Get Updates
Get notified of breaking news, exclusive insights, and must-see stories!

ସୋସିଆଲ ମିଡି଼ଆରେ ପୁଣି ଷ୍ଟାର କପଲ କଳି: ବର୍ଷାଙ୍କୁ ହାତ ଯୋଡିଲେ ଅନୁଭବ; ପଢନ୍ତୁ ପୁରା ଘଟଣ....

କିଛି ଦିନର ବ୍ରେକ୍ ପରେ ପୁଣି ସୋସିଆଲ ମିଡି଼ଆରେ ତେଜିଲା ଷ୍ଟାର କପଲ କଳି । ପୁଣି ସୋସିଆଲ ମିଡି଼ଆରେ ଆରମ୍ଭ ହେଲା ଝଡ଼ । ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନକୁ ନେଇ ଉଠିଥିବା ଝଡ ଏବେ ପୁଣି ମୁଣ୍ଡ ଟେକିଛି ।

Anubhav Mohanty

ଭୁବନେଶ୍ୱର: କିଛି ଦିନର ବ୍ରେକ୍ ପରେ ପୁଣି ସୋସିଆଲ ମିଡି଼ଆରେ ତେଜିଲା ଷ୍ଟାର କପଲ କଳି । ପୁଣି ସୋସିଆଲ ମିଡି଼ଆରେ ଆରମ୍ଭ ହେଲା ଝଡ଼ । ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନକୁ ନେଇ ଉଠିଥିବା ଝଡ ଏବେ ପୁଣି ମୁଣ୍ଡ ଟେକିଛି । ଏହି ନିଆଁ ଆଜି ନିଜେ ଘିଅ ଢାଳିଛନ୍ତି ଖୋଦ୍ ସୁପରଷ୍ଟାର ଅନୁଭବ ମହାନ୍ତି ।

ତେବେ କୋର୍ଟରେ ଦୁହିଁଙ୍କ ମାମଲା ବିଚାରଧିନ ଥିବା ବେଳେ ପରସ୍ପର ସମ୍ପର୍କରେ ସୋସିଆଲ ମିଡ଼ିଆରେ ଦୋଷାରୋପ ନ ଲଗାଇବାକୁ ନିର୍ଦ୍ଦେଶ ରହିଥିଲା । ମାତ୍ର ଆଜି ପୁଣି ସାଂସଦ ଅନୁଭବ ମହାନ୍ତି ଟ୍ବିଟ କରି ବର୍ଷାଙ୍କୁ ଦୂରେଇ ଯିବାକୁ ହାତ ଯୋଡି ଅନୁରୋଧ କରିଛନ୍ତି ।

Anubhav Mohanty

ଟ୍ବିଟ୍ କରି ଅନୁଭବ ଲେଖିଛନ୍ତି, ପିଲାଙ୍କ ଖୁସି ବାପାମାଆ ସବୁବେଳେ ଚାହାଁନ୍ତି । ଆମେ ଜାଣୁ କିଏ ଠିକ୍ ଏବଂ କିଏ ଭୁଲ । ମୋ ବାପାଙ୍କ ଦେହ ବହୁତ ଖରାପ, ସେ ଗୁରୁତର ଅବସ୍ଥାରେ ଆଇସିୟୁରେ ଅଛନ୍ତି । ତୁମକୁ ମୁଁ ହାତ ଯୋଡୁଛି, ଡେରି ନକରି ଶୀଘ୍ର ଦୂରେଇ ଯାଅ । ଆଉ ମୋ ବାପାମାଆଙ୍କୁ ଶାନ୍ତିରେ ଟିକେ ନିଶ୍ୱାସ ନେବାକୁ ଦିଅ । ମହାପ୍ରଭୁ ତୁମର ମଙ୍ଗଳ କରିବେ । ଅନୁଭବ ନିଜର ଏହି ଟ୍ବିଟରେ ସିଧାସଳଖ
ବର୍ଷାଙ୍କୁ ଟ୍ୟାଗ୍ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+