ବର୍ଷା-ଅନୁଭବ ବିବାଦ ମାମଲା : ପରସ୍ପରକୁ ଆକ୍ଷେପ ନ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ବର୍ଷା-ଅନୁଭବ ବିବାଦ ମାମଲା : ପରସ୍ପରକୁ ଆକ୍ଷେପ ନ କରିବା ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ: ସାଂସଦ ତଥା ଅଭିନେତା ଅନୁଭବ-ଅଭିନେତ୍ରୀ ବର୍ଷା ପାରିବାରିକ ବିବାଦ ମାମଲା । ନିକଟରେ ବର୍ଷା ଏକ ମାମଲା ରୁଜୁ କରିଥିଲେ । ଯେଉଁ ମାମଲାର ଶୁଣାଣି କରି ଉଭୟ ପରସ୍ପର ପ୍ରତି କୌଣସି ଅକ୍ଷେପ ନକରିବାକୁ ହାଇକୋର୍ଟ ପୁଣି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ଉଭୟଙ୍କୁ ମେ ୨୭ରେ ହାଇକୋର୍ଟ ପକ୍ଷରୁ ଏପରି ନିର୍ଦ୍ଦେଶ ଦିଆଯାଇଥିଲା । ମାତ୍ର ଏ ନିର୍ଦ୍ଦେଶକୁ ବେଖାତିର କରି ବର୍ଷାଙ୍କୁ ସୋସିଲ ମିଡିଆରେ ଟ୍ୱିଟ୍ କରି ଏକ ଅଭିଡ ବିଷୟରେ ପ୍ରଶ୍ନ ପଚାରିଥିଲେ ଅନୁଭବ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓରେ ଶୁଣାଯାଉଥିବା ସ୍ୱର କାହାର ବୋଲି ସେ ବର୍ଷାଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶିନୀ ଏହାର କୌଣସି ଉତ୍ତର ଦେଇ ନଥିଲେ ।

ପରବର୍ତ୍ତି ସମୟରେ ଏହି ମାମଲା ନେଇ ବର୍ଷା ପୁରୀଘାଟ ଥାନା ଓ ସାଇବର ଥାନାରେ ଅଭିଯୋଗ କରିବା ସହ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ଅନୁଭବଙ୍କ କିଛି ଅଡିଓ ସୋସିଆଲ ମିଡିଆରେ ଭାରଇରାଲ ହେବା ଦ୍ୱାରା ତାଙ୍କର ସମ୍ମାନହାନୀ ହେଉଥିବା ନେଇ ସେ ଅଭିଯୋଗ କରିଥିଲେ ।
ସୂଚନାଥାଉ ଯେ, ଗତ ୨ ତାରିଖରେ ଶାଶୁଘର ଚାବି ଫେରାଇଥିଲେ ବର୍ଷା ପ୍ରିୟଦର୍ଶିନୀ । କଟକ ଏସଡିଜେଏମ୍ କୋର୍ଟରେ ଆଜି ସେ ଚାବି ଦାଖଲ କରିଥିଲେ । ପରିବାର ଅଦାଲତରେ ଅଭିନେତ୍ରୀଙ୍କର ଦ୍ୱିତୀୟ ଦିନରେ ସାକ୍ଷ୍ୟଗ୍ରହଣ କରାଯାଇଥିଲା । ଅକ୍ଟୋବର ୨୮ ତାରିଖରେ ଅନୁଭବଙ୍କ ପୈତୃକ ଘରର ଚାବି ଫେରାଇବାକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ଏସଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅନୁଭବ କିମ୍ବା ତାଙ୍କ ଓକିଲକଙ୍କୁ ଚାବି ପ୍ରଦାନ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ଛଡା ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନକୁ ଖାରଜ କରିଦେଇଥିଲେ କୋର୍ଟ ।
-
ମୟୁରଭଞ୍ଜ ଘୂର୍ଣ୍ଣିଝଡ଼; ସୁପରିଚାଳନା ନିଶ୍ଚିତ କରିବା ସହ ବିପର୍ଯ୍ୟୟରେ ପ୍ରଭାବିତ ୯ଟି ଗାଁକୁ ୯ଜଣ ଅଧିକାରୀଙ୍କୁ ଦାୟିତ୍ୱ -
କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ୍ ପରିବର୍ତ୍ତନ ଲାଗି ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା -
୨୦ ମାସରେ ମରିଛନ୍ତି ୧୫୪ ହାତୀ; ଜଙ୍ଗଲ ଓ ପରିବେଶ ମନ୍ତ୍ରୀ -
ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର,ମିଳିବ ୧୨ ସପ୍ତାହର ଛୁଟି -
ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହୋଇଥିବା ୫୯ ଜଣ ସଦସ୍ୟଙ୍କୁ ଆଜି ପ୍ରଦାନ କରାଗଲା ବିଦାୟ ସମ୍ବର୍ଦ୍ଧନା -
୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି, ନନ୍ଦିଗ୍ରାମରୁ ଲଢ଼ିବେନି ମମତା, ଜାଣନ୍ତୁ କେଉଁଠୁ କରିବେ ପ୍ରତିଦ୍ୱନ୍ଦିତା -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ












Click it and Unblock the Notifications