଏହି ଯୋଡି ଚଳିତ ବର୍ଷ ଶେଷ ସୁଦ୍ଧା ବିବାହ କରିପାରନ୍ତି । ଅନେକ ସମୟରେ ଏହି ଦୁଇ ଷ୍ଟାର ଏକାଠି ଛୁଟି ମନାଉଥିବା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+