ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଟ୍ୱିଟ୍ କରି ଅଡିଓ କ୍ଲିପର ସତ୍ୟତା ପଚାରିଲେ ଅନୁଭବ
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଟ୍ୱିଟ୍ କରି ଅଡିଓ କ୍ଲିପର ସତ୍ୟତା ପଚାରିଲେ ଅନୁଭବ
କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଟ୍ୱିଟ୍ କରି ପତ୍ନୀ ବର୍ଷାଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଲେ ସାଂସଦ ଅନୁଭବ ମହାନ୍ତି । ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓରେ ଶୁଣାଯାଉଥିବା ସ୍ୱର କାହାର ବୋଲି ସେ ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି । ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶିନୀ ଏ ପର୍ଯ୍ୟନ୍ତ କୌଣସି ଉତ୍ତର ଦେଇ ନାହଁନ୍ତି ।

Hello @VarshaPriyadar3, I’m being QUESTIONED by millions! Mostly by our film & political fraternities! Every single common man/woman wants a concrete assurance from ‘YOU’ that whether the voices in this audio clip are yours & your sisters’ or not!
— Anubhav Mohanty (@AnubhavMohanty_) September 15, 2022
YES/NO!?https://t.co/miUrM6Momo
ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ କ୍ଲିପକୁ ନିଜ ଟ୍ୱିଟରରେ ସେୟାର କରିବା ସହ ସେ ଲେଖିଛନ୍ତି ଯେ' ବର୍ଷାଙ୍କୁ କଷ୍ଟ ଦେବା ତାଙ୍କ ଉଦ୍ଦେଶ୍ୟ ନୁହେଁ, ତାଙ୍କ ମନରେ ବର୍ଷାଙ୍କ ପ୍ରତି ବେଶ୍ ସମ୍ମାନ ରହିଛି, ହେଲେ ଅନେକ ଥର ଅପମାନିତ ଓ ନିର୍ଯାତିତ ହେବା ପରେ ସେ ବର୍ଷାଙ୍କୁ ଏପରି ପ୍ରଶ୍ନ ପଚାରିବା ପାଇଁ ବାଧ୍ୟ ହୋଇଛନ୍ତି । ଏହି ଭାଇରାଲ ଭିଡିଓ ପାଇଁ ଅନୁଭବଙ୍କର ପୁରା ପରିବାର ସଫର ହେଉଛି ବୋଲି ମଧ୍ୟ ସେ ଏହି ଟ୍ୱିଟରେ ଉଲ୍ଲେଖ କରିଛନ୍ତି । ଶେଷରେ ସାସଂଦ ତଥା ଅଭିନେତା ଏହା ମଧ୍ୟ ଲେଖିଛନ୍ତି ଯେ ଏହା ଏକ ବନ୍ଧୁତ୍ୱପୂର୍ଣ୍ଣ ଟ୍ୱିଟ୍ । ଏହି ଟ୍ୱିଟକୁ ନେଇ ବର୍ତ୍ତମାନ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
I have no intentions to hurt or tarnish your image. I respect you but I’m bound to tweet & ask you this question only after being harassed & humiliated several times by so many which is disturbing me, my entire family’s mental & physical health! FRIENDLY TWEET PLEASE. NO OFFENCE!
— Anubhav Mohanty (@AnubhavMohanty_) September 15, 2022
ଗତ ବୁଧବାର ଅର୍ଥାତ୍ ୧୪ ତାରିଖରେ ଉଭୟ ଚାମ୍ବରରେ ବିଚାରପତିଙ୍କ ନିକଟରେ ଉପସ୍ଥିତ ରହି ବ୍ୟକ୍ତିଗତ ଭାବେ ନିଜ ନିଜ ମତ ରଖିଥିଲେ । ଉଭୟଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଚେଷ୍ଟା କରାଯାଇଥିବା ବେଳେ ଫଳାଫଳ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ।












Click it and Unblock the Notifications