ସେଲ୍ସ ଟ୍ୟାକ୍ସର ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ଅନୁଷ୍କା ଶର୍ମା

ଟିକସକୁ ନେଇ ବିବାଦରେ ଅନୁଷ୍କା, କୋର୍ଟ ଗଲେ ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଚର୍ଚ୍ଚାରେ । କିନ୍ତୁ ଏଥର ଏହାର କାରଣ ଚଳଚ୍ଚିତ୍ର ନୁହେଁ ବରଂ ଆଇନଗତ ଅଟେ । ଅଭିନେତ୍ରୀ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ୨୦୧୨-୧୩ ଏବଂ ୨୦୧୩-୨୦୧୪ ଆର୍ଥିକ ବର୍ଷ ପାଇଁ ଡେପୁଟି କମିଶନର୍ ଅଫ୍ ସେଲ୍ସ ଟ୍ୟାକ୍ସର ଦୁଇଟି ଆଦେଶକୁ ସେ ଚ୍ୟାଲେଞ୍ଜ କରିଛନ୍ତି । ଏହି ମାମଲାର ଶୁଣାଣି ଫେବୃଆରୀ ୬ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତିନି ସପ୍ତାହ ମଧ୍ୟରେ ଆବେଦନ ଉପରେ ଜବାବ ଦେବାକୁ କୋର୍ଟ ସେଲ୍ ଟ୍ୟାକ୍ସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Anushka Sharma
ବିକ୍ରୟ କର ବିଭାଗ ଦେଇଥିବା ନିର୍ଦ୍ଦେଶକୁ ବାତିଲ କରିବାକୁ ଅନୁଷ୍କା ଶର୍ମା କୋର୍ଟଙ୍କ ଅନୁରୋଧ କରିଛନ୍ତି । ୨୦୧୨-୧୩, ୨୦୧୨-୧୪, ୨୦୧୪-୧୫ ଏବଂ ୨୦୧୫ ରୁ ୧୬ ମୂଲ୍ୟାଙ୍କନ ବର୍ଷ ପାଇଁ ସେ ୪ଟି ଆବେଦନ କରିଛନ୍ତି ।

ଅନୁଷ୍କା ଶର୍ମା ଅଦାଲତଙ୍କୁ ବକ୍ରୟ ଟିକସ ବିଭାଗର ଆଦେଶ ବାତିଲ କରିବା ପାଇଁ ଅନୁରୋଧ କରିଛନ୍ତି । ଟିକସ ଅଧିକାରୀ ମାନେ ତାଙ୍କୁ ଜଣେ ଅଭିନେତା କିମ୍ବା ପ୍ରଦର୍ଶନକାରୀଙ୍କ ପାଇଁ ପ୍ରଯୁଜ୍ୟ ହାର ଅପେକ୍ଷା ଅଧିକ ହାରରେ ଟିକସ ଆକଳନ କରିଛନ୍ତି । ସେହିପରି ତାଙ୍କ ଆବେଦନ ଅନୁଯାୟୀ, ତାଙ୍କୁ ଜଣେ ଅଭିନେତା ପାଇଁ ନୁହେଁ ବରଂ ପୁରସ୍କାର କାର୍ଯ୍ୟକ୍ରମରେ ଆଙ୍କର୍ ପାଇଁ ଟିକସ୍ ଦେବା ପାଇଁ ନୋଟିସ୍ ଜାରି କରାଯାଇଛି । ୨୦୧୨-୧୩ରେ ତାଙ୍କୁ ୧.୨ କୋଟି ଟିକସ ଦେବା ପାଇଁ କୁହାଯାଇଛି । ସେହିପରି ଏହାର ପର ବର୍ଷ ମଧ୍ୟ ତାଙ୍କୁ ୧.୬ କୋଟିର ଟିକସ ଦେବାକୁ ଆଉ ଏକ ନୋଟିସ୍ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+