ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଆସନ୍ତା ୨ ତାରିଖ ସୁଦ୍ଧା ଶାଶୁଘର ଚାବି ଫେରାଇବାକୁ ନିର୍ଦ୍ଦେଶ
ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା: ଆସନ୍ତା ୨ ତାରିଖ ସୁଦ୍ଧା ଶାଶୁଘର ଚାବି ଫେରାଇବାକୁ ନିର୍ଦ୍ଦେଶ
କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଆସନ୍ତା ୨ ତାରିଖ ସୁଦ୍ଧା ଅନୁଭବଙ୍କ ପୈତୃକ ଘରର ଚାବି ଫେରାଇବାକୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ କଟକ ଏସଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ । ଅନୁଭବ କିମ୍ବା ତାଙ୍କ ଓକିଲକଙ୍କୁ ଚାବି ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ । ଯଦି ଅନୁଭବ ଚାବି ଗ୍ରହଣ ନ କରନ୍ତି ତେବେ କୋର୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି । ଏହା ଛଡା ବର୍ଷାଙ୍କ ପକ୍ଷରୁ ଦାୟର ହୋଇଥିବା ଦୁଇଟି ପିଟିସନକୁ ଖାରଜ କରିଦେଇଛନ୍ତି କୋର୍ଟ ।

ସୂଚନାଥାଉ ଯେ, କଟକ ପରିବାର କୋର୍ଟରେ ଚାଲିଛି ବର୍ଷା ଅନୁଭବ ବିବାଦ ମାମଲା । ପୂର୍ବରୁ ଦୁଇ ଥର ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ଜୁନ ମାସରେ SDJM କୋର୍ଟ ବର୍ଷାଙ୍କୁ ଶ୍ୱଶୁର ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ବର୍ଷାଙ୍କ ରହଣି ବ୍ୟବସ୍ଥା ପାଇଁ ଅନୁଭବ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଏମିତିକି ପ୍ରତି ମାସ ୧୦ ତାରିଖ କିମ୍ବା ତା ପୂର୍ବରୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ପ୍ରଥମ ଟଙ୍କା ପାଇବାର ୨ ମାସ ମଧ୍ୟରେ ଘର ଛାଡିବା ପାଇଁ ବର୍ଷାଙ୍କୁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ପୈତୃକ ଘର ଛାଡ଼ିବାକୁ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ବାପା, ମା ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ସେ ଏହି ଆବେଦନ କରିଥିଲେ । ଅନୁଭବଙ୍କ ପିଟିସନଙ୍କୁ ଗ୍ରହଣ କରିଥିଲେ ଏସଡିଜେଏମ୍ କୋର୍ଟ ।












Click it and Unblock the Notifications