କାନ୍ସ ଫିଲ୍ମ ଫେସଟିଭାଲରେ ଡେବ୍ୟୁ କରିବେ ଅନୁଷ୍କା ଶର୍ମା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଚଳିତ ମାସ ଶେଷରେ French Riviera ଯାଉଛନ୍ତି। ଖବର ଅନୁଯାୟୀ ଅନୁଷ୍କା ଶର୍ମା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିବେ ଯେଉଁଠାରେ ସେ ଓସ୍କାର ବିଜେତା ଅଭିନେତ୍ରୀ କେଟ୍ ୱିନ୍ସଲେଟଙ୍କ ସହ ଚଳଚ୍ଚିତ୍ର ଜଗତର କିଛି ମହିଳାମାନଙ୍କୁ ସମ୍ମାନିତ କରିବେ ।
ଏହି କାର୍ଯ୍ୟକ୍ରମରେ ଅନୁଷ୍କାଙ୍କ ଉପସ୍ଥିତି ଭାରତରେ ଥିବା ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ ଲେନେନଙ୍କ ଦ୍ୱାରା ନିଶ୍ଚିତ ହୋଇଛି। ସେ କହିଛନ୍ତି ଯେ ଅନୁଷ୍କା ଶର୍ମା ତାଙ୍କ ସ୍ୱାମୀ ବିରାଟ କୋହଲିଙ୍କ ସହ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ନଜର ଆସିବେ ।

ଫ୍ରାନ୍ସର ରାଷ୍ଟ୍ରଦୂତ କିଛି ଫଟୋ ସେୟାର କରି ଟ୍ୱିଟରରେ ଲେଖିଛନ୍ତି - ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଭେଟିବା ଏକ ଆନନ୍ଦଦାୟକ ଅନୁଭବ ଥିଲା । ଆଗାମୀ ଟୁର୍ନାମେଣ୍ଟ ପାଇଁ ମୁଁ ବିରାଟ ଏବଂ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛି । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଅନୁଷ୍କା ଶର୍ମାଙ୍କ ଡେବ୍ୟୁ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି । ରାଷ୍ଟ୍ରଦୂତ ଏହି ଷ୍ଟାର ଦମ୍ପତିଙ୍କ ସହ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି ।
ଏହି ଫଟୋ ଭାଇରାଲ ହେବା ପରେ ଅନୁଷ୍କା ଶର୍ମାଙ୍କୁ ଫ୍ୟାନ୍ସ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି । ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ ଦେଖିବା ପାଇଁ ମିଳୁଛି । ଜଣେ ୟୁଜର ଲେଖିଛନ୍ତି, ହେ ଭଗବାନ ... ମୁଁ ବହୁତ ଉତ୍ସାହିତ ଅଛି । ଏଥିସହିତ ଜଣେ ପ୍ରଶଂସକ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ରାଜା ଏବଂ ରାଣୀ ବୋଲି କହିଛନ୍ତି ।
A pleasure meeting @imVkohli and @AnushkaSharma!
I wished Virat & #TeamIndia all the best for the upcoming tournaments, and discussed Anushka's trip to #CannesFilmFestival.🏏 🎞️ pic.twitter.com/ex5zfzo1oZ
— Emmanuel Lenain (@E_Lenain) May 4, 2023
କାନ୍ସ ଫିଲ୍ମ ଫେଷ୍ଟିଭାଲ ୧୬ ମଇରୁ ଆରମ୍ଭ ହେବ । ଏହା କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୬ ତମ ସଂସ୍କରଣ ଯାହା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଅନେକ ବଲିଉଡ ଅଭିନେତ୍ରୀ ଏହି ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିଛନ୍ତି ଏବଂ ଅନେକ ବିଳାସପୂର୍ଣ୍ଣ ବ୍ରାଣ୍ଡର ଅଂଶ ଭାବରେ ରେଡ କାର୍ପେଟରେ ନିଜ ଜଲୱା ଦେଖାଇଛନ୍ତି ।












Click it and Unblock the Notifications