ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ବର୍ଷାଙ୍କୁ ଟଙ୍କାଟିଏ ବି କ୍ଷତିପୂରଣ ଦେବେନି ଅନୁଭବ
ବହୁ ଚର୍ଚ୍ଚିତ ଯୋଡ଼ି ସୁପରଷ୍ଟାର ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ଦୁହିଁଙ୍କର ଅବଶ୍ୟ ଛାଡ଼ପତ୍ର ହୋଇସାରିଛି ଏବଂ ଅନୁଭବ ମଧ୍ୟ ଜାଗ୍ରତିଙ୍କୁ ଦ୍ୱିତୀୟ ବିବାହ କରିସାରିଛନ୍ତି। ହେଲେ ଏବେ ପୁଣି ଥରେ ବର୍ଷା-ଅନୁଭବ ଚର୍ଚ୍ଚାର ପରିସର ଭିତରକୁ ଟାଣି ହୋଇ ଆସିଛନ୍ତି। ଆଉ ଏହାର କାରଣ ହେଲା କୋର୍ଟଙ୍କ ରାୟ। ଆଉ ପୁଣିଥରେ କୋର୍ଟର ରାୟ ଅନୁଭବଙ୍କ ସପକ୍ଷରେ ଆସିଛି। ଆଉ ଅନୁଭବଙ୍କ ସହ ତାଙ୍କ ପୁରା ପରିବାରକୁ ଆଶ୍ୱସ୍ତି ମିଳିଛି। କି କୋର୍ଟଙ୍କ ରାୟ ଅନୁସାରେ ବର୍ଷାଙ୍କୁ ଟଙ୍କାଟିଏ ବି ଦେବେନି ଅନୁଭବ।
ଅନୁଭବ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ବର୍ଷା ମାମଲା କରିଥିଲେ । ଅଭିଯୋଗ ସମ୍ପର୍କିତ ପ୍ରମାଣ ଦେଇ ପାରିଲେ ନାହିଁ ବର୍ଷା । ଏଥିଯୋଗୁଁ ଆଜି କୋର୍ଟ ଏହି ରାୟ ଦେଇଛନ୍ତି କି ବର୍ଷାଙ୍କୁ ଭରଣ ପୋଷଣ କିମ୍ବା କ୍ଷତିପୂରଣ ଦେବେ ନାହିଁ ଅନୁଭବ ମହାନ୍ତି। ପ୍ରକାଶ ଯେ, ୨୦୨୨ମସିହାରେ ବର୍ଷା ଅନୁଭବ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଆଣିଥିଲେ ସଂଗୀନ ଅଭିଯୋଗ। ଶାଶୁ ଘରେ ତାଙ୍କୁ ପାରିବାରିକ ହିଂସାର ଶିକାର ହେବାକୁ ପଡୁଛି ବୋଲି ବର୍ଷା ଅଭିଯୋଗ କରି jmfc କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦିଆଯାଉଛି, ତେଣୁ କ୍ଷତିପୂରଣ ବାବଦରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ରାଶି ଦେବା ସହିତ ଭରଣ ପୋଷଣ ଲାଗି ଦାବି କରିଥିଲେ ବର୍ଷା । ଯାହାର ରାୟ ଆଜି ପ୍ରକାଶ କରିବା ସହିତ ବର୍ଷାଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ।












Click it and Unblock the Notifications