Get Updates
Get notified of breaking news, exclusive insights, and must-see stories!

ଦ୍ୱିତୀୟ ସନ୍ତାନଙ୍କୁ ଲଣ୍ତନରେ ଜନ୍ମ ଦେବେ ଅନୁଷ୍କା ଶର୍ମା, ଏହି ଖାସ୍ ବ୍ୟକ୍ତି ଦେଲେ ସୂଚନା

Anusha Sharma Pregnancy: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ମିଡିଆରେ ଚର୍ଚ୍ଚା ଲାଗି ରହିଥାଏ । ବର୍ତ୍ତମାନ ଉଭୟ ନିଜ ଦ୍ୱିତୀୟ ସନ୍ତାନଙ୍କୁ ସ୍ୱାଗତ କରିବା ପାଇଁ ଯାଉଛନ୍ତି ବୋଲି କୁହାଯାଉଛି । ବିରାଟ ଦ୍ୱିତୀୟ ସନ୍ତାନର ବାପା ହେବା ପାଇଁ ଯାଉଛନ୍ତି ଏହି ଖବର କ୍ରମାଗତ ଭାବେ ହେଡଲାଇନରେ ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ଦମ୍ପତି ଏ ବିଷୟରେ କୌଣସି ଅଫିସିଆଲ୍ ଘୋଷଣା କରିନାହାଁନ୍ତି। ଏସବୁ ମଧ୍ୟରେ ସୋସିଆଲ ମିଡିଆରୁ ବର୍ତ୍ତମାନ ଏକ ସୂଚନା ଆସୁଛି ଯେ ଏହି ଦମ୍ପତି ସେମାନଙ୍କର ଦ୍ୱିତୀୟ ଶିଶୁକୁ ଦେଶରେ ନୁହେଁ ବରଂ ବିଦେଶରେ ସ୍ୱାଗତ କରିବା ନେଇ ଯୋଜନା କରିଛନ୍ତି ।

ପ୍ରକୃତରେ, ବ୍ୟବସାୟୀ ହର୍ଷ ଗୋଏଙ୍କା ଅଭିନେତ୍ରୀଙ୍କ ଗର୍ଭଧାରଣ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ଯାହା ଆଜି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ନିକଟରେ ସେ ତାଙ୍କ ଏକ୍ସ ଆକାଉଣ୍ଟରେ ଏକ ଟୁଇଟ୍ କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି ଯେ 'କିଛି ଦିନ ମଧ୍ୟରେ ଏକ ଶିଶୁ ଜନ୍ମ ହେବାକୁ ଯାଉଛି। ଏବେ ଦେଖିବା ବାକି ରହିଲା ଯେ ପିଲାଟି ନିତ ପିତାଙ୍କ ପରି କ୍ରିକେଟର ହେବେ ନା ମା'ଙ୍କ ପରି ଚଳଚ୍ଚିତ୍ର ଜଗତରେ ନିଜ କ୍ୟାରିୟର ଗଢିବେ ।

Anushka Sharma

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଲାଟି ଲଣ୍ଡନରେ ଜନ୍ମ ନେଇ ପାରେ । ହର୍ଷ ଗୋଏଙ୍କାଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 2020 ରେ ବିରାଟ କୋହଲି ଅନୁଷ୍କାଙ୍କ ଗର୍ଭଧାରଣ ବିଷୟରେ ସୂଚନା ସୋସିଆଲ ମିଡିଆରେ ଦେଇଥିଲେ। ଜାନୁଆରୀ 2021 ରେ ଅନୁଷ୍କା ଏକ ଝିଇ ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ତେବେ ଏହି ଦମ୍ପତି ଏପର୍ଯ୍ୟନ୍ତ ନିଜ ଝିଅ ଭାମିକାଙ୍କୁ ମିଡିଆ ଏବଂ ସୋସିଆଲ ମିଡିଆରୁ ଦୂରରେ ରଖିଛନ୍ତି । ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ୍ ରଖିବା ପାଇଁ ପସନ୍ଦ କରନ୍ତି ।

ଅନୁଷ୍କା ଶର୍ମା ଖୁବ ଶୀଘ୍ର କ୍ରୀଡା ଡ୍ରାମା ଫିଲ୍ମ 'ଚକଡା ଏକ୍ସପ୍ରେସ'ରେ ନଜର ଆସିବେ। ଏହି ଅଭିନେତ୍ରୀ ଫିଲ୍ମର ସୁଟିଂ ଶେଷ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଶୀଘ୍ର OTT ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ । ପ୍ରଶଂସକମାନେ ତାଙ୍କ ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+