ସର୍ଟ ଡ୍ରେସରେ ନଜର ଆସିଲେ ଅନୁଷ୍କା, ଫିଟ୍‌ନେସର ହେଲା ପ୍ରଶଂସା

Anuska Sharma:Anuska Sharma Shows New Glamorous Look On Casual Outfit ସର୍ଟ ଡ୍ରେସରେ ନଜର ଆସିଲେ ଅନୁଷ୍କା, ପାର୍କରେ ବିତାଇଲେ ସମୟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ଦୀର୍ଘ ଦିନ ହେବ ସେ ସିନେମା ଜଗତରୁ ଦୂରେଇ ରହିଛନ୍ତି । ହେଲେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରୁହନ୍ତି ଅନୁଷ୍କା । ସ୍ୱାମୀ ବିରାଟ ଓ ଝିଅଙ୍କ ସହ ଅନେକ ଫଟୋ ସେୟାର କରିଥାନ୍ତି ଅଭିନେତ୍ରୀ । ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲି ଏବଂ ଝିଅ ଭାମିକାଙ୍କ ସହ ୟୁରୋପରୁ ଫେରିଛନ୍ତି । ଏହାରି ମଧ୍ୟରେ ଅନୁଷ୍କା ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଛନ୍ତି । ଆଜି ଅନୁଷ୍କାଙ୍କ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଅନୁଷ୍କାଙ୍କ ଏହି ଦୁଇଟି ଫଟୋକୁ ଫ୍ୟାନ୍ସ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି । ନିଜ ଚୁଲବୁଲି ଅନ୍ଦାଜରେ ସେ ନିଜ ପ୍ରଶଂସକଙ୍କର ମନ ଜିଣି ଥାନ୍ତି । ଏହି ଫଟୋରେ ସେ ଏକ ପାର୍କ ବେଞ୍ଚରେ ବସିଥିବାର ନଜର ଆସୁଛନ୍ତି । ହଳଦୀଆ ରଙ୍ଗର ଡ୍ରେସ୍‌ ସହ କଳା ଚଷମାରେ ନଜର ଆସୁଛନ୍ତି ଅନୁଷ୍କା । ଫଟୋ ସେୟାର କରି ଅନୁଷ୍କା କ୍ୟାପସନ୍‌ରେ ଲେଖିଛନ୍ତି ପାର୍କରେ ବୁଲିବା ଏବଂ ବେଞ୍ଚରେ ବସିବାଠାରୁ ଭଲ ଆଉ କ'ଣ ବା ହୋଇପାରେ ।

anushka

ସେପଟେ ନିଜ ଆସନ୍ତା ଫିଲ୍ମ ପାଇଁ ବିଜି ଅଛନ୍ତି ଅନୁଷ୍କା । ପୁଣି ନିଜ ଅଭିନୟରେ ଧମାଲ କରିବାକୁ ଫେରୁଛନ୍ତି । ତାହା ପୁଣି କ୍ରିକେଟ୍‌ ମଇଦାନ୍‌ରେ। ସେ ଝୁଲଣ ଗୋସ୍ଵାମୀଙ୍କ ଚରିତ୍ରରେ ପଡିଆରେ କ୍ରିକେଟ୍‌ ଖେଳୁଥିବାର ନଜର ଆସିବେ ଅନୁଷ୍କା । ଏହି ଫିଲ୍ମ ପାଇଁ ସେ ଖୁବ ପରିଶ୍ରମ ମଧ୍ୟ କରୁଛନ୍ତି । ପ୍ରସିତ ରୟଙ୍କ ନିର୍ଦ୍ଦେଶିତ ଫିଲ୍ମ ଚକଦା ଏକ୍ସପ୍ରେସରେ ଅନୁଷ୍କା ନଜର ଆସିବେ। ଏହି ଚଳଚ୍ଚିତ୍ର ମହିଳା ଦଳର ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ। ଝୁଲଣ କ୍ରିକେଟ୍ ଖେଳିବା ପାଇଁ କିପରି ନିଷ୍ପତ୍ତି ନେଇଥିଲେ । ଏହି ଫିଲ୍ମର ଦେଖିବା ପାଇଁ ମିଳିବ ତେବେ ୪ ବର୍ଷ ପରେ ପୁଣି ଏହି ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରିବେ ଅନୁଷ୍କା ଶର୍ମା । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର ୧୦ ରେ ରିଲିଜ୍‌ ହେବା ପାଇଁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+