ସୋସିଆଲ ମିଡିଆରେ ପୁଣି ମୁହଁ ଖୋଲିଲେ ଅନୁଭବ, ଲେଖିଲେ ଏମିତି...
"ଆଉ ଯୋଡି ହେବନି ଏ ଭଙ୍ଗା ସମ୍ପର୍କ । ଏବେ ନୁହେଁ, କି କେବେ ନୁହେଁ । ପ୍ରଥମରୁ ସ୍ପଷ୍ଟ କରିସାରିଛି । ଏ ସମ୍ପର୍କର ଆଉ କୌଣସି ଭବିଷ୍ୟତ ନାହିଁ । "
ଭୁବନେଶ୍ୱର: "ଆଉ ଯୋଡି ହେବନି ଏ ଭଙ୍ଗା ସମ୍ପର୍କ । ଏବେ ନୁହେଁ, କି କେବେ ନୁହେଁ । ପ୍ରଥମରୁ ସ୍ପଷ୍ଟ କରିସାରିଛି । ଏ ସମ୍ପର୍କର ଆଉ କୌଣସି ଭବିଷ୍ୟତ ନାହିଁ । " ଗତକାଲି ଏମିତି କିଛି ସୋସିଆଲ ମିଡିଆରେ ପୋଷ୍ଟ କରି ପୁଣି ଚର୍ଚ୍ଚା ପରିସରକୁ ଆସିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ।

ପୁରା ଘଟଣା କଣ ?
କୋର୍ଟଙ୍କ ନିର୍ଦ୍ଦେଶ ପରେ କିଛି ଦିନ ଚୁପ୍ ରହିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । ମିଥ୍ୟା ଖବର ଛାପୁଥିବା ଓ ଅପଲୋଡ୍ କରୁଥିବା ନ୍ୟୁଜ୍ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲକୁ ତାଗିଦ କରିଛନ୍ତି । ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କୁ ନେଇ କିଛି ମିଡିଆ ଚ୍ୟାନେଲ ବିଭିନ୍ନ ପ୍ରକାର ଗୁଜର ଖବର ପ୍ରକାଶ କରୁଥିବାରୁ ସେ ଏଥିପାଇଁ ଆବଶ୍ୟକ ହେଲେ କୋର୍ଟଙ୍କ ଆଶ୍ରୟ ନେବେ ବୋଲି କହିଛନ୍ତି ।
ଅନୁଭବ କହିଛନ୍ତି, ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚୁପ୍ ରହିଛନ୍ତି । କିନ୍ତୁ ଏହାର ଅର୍ଥ ନୁହେଁ ଯେ କିଛି ମିଡିଆ ହାଉସ୍ ଓ ୟୁଟ୍ୟୁବ୍ ଚ୍ୟାନେଲ ଯାହା ଇଚ୍ଛା ଲେଖିପାରିବେ କିମ୍ବା କହିପାରିବେ । ତାଙ୍କ ବିରୋଧରେ ଏଭଳି କୌଣସି ଭିତ୍ତିହୀନ, ଅର୍ଥହୀନ ଏବଂ ମିଥ୍ୟା ଖବର ପ୍ରକାଶ କରନ୍ତୁ ନାହିଁ । ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାନ୍ତୁ ନାହିଁ ବୋଲି କହିଛନ୍ତି । ଏଭଳି ଖବର ପ୍ରକାଶ କରିବା ବନ୍ଦ ନକଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ସେ କହିଛନ୍ତି ।

ଏକ ୟୁଟ୍ୟୁବ ଚ୍ୟାନେଲ ଅନୁଭବ ଓ ବର୍ଷାଙ୍କୁ ନେଇ 'ତାଙ୍କୁ ଛାଡ଼ି ରହିହେଉନି, ଆମେ ପୁଣି ମିଶିବୁ' ଶୀର୍ଷକ ଏକ ପୋଷ୍ଟ କରିଛି । ସେଥିରେ ବର୍ଷା ଓ ଅନୁଭବଙ୍କ ଏକ ଫଟୋ ମଧ୍ୟ ରହିଛି । ଏହି ପୋଷ୍ଟକୁ ଅନୁଭବ ନାପସନ୍ଦ କରିବା ସହ ସମ୍ପୃକ୍ତ ୟୁଟ୍ୟୁବ ଚ୍ୟାନେଲକୁ ତାଗିଦ୍ କରିଛନ୍ତି ।
ଏହା ସହ ଅନୁଭବ ଲେଖିଛନ୍ତି, ସେ ପୂର୍ବରୁ ପୋଷ୍ଟ କରିଛନ୍ତି ଯେ, ନା କେବେ ନୁହେଁ, କେବେ ବି ନୁହେଁ । ଏଭଳି ଲେଖି ସେ ପରୋକ୍ଷରେ ବର୍ଷା ଓ ତାଙ୍କ ମଧ୍ୟରେ ସମ୍ପର୍କ କେବେ ଯୋଡି ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେଣୁ ମିଛ ଖବର ପ୍ରସାରଣ ନକରିବା ପାଇଁ କହିଛନ୍ତି ଅନୁଭବ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications