ଅନୁଭବ-ବର୍ଷା ବିବାଦ: କେବେ ଆସିବ ପାର୍ଟ-3 ଭିଡିଓ ?

ପାର୍ଟ-1 ପରେ କାଲି ଆସିଲା ପାର୍ଟ-2 । ପୁଣି ଆସିବ କି ପାର୍ଟ-3 ? ନିଜ ବୈବାହିକ ଜୀବନରେ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଗୋଟିଏ ପରେ ଗୋଟିଏ ଭିଡିଓ କରୁଛନ୍ତି ।

ଭୁବନେଶ୍ୱର: ପାର୍ଟ-1 ପରେ କାଲି ଆସିଲା ପାର୍ଟ-2 । ପୁଣି ଆସିବ କି ପାର୍ଟ-3 ? ନିଜ ବୈବାହିକ ଜୀବନରେ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏବେ ନିଜ ୟୁଟ୍ୟୁବ ଚ୍ୟାନେଲରେ ଗୋଟିଏ ପରେ ଗୋଟିଏ ଭିଡିଓ କରୁଛନ୍ତି । ଗତକାଲି (ଶନିବାର) ପୁଣିଥରେ ଭିଡିଓ ଜାରି ଚର୍ଚ୍ଚାକୁ ଆସିଛନ୍ତି ଅନୁଭବ । ନିଜ ପରିବାର ଓ ତାଙ୍କ ପତ୍ନୀ ବର୍ଷାକୁ ନେଇ ଏହି ଭିଡିଓରେ ସେ ଅନେକ ଗୁମର ଖୋଲିଛନ୍ତି ।

Anubhav Mohanty

୨୦୧୪ରେ ବିବିାହ ହୋଇଥିଲେ ବି ୨୦୨୦ ପର୍ଯ୍ୟନ୍ତ ସ୍ୱାମୀଙ୍କ ଅଧିକାର ପାଇ ନଥିବାରୁ ସେ ଛାଡ଼ପତ୍ର ପାଇଁ ଆବେଦନ କରିଥିବା କହିଛନ୍ତି । ଏପରିକି ବର୍ଷା ତାଙ୍କୁ ଛୁଇଁବାକୁ ମଧ୍ୟ ସୁଯୋଗ ଦେଇନଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ଭିଡିଓରେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ସେ ବିତାଇଥିବା ୮ ବର୍ଷର ବୈବାହିକ ଜୀବନର ଗୋପନ କଥା ବଖାଣିଛନ୍ତି। ଏଥିରେ ସେ ବର୍ଷା ଓ ତାଙ୍କ ମଧ୍ୟରେ ଦୀର୍ଘ ବର୍ଷ ଧରି ଚଳିଆସିଥିବା ଟଣାଓଟରା ଉପରୁ ପରଦା ହଟାଇଛନ୍ତି। ଏହି ଭିଡିଓରେ ସେ କାହିଁକି ବର୍ଷାଙ୍କଠାରୁ ଅଲଗା ହେବା ଲାଗି ଛାଡ଼ପତ୍ର ଆବେଦନ କଲେ, ତାହା ଦର୍ଶାଇଛନ୍ତି। ଏଥିରେ ସେ କ୍ଷୋଭପ୍ରକାଶ କରି କହିଛନ୍ତି ଯେ, ଗଣମାଧ୍ୟମମାନେ ତାଙ୍କ କଥାକୁ ବିଶ୍ବାସକୁ ନ ନେଇ ଏକପାଖିଆ ଭାବେ ବର୍ଷାଙ୍କ ମତକୁ ସତ ବୋଲି ପ୍ରଚାର କରିଦେଇଛନ୍ତି। ଯେଉଁଥି ପାଇଁ ସେ ଏହି ଭିଡିଓ ପ୍ରସ୍ତୁତ କରି ସମସ୍ତଙ୍କୁ 'ସତ କ'ଣ' ତାହା ଜଣାଇବାକୁ ଉଦ୍ୟମ କରିଛନ୍ତି।

ଅନ୍ୟପକ୍ଷରେ ଅନୁଭବ ଦାବି କରିଛନ୍ତି ଯେ, କିଛି ଲୋକ ବର୍ଷାଙ୍କୁ ବ୍ୟବହାର କରି ତାଙ୍କୁ ତଳିତଳାନ୍ତ କରିବାକୁ ଚକ୍ରାନ୍ତ କରୁଛନ୍ତି। ସେମାନଙ୍କ ଦ୍ବାରା ବର୍ଷା ପରୋକ୍ଷରେ ବ୍ୟବହୃତ ହେଉଥିଲେ ହେଁ, ସେ ବୁଝିପାରୁ ନାହାନ୍ତି ବୋଲି କହିଛନ୍ତି ଅନୁଭବ। ଯେହେତୁ ତାଙ୍କ କଥା କେହି ଶୁଣୁନାହାନ୍ତି, ଗଣମାଧ୍ୟମ ଗୁରୁତ୍ବ ଦେଉନାହାନ୍ତି, ତେଣୁ ଏହି ଭିଡିଓ ମାଧ୍ୟମରେ ସବୁକିଛି ଜଣାଇବାକୁ ଚାହିଁଛନ୍ତି। ଭିଡିଓରେ ଅନୁଭବ 'ସତ' କହୁଥିବା ଦାବି କରିଛନ୍ତି ଓ ସେ ତାଙ୍କୁ ନ୍ୟାୟ ମିଳୁ, ସତ୍ୟର ଜୟ ହେଉ ବୋଲି କହିଥିବା ଦେଖିବାକୁ ମିଳୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+