ପୁଣି ଆସିଲା ଅନୁଭବଙ୍କ ନୂଆ ଭିଡିଓ: କହିଲେ, ରାତିରେ ନିଦ ମୋତେ ହେଉନି
ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଉ ଏକ ଭିଡିଓ ଏବେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ପ୍ରାୟ ୫ ମିନିଟର ଏହି ଭିଡିଓ ସେ କେବଳ ତାଙ୍କ ଫ୍ୟାନ୍ ଓ ଜନତାଙ୍କ ପାଇଁ କରିଛନ୍ତି ।
କଟକ: ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଉ ଏକ ଭିଡିଓ ଏବେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଅପଲୋଡ କରିଛନ୍ତି । ପ୍ରାୟ ୫ ମିନିଟର ଏହି ଭିଡିଓ ସେ କେବଳ ତାଙ୍କ ଫ୍ୟାନ୍ ଓ ଜନତାଙ୍କ ପାଇଁ କରିଛନ୍ତି ।

ଅନୁଭବ ଭିଡିଓରେ କହୁଛନ୍ତି, ମୁଁ ଆପଣଙ୍କୁ କିଛି ବି ମିଛ କଥା କହିନାହିଁ । ମୃତ୍ୟୁ ଯାଏ ମୁଁ ଏମିତି କିଛି ବି କାମ କରିବି ନାହିଁ, ଯେଉଁଥି ପାଇଁ ଆପଣଙ୍କ ମୁଣ୍ଡ ମୋ ପାଇଁ ତଳକୁ ହୋଇଯିବ । ଆମେ ଏବେ ନିଜ ଘରେ ନୁହେଁ । ବରଂ ଭଡ଼ା ଘରେ ରହୁଛୁ । ବାପା ମାଆ, ଭାଇ, ଭାଇବୋହୂ, ଝିଆରୀଙ୍କ ସହ ରହୁଛି।
ଅନୁଭବ କହିଛନ୍ତି, ସେ ସକାଳୁ କେବେ ଉଠି ପାରନ୍ତି ନାହିଁ । କିନ୍ତୁ ଏବେ ରାତିରେ ନିଦ ହେବା କଷ୍ଟକର ହୋଇପଡ଼ିଛି । ନିଜ ସମର୍ଥକମାନଙ୍କ ପାଇଁ ସେ ସକାଳୁ ଉଠି କାମ କରୁଛନ୍ତି ବୋଲି କହିଛନ୍ତି ଅନୁଭବ । ଅନୁଭବ ଆହୁରି କହିଛନ୍ତି, ଆପଣମାନେ ସବୁ ଦୁଃଖକଷ୍ଟରୁ ଦୂରରେ ରୁହନ୍ତୁ । ସମସ୍ତଙ୍କୁ ଭଲ ପାଆନ୍ତୁ । ଶତ୍ରୁତା, ଘୃଣା ଏସବୁଠୁ ଦୂରରେ ରହି ପରିବାର ସହ ଏକାଠି ରୁହନ୍ତୁ । ନିଜ ବାପା ମାଆଙ୍କୁ ଭଲ ପାଇବାରେ କେବେବି ଉଣା କରିବେ ନାହିଁ । କାରଣ ସେମାନେ ଭଗବାନ ।












Click it and Unblock the Notifications