Get Updates
Get notified of breaking news, exclusive insights, and must-see stories!

ଖୁବଶୀଘ୍ର ଅନୁଭବ-ବର୍ଷାଙ୍କ ସମ୍ପର୍କରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ୩ ମାସରେ ହେବ ଛାଡପତ୍ର !

ଭୁବନେଶ୍ୱର: ଖୁବଶୀଘ୍ର ଅନୁଭବ-ବର୍ଷାଙ୍କ ସମ୍ପର୍କରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଖୁବଶୀଘ୍ର ଆଲଗା ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଜୁଲାଇ ୩୧ରେ ବର୍ଷାଙ୍କ ଚୂଡ଼ାନ୍ତ ସାକ୍ଷ୍ୟ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ତେବେ ୩ ମାସ ଭିତରେ ଛାଡପତ୍ର ମାମଲା ଶେଷ କରିବାକୁ ପରିବାର ଅଦାଲତକୁ ନିର୍ଦ୍ଦେଶ । ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜୁଲାଇ ୩୧ ସୁଦ୍ଧା ସରିବ ଜେରା ପ୍ରକ୍ରିୟା । ଅକ୍ଟୋବର ୩୧ ସୁଦ୍ଧା ଛାଡପତ୍ର ମାମଲାର ହୋଇପାରେ ଫଇସଲା ।

Anubhav Mohanty

ପରିବାର ଅଦାଲତରେ ଫଇସଲା ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ସାଂସଦ ଅନୁଭବ ମହାନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଘଂନ ହେଉଥିବା ଅନୁଭବଙ୍କ ଓକିଲ ଦର୍ଶାଇଥିଲେ । ତେବେ ବର୍ଷାଙ୍କୁ ଅହେତୁକ ଅନୁକମ୍ପା ଦେଖା ଯାଉଥିବା ହାଇକୋର୍ଟରେ ଅଭିଯୋଗ ହୋଇଥିଲା । ମାମଲାର ତ୍ୱରିତ ଶୁଣାଣି କରିବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଅନୁଭବ ମହାନ୍ତି ।

ପୂର୍ବରୁ ଗତ ୨୬ ତାରିଖରେ ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ବର୍ଷା ଏବଂ ଅନୁଭବ ପରିବାର ଅଦାଲତରେ ହାଜର ହୋଇଥିଲେ । କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡିଥିଲା । ଅପରାହ୍ନ ୩ଟାରୁ ସାଢେ ୪ଟା ଯାଏଁ ବିଭିନ୍ନ ପ୍ରସଙ୍ଗକୁ ନେଇ ବର୍ଷାଙ୍କୁ ଜେରା କରିଥିଲେ ପ୍ରତିପକ୍ଷ ଓକିଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+