ଅନୁଷ୍କା କନଫର୍ମ କଲେ ପ୍ରେଗନେନ୍ସି ! ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ
Anushka Sharma Second Pregnancy: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଯୋଡି କାହାକୁ ବା ନା ପସନ୍ଦ । ଏହି ସୁନ୍ଦର ଦମ୍ପତିଙ୍କ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଥାନ୍ତି । ହେଲେ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରନ୍ତି କିନ୍ତୁ ଅମୁଷ୍କା-ବିରାଟ ପ୍ରାୟତଃ ଲାଇମଲାଇଟରେ ରହିଥାନ୍ତି । ଏବେ ପୁଣି ଥରେ ଅନୁଷ୍କା ଏବଂ ବିରାଟଙ୍କ ଘରେ ହସଖୁସିରେ ପରିପୂର୍ଣ୍ଣ ହେବାକୁ ଯାଉଛି ।

ଦୀର୍ଘ ଦିନ ଧରି ଅନୁଷ୍କାଙ୍କ ପ୍ରେଗନେନ୍ସିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ହେଲେ ଏହି ଖବରକୁ ନେଇ ବିରାଟ-ଅନୁ୍ଷ୍କା କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଅନୁଷ୍କା ସ୍ୱାମୀ ବିରାଟଙ୍କ ସହ ନଜର ଆସୁଛନ୍ତି ଏବଂ ଏହି ଭିଡିଓରେ ଅନୁଷ୍କାଙ୍କର ବେବି ବମ୍ପ ଦେଖିବାକୁ ମିଳୁଛି । ତେବେ ଭିଡିଓ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ, ଅଭିନେତ୍ରୀ ପୁଣି ମା'ହେବାକୁ ଯାଉଛନ୍ତି ।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ଏକାଠି ବେଙ୍ଗାଲୁରୁରେ ଦେଖିବାକୁ ମିଳିଥିଲା । ଉଭୟଙ୍କୁ ଏକ ହୋଟେଲରୁ ବାହାରକୁ ଆସୁଥିବା ବେଳେ ସ୍ପଷ୍ଟ କରାଯାଇଥିଲା । ଏହି ସମୟରେ ଅନୁଷ୍କା ତାଙ୍କ ସ୍ୱାମୀ ବିରାଟଙ୍କ ହାତ ଧରି ଯାଉଥିଲେ ଏବଂ ନିଜ ବେବି ବମ୍ପକୁ ଲୁଚାଉଥିବାର ଦେଖିବାକୁ ମିଳିଥିଲା । ଉଭୟଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକଙ୍କ ଖୁସି ମଧ୍ୟ ଦ୍ୱିଗୁଣ ହୋଇଯାଇଛି । ବର୍ତ୍ତମାନ ସବୁଠି ଅନୁଷ୍କା ଶର୍ମାଙ୍କ ଦ୍ୱିତୀୟ ପ୍ରେଗନେନ୍ସିକୁ ନେଇ ଚର୍ଚ୍ଚା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବିରାଟ- ଅନୁଷ୍କାଙ୍କ ତରଫରୁ କୌଣସି କନଫରମେସନ୍ ମିଳି ନାହିଁ । ଏବେ ଦେଖିବା ବାକି ରହିଲା ଅନୁଷ୍କା-ବିରାଟ କେବେ ନିଜ ଖୁସି ଫ୍ୟାନ୍ସଙ୍କ ସହ ସେୟାର କରୁଛନ୍ତି ।












Click it and Unblock the Notifications