ଚର୍ଚ୍ଚାରେ ବିରାଟଙ୍କ ଜନ୍ମଦିନରେ ଅନୁଷ୍କା ପୋଷ୍ଟ, ଫ୍ୟାନ୍ସ କହିଲେ ତୁମେ ତାଙ୍କ ସହ ଏପରି କରି ପାରିବ ନାହିଁ !

ଚର୍ଚ୍ଚାରେ ବିରାଟଙ୍କ ଜନ୍ମଦିନରେ ଅନୁଷ୍କା ପୋଷ୍ଟ, ଫ୍ୟାନ୍ସ କହିଲେ ତୁମେ ତାଙ୍କ ସହ ଏପରି କରି ପାରିବ ନାହିଁ !

ମୁମ୍ବାଇ: ଷ୍ଟାର ଭାରତୀୟ କ୍ରିକେଟର ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଆଜି ୩୪ ବର୍ଷ ବୟସ ହୋଇଛି । ୫ ନଭେମ୍ବର ୧୯୮୮ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ବିରାଟ । ତେବେ ବିରାଟଙ୍କ ଜନ୍ମଦିନରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କୁ ଏକ ବିଶେଷ ଢଙ୍ଗରେ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଅନୁଷ୍କା ତାଙ୍କ ସ୍ୱାମୀ ବିରାଟଙ୍କର କିଛି ଫନି ଫଟୋ ସୋସିଆଲ ମିଡିଆରେ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

anushka sarma

ଏପରି ଢଙ୍ଗରେ ଶୁଭେଚ୍ଛା ଜଣାଇଲେ ଅନୁଷ୍କା
ଅନୁଷ୍କା ଶର୍ମା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ବିରାଟ କୋହଲିଙ୍କର କିଛି ମଜାଳିଆ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ବିରାଟଙ୍କ ଅନ୍ଦାଜ୍, ତାଙ୍କ ଏକ୍ସପ୍ରେସନ୍ ଫ୍ୟାନ୍ସଙ୍କ ମନ ଜିଣୁଛି । ଏକ ସୁନ୍ଦର ପୋଷ୍ଟ ସହ କିଛି ଫଟୋ ସେୟାର କରିଛନ୍ତି ଅନୁଷ୍କା ।

ବିରାଟ କୋହଲିଙ୍କ ପ୍ରତିକ୍ରିୟା
ଅନୁଷ୍କାଙ୍କ ପୋଷ୍ଟରେ ବିରାଟ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କିଛି ସ୍ମାଇଲି ଇମୋଜି ସହ ହାର୍ଟ ଇମୋଜି ମଧ୍ୟ ପୋଷ୍ଟ କରି ଅନୁଷ୍କାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇମୋଟିକନ୍ ସହିତ ଅନୁଷ୍କାଙ୍କ ପୋଷ୍ଟରେ ବିରାଟ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

୨୦୧୭ରେ ବିରାଟ ଅନୁଷ୍କାଙ୍କୁ ବିବାହ କରିଥି
ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ୍ କରିବା ପରେ ଅନୁଷ୍କା ଏବଂ ବିରାଟ ୨୦୧୭ ରେ ଇଟାଲୀରେ ଖୁବ କମ ଲୋକଙ୍କ ଗହଣରେ ବିବାହ କରିଥିଲେ । ଅନୁଷ୍କା ବର୍ତ୍ତମାନ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଚକଦା ଏକ୍ସପ୍ରେସ'ର ସୁଟିଂରେ ବ୍ୟସ୍ତ ଥିବାବେଳେ ବିରାଟ କୋହଲି ଟି -20 ବିଶ୍ୱକପରେ ବ୍ୟସ୍ତ ଅଛନ୍ତି । ଏହା ସତ୍ତ୍ୱେ ଦୁହେଁ ସବୁବେଳେ ପରସ୍ପର ପାଇଁ ସମୟ ବାହାର କରିବା ପାଇଁ ଭୁଲନ୍ତି ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+