Oscars 2025: ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ 'ଅନୁଜା
ସମ୍ମାନଜନକ ଓସ୍କାର-୨୦୨୫ ଦୌଡ଼ରେ 'ଅନୁଜା। ବେଷ୍ଟ ଲାଇଭ୍ ଆକ୍ସନ ସର୍ଟ ଫିଲ୍ମ ବର୍ଗରେ ମନୋନୀତ। ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ 'ଅନୁଜା'। ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ 'ଅନୁଜା। ୯ ବର୍ଷୀୟ ଝିଅର ସଂଘର୍ଷମୟ କାହାଣୀ ଉପରେ ଆଧାରିତ ।

୯୭ତମ ଏକାଡେମୀ ପୁରସ୍କାର ପାଇଁ ମନୋନୟନ ଗୁରୁବାର ବୋୱେନ ୟାଙ୍ଗ ଏବଂ ରାଚେଲ ସେନଟ ଘୋଷଣା କରିଥିଲେ।
ଶ୍ରେଷ୍ଠ ଲାଇଭ ଆକ୍ସନ ସର୍ଟ ଫିଲ୍ମ ବର୍ଗ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ୧୮୦ଟି ଫିଲ୍ମ ମଧ୍ୟରୁ କେବଳ ପାଞ୍ଚଟି ଫିଲ୍ମ ଟ୍ରଫି ହାତେଇବା ପାଇଁ ଦୌଡ଼ରେ ସ୍ଥାନ ପାଇଛି। ଅନୁଜା ସହ ଏଲିଏନ, ଆଇ ଆମ ନଟ ଏ ରୋବୋଟ, ଦି ଲାଷ୍ଟ ରେଞ୍ଜର ଏବଂ ଏ ମ୍ୟାନ ହୁ ୱଡ ନଟ ରିମେନ ସାଇଲେଣ୍ଟକୁ ମଧ୍ୟ ମନୋନୀତ କରାଯାଇଛି।
ଓସ୍କାର ଘୋଷଣା ପରେ, ହିନ୍ଦୀ ଭାଷାର ଚଳଚ୍ଚିତ୍ର ଅନୁଜା ଚର୍ଚ୍ଚାକୁ ଆସିଛି। ଏହି ସିନେମାଟି ଲାଇଭ ଆକ୍ସନ ସର୍ଟ ବର୍ଗରେ ନୋମିନେଟ ହୋଇଛି। ବହୁତ କମ ଲୋକ ଜାଣନ୍ତି ଯେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏହି ଫିଲ୍ମର କାର୍ଯ୍ୟନିର୍ବାହୀ ପ୍ରଯୋଜକ। ଆଡାମ ଡି ଗ୍ରେଭ୍ସଙ୍କ ନିର୍ଦ୍ଦେଶିତ, ଅନୁଜା ଅନୁଜା ନାମକ ଏକ ୯ବର୍ଷର ଝିଅର କାହାଣୀ କହେ।
ସୂଚନାଯୋଗ୍ୟ, ତାଙ୍କୁ ତାଙ୍କ ଜୀବନରେ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡିବ, ଯାହା ତାଙ୍କ ଭବିଷ୍ୟତ ଏବଂ ପରିବାର ଉପରେ ସିଧାସଳଖ ପ୍ରଭାବ ପକାଇବ।












Click it and Unblock the Notifications