For Quick Alerts
Turn On Notification  
For Daily Alerts
Oneindia App Download

ସୋସିଆଲ ମିଡିଆରେ ପୁଣି ମୁହଁ ଖୋଲିଲେ ଅନୁଭବ, ଲେଖିଲେ ଏମିତି...

"ଆଉ ଯୋଡି ହେବନି ଏ ଭଙ୍ଗା ସମ୍ପର୍କ । ଏବେ ନୁହେଁ, କି କେବେ ନୁହେଁ । ପ୍ରଥମରୁ ସ୍ପଷ୍ଟ କରିସାରିଛି । ଏ ସମ୍ପର୍କର ଆଉ କୌଣସି ଭବିଷ୍ୟତ ନାହିଁ । "

|

ଭୁବନେଶ୍ୱର: "ଆଉ ଯୋଡି ହେବନି ଏ ଭଙ୍ଗା ସମ୍ପର୍କ । ଏବେ ନୁହେଁ, କି କେବେ ନୁହେଁ । ପ୍ରଥମରୁ ସ୍ପଷ୍ଟ କରିସାରିଛି । ଏ ସମ୍ପର୍କର ଆଉ କୌଣସି ଭବିଷ୍ୟତ ନାହିଁ । " ଗତକାଲି ଏମିତି କିଛି ସୋସିଆଲ ମିଡିଆରେ ପୋଷ୍ଟ କରି ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

Anubhav Mohanty

ପୁରା ଘଟଣା କଣ ?

କୋର୍ଟଙ୍କ ନିର୍ଦ୍ଦେଶ ପରେ କିଛି ଦିନ ଚୁପ୍‌ ରହିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ମିଥ୍ୟା ଖବର ଛାପୁଥିବା ଓ ଅପଲୋଡ୍ କରୁଥିବା ନ୍ୟୁଜ୍ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ତାଗିଦ କରିଛନ୍ତି । ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ନେଇ କିଛି ମିଡିଆ ଚ୍ୟାନେଲ ବିଭିନ୍ନ ପ୍ରକାର ଗୁଜର ଖବର ପ୍ରକାଶ କରୁଥିବାରୁ ସେ ଏଥିପାଇଁ ଆବଶ୍ୟକ ହେଲେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ।

ଅନୁଭବ କହିଛନ୍ତି, ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚୁପ୍ ରହିଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ କିଛି ମିଡିଆ ହାଉସ୍ ଓ ୟୁଟ୍ୟୁବ୍ ଚ୍ୟାନେଲ ଯାହା ଇଚ୍ଛା ଲେଖିପାରିବେ କିମ୍ବା କହିପାରିବେ । ତାଙ୍କ ବିରୋଧରେ ଏଭଳି କୌଣସି ଭିତ୍ତିହୀନ, ଅର୍ଥହୀନ ଏବଂ ମିଥ୍ୟା ଖବର ପ୍ରକାଶ କରନ୍ତୁ ନାହିଁ । ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାନ୍ତୁ ନାହିଁ ବୋଲି କହିଛନ୍ତି । ଏଭଳି ଖବର ପ୍ରକାଶ କରିବା ବନ୍ଦ ନକଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି ।

Anubhav Mohanty

ଏକ ୟୁଟ୍ୟୁବ ଚ୍ୟାନେଲ ଅନୁଭବ ଓ ବର୍ଷାଙ୍କୁ ନେଇ 'ତାଙ୍କୁ ଛାଡ଼ି ରହିହେଉନି, ଆମେ ପୁଣି ମିଶିବୁ' ଶୀର୍ଷକ ଏକ ପୋଷ୍ଟ କରିଛି । ସେଥିରେ ବର୍ଷା ଓ ଅନୁଭବଙ୍କ ଏକ ଫଟୋ ମଧ୍ୟ ରହିଛି । ଏହି ପୋଷ୍ଟକୁ ଅନୁଭବ ନାପସନ୍ଦ କରିବା ସହ ସମ୍ପୃକ୍ତ ୟୁଟ୍ୟୁବ ଚ୍ୟାନେଲକୁ ତାଗିଦ୍ କରିଛନ୍ତି ।

ଏହା ସହ ଅନୁଭବ ଲେଖିଛନ୍ତି, ସେ ପୂର୍ବରୁ ପୋଷ୍ଟ କରିଛନ୍ତି ଯେ, ନା କେବେ ନୁହେଁ, କେବେ ବି ନୁହେଁ । ଏଭଳି ଲେଖି ସେ ପରୋକ୍ଷରେ ବର୍ଷା ଓ ତାଙ୍କ ମଧ୍ୟରେ ସମ୍ପର୍କ କେବେ ଯୋଡି ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ମିଛ ଖବର ପ୍ରସାରଣ ନକରିବା ପାଇଁ କହିଛନ୍ତି ଅନୁଭବ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Anubhav Mohanty Again Post Comment Regarding Barsha Priyadarshini on Facebook
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X