ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ, ମଧ୍ୟସ୍ଥତା ଚାହୁଁ ନାହାନ୍ତି ଅଭିନେତା

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ ,ହାଜର ହେଲେ ଅନୁଭବ, ବର୍ଷା

କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଫ୍ୟାମିଲି କୋର୍ଟରେ ଉଭୟ ବର୍ଷା ଓ ଅନୁଭବଙ୍କର ଶେଷ ହେଲା କାଉନସିଲିଂ । ମଧ୍ୟସ୍ଥତା ଚାହୁଁ ନାହାନ୍ତି ବୋଲି କୋର୍ଟକୁ ଜଣାଇବା ସହ ଶୀଘ୍ର ଶୁଣାଣି ଆରମ୍ଭ କରିବାକୁ ଅବେଦନ କଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି । ସେପଟେ ଅଭିନେତ୍ରୀ ବର୍ଷା କୋର୍ଟର ସମସ୍ତ ନିଷ୍ପତ୍ତିକୁ ଗ୍ରହଣ କରିବେ ବୋଲି କହିଛନ୍ତି ।

Anubhav And Varsha Case
ଗତ ୧୪ ତାରିଖରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ । ହାଜର ହେବା ପରେ ଉଭୟଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଥିଲେ ଜଜ୍ । କୋର୍ଟରେ ନିଜ ଅନ୍ୟକାମ ସାରିବା ପରେ ଉଭୟଙ୍କ ସହ ଆଲୋଚନା କରିଥିଲେ ଜଜ୍ ।

ଏହାସହ କିଛି ଦିନ ପୂର୍ବରୁ ଅନୁଭବଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଟ୍ୱିଟ୍ କରି ପତ୍ନୀ ବର୍ଷାଙ୍କୁ ସିଧାସଳଖ ପ୍ରଶ୍ନ ପଚାରିଥିଲେ ସାଂସଦ ଅନୁଭବ ମହାନ୍ତି । ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଏକ ଅଡିଓରେ ଶୁଣାଯାଉଥିବା ସ୍ୱର କାହାର ବୋଲି ସେ ବର୍ଷାଙ୍କୁ ପ୍ରଶ୍ନ କରିଥିଲେ । ଅନ୍ୟ ପଟେ ବର୍ଷା ପ୍ରିୟଦର୍ଶିନୀ ଏ ନେଇ କୌଣସି ଉତ୍ତର ଦେଇ ନଥିଲେ । ଉଭୟଙ୍କ ମଧ୍ୟରେ ଅନେକ ଦିନରୁ ବିବାଦ ଲାଗି ରହିଛି । ମାମଲା କୋଟରେ ବିଚାରାଧିନ । ଏ ପରିସ୍ଥିତିରେ କେହି କାହାକୁ ସମାଲୋଚନା କିମ୍ବା ଟାର୍ଗେଟ୍ନ କରିବା ପାଇଁ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ମାତ୍ର ଏ ନିର୍ଦ୍ଦେଶକୁ ବେଖାତିର କରି ବର୍ଷାଙ୍କୁ ସୋଶାଲ ମିଡିଆରେ ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ ଅନୁଭବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+