ପ୍ରସିଦ୍ଧ ଟେଲିଭିଜନ ତାରକା ନିତେଶ ପାଣ୍ତେଙ୍କ ଦେହାନ୍ତ
ମୁମ୍ବାଇ: ପୁଣି ଟେଲି ଜଗତରରୁ ଆସିଲା ଦୁଃଖ ଖବର । ପ୍ରସିଦ୍ଧ ଟିଭି ସିରିଏଲ ଅଭିନେତା ନିତେଶ ପାଣ୍ତେଙ୍କର ଦେହାନ୍ତ ହୋଇଛି । ହୃଦ୍ଘାତ କାରଣରୁ ମେ 23 ତାରିଖ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । ଅଭିନେତା ମାତ୍ର 51 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ପ୍ରଥମେ ଟିଭି ଅଭିନେତା ଆଦିତ୍ୟ ସିଂ ରାଜପୁତଙ୍କ ମୃତ୍ୟୁ, ଏହା ପରେ ଆଜି ସକାଳେ ଟେଲିଭିଜନ ତାରକା ବୈଭବୀ ଉପାଧ୍ୟାୟଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଥିବା ବେଳେ ଏହାର ମାତ୍ର କିଛି ଘଣ୍ଟା ମଧ୍ୟରେ ହିଁ ଅନୁପମା ଧାରାବାହିକର ପ୍ରସିଦ୍ଧ କଳାକାର ନିତେଶ ପାଣ୍ତେଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିତେଶ ପାଣ୍ତେଙ୍କ ବିୟୋଗରେ ସାଧାରଣ ଲୋକଙ୍କ ଠାରୁ ସେଲିବ୍ରିଟଙ୍କ ପର୍ଯ୍ୟନ୍ତ ସମସ୍ତେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ନିତେଶ ପାଣ୍ତେ ଟିଭି ସିରିଏଲ୍ 'ଅନୁପମା'ରେ ରୁପାଲି ଗାଙ୍ଗୁଲିଙ୍କ ବନ୍ଧୁ ଦେବିକାଙ୍କ ସ୍ୱାମୀଙ୍କ ଚରିତ୍ରରେ ଅଭିନୟ କରୁଥିଲେ। ନିତେଶ ପାଣ୍ତେ ଦେହାନ୍ତ ଖବର ଲେଖକ ସିଦ୍ଧାର୍ଥ ନାଗର ନିଶ୍ଚିତ କରିଛନ୍ତି । ସେ ଫେସବୁକ୍ ପୋଷ୍ଟରେ ଏନେଇ ସୂଚନା ଦେଇଛନ୍ତି ।
ଗତ ୨୫ ବର୍ଷ ହେବ ତାଙ୍କୁ ଟେଲିଭିଜନ ଜଗତରେ ଭିନ୍ନ ଭିନ୍ନ କ୍ୟାରେକ୍ଟରେ ଦେଖିବା ପାଇଁ ମିଳିଥାଏ । ନିଜ ଅଭିନୟରେ ସେ ଜଣେ ଲୋକପ୍ରିୟ କଳାକାର ଭାବେ ନିଜ ଛବି ତିଆରି କରି ପାରିଥିଲେ ଏବଂ ଦର୍ଶକଙ୍କ ମନରେ ଏକ ସୁନ୍ଦର ଛବି ସେ ଆଜି ଛାଡି ଚାଲିଯାଇଛନ୍ତି ।
ସୂଚନାଥାଉ ଯେ, ନିତେଶ ପାଣ୍ତେ ୧୯୯୦ରୁ ଥିଏଟରରୁ ନିଜ ଅଭିନୟ କ୍ୟାରେୟର ଆରମ୍ଭ କରିଥିଲେ । ସିରିଏଲ ସହ ସେ ଅନେକ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବା ପାଇଁ ମିଳିଥିଲା । ହଣ୍ଟର, ଦବଙ୍ଗ-୨, ବାଜି, ମେରେ ୟାର କି ସାଦି ହୈ ପରି ସିନେମାରେ ତାଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଥିଲା । ଏହା ଛଡା ତାଙ୍କ ନିଜର ଡ୍ରିମ୍ କାଷ୍ଟଲ ପ୍ରଡକ୍ସନ ନାମକ ଏକ ପ୍ରଡକ୍ସନ ହାଉସ୍ ମଧ୍ୟ ରହିଛି












Click it and Unblock the Notifications