ପୁଣି ବାପା ହେବେ ବିରାଟ କୋହଲି ! ଜାଣନ୍ତୁ ଗର୍ଭବତୀ ଅଛନ୍ତି କି ଅନୁଷ୍କା ଶର୍ମା !
Anushka Sharma Second Pregnancy: ଆଇସିସି କ୍ରିକେଟ୍ ବିଶ୍ୱକପ୍ 2023 ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଘରେ ଖୁସିର ମାହୋଲ । ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ଯେ, ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ପୁଣି ପିତାମାତା ହେବା ପାଇଁ ଯାଉଛନ୍ତି । ଖବର ଅନୁସାରେ, ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଗର୍ଭବତୀ ଅଛନ୍ତି । ହେଲେ ବିରାଟ କୋହଲି ବା ଅନୁଷ୍କା ଶର୍ମା ଏ ସମ୍ପର୍କରେ କୌଣସି ଅଫିସିାଲ୍ ସୂଚନା ଦେଇ ନାହାଁନ୍ତି ।
ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାର, ବଲିଉଡ ଅଭିନେତ୍ରୀ ତଥା ନିର୍ମାତା ଅନୁଷ୍କା ଶର୍ମା ଦ୍ୱିତୀୟ ଥର ଗର୍ଭବତୀ ଅଛନ୍ତି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଖୁବ୍ ଶୀଘ୍ର ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଏହି ଖୁସି ଖବର ସେମାନଙ୍କ ପ୍ରଶଂସକଙ୍କ ସହ ସେୟାର କରିପାରନ୍ତି । ବର୍ତ୍ତମାନ ପାଇଁ, ଉଭୟ ଏହି ଖବରକୁ ବ୍ୟକ୍ତିଗତ ରଖିଛନ୍ତି । ଏବଂ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବାର ନିଷ୍ପତ୍ତି ନେଇଛନ୍ତି ।

କିଛି ଦିନ ପୂର୍ବରୁ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମୁମ୍ବାଇର ଏକ ମାତୃତ୍ୱ ଚିକିତ୍ସାଳୟ ବାହାରେ ନଜର ଆସିଥିଲେ । ସେହି ସମୟରେ ଦୁହେଁ ଫଟୋ ନ ଉଠାଇବା ପାଇଁ ଏବଂ ଭାଇରାଲ ନକରିବାକୁ ମିଡିଆକୁ ଅନୁରୋଧ କରିଥିଲେ । ସେ ପାପାରାଜିଙ୍କୁ କହିଥିଲେ ଯେ, ଖୁବ ଶୀଘ୍ର ସୋସିଆଲ ମିଡିଆରେ ଏହି ଖବର ସେ ଘୋଷଣା କରିପାରନ୍ତି ବୋଲି ମଧ୍ୟ ସେଲିବ୍ରିଟି ଦମ୍ପତ୍ତି କହିଥିଲେ । ଅନୁଷ୍କା ଶର୍ମା ଦୀର୍ଘ ଦିନ ହେବ କ୍ୟାମେରା ସାମ୍ନାରୁ ଗାୟବ ଥିଲେ ଏବଂ ବର୍ତ୍ତମାନ ଅନୁମାନ କୁହାଯାଉଛି ଯେ ଦ୍ୱିତୀୟ ଗର୍ଭଧାରଣ ଏହାର ପ୍ରକୃତ କାରଣ ବୋଲି ।
ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ନିଜ ବିରାଟ-ଅନୁଷ୍କା ବ୍ୟକ୍ତିଗତ ପ୍ରସଙ୍ଗକୁ ପ୍ରାଇଭେଟ୍ ରଖିବା ପାଇଁ ଚାହାଁନ୍ତି । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ମୁମ୍ବାଇରେ ଉପସ୍ଥିତ ଥାଇ ମଧ୍ୟ ଅମ୍ବାନୀ ପରିବାରର ଗଣେଶ ପୂଜାରେ ଯୋଗ ଦେଇ ନଥିଲେ । ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଭାମିକା ନାମକ ଏକ ୨ ବର୍ଷର ଝିଅ ଅଛି ।
ଏହି ଦମ୍ପତି ଏପର୍ଯ୍ୟନ୍ତ ନିଜ ଝିଅର ଚେହେରା ଲୋକଙ୍କୁ ଦେଖାଇ ନାହାଁନ୍ତି । ଏକ ସାକ୍ଷାତକାରରେ ବିରାଟ କହିଥିଲେ ଯେ, ସେ ଏବଂ ଅନୁଷ୍କା ନିଷ୍ପତ୍ତି ନେଇଛନ୍ତି ଯେ ସେ ଅର୍ଥାତ୍ ତାଙ୍କ ଝିଅ ସବୁ ଜାଣିବା ଏବଂ ନ ବୁଝିବା ପର୍ଯ୍ୟନ୍ତ ଭାମିକାର ଫଟୋ ସୋସିଆଲ ମିଡିଆରେ ସେୟାର କରିବେ ନାହିଁ ।
-
୩୧ ରାଜ୍ୟସଭା ସାଂସଦ କୋଟିପତି -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଚିଠି ଗୋଟେ ଅଫିସରୁ ବସି ଟାଇପ୍ ହୋଇଛି, ଏମାନେ ଦସ୍ତଖତ କରିଛନ୍ତି ; ପ୍ରମିଳା ମଲ୍ଲିକ -
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି; ଚୁକ୍ତିଭିତ୍ତିକ ସ୍କିମାଟିକ୍ ଜୁନିୟର ଶିକ୍ଷକଙ୍କୁ ନିୟମିତ କର୍ମଚାରୀ ମାନ୍ୟତା










Click it and Unblock the Notifications