ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ
ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ ,ହାଜର ହେଲେ ଅନୁଭବ, ବର୍ଷା
ଭୁବନେଶ୍ୱର: ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି । ପୂର୍ବ ନିର୍ଦ୍ଦେଶ ଅନୁସାରେ ଆଜି ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି । ଦିନ ପ୍ରାୟ ୧୧ଟାରେ କଟକ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ବର୍ଷା । ଦିନ ୨ଟାରେ ଅନୁଭବ ଏବଂ ବର୍ଷାଙ୍କୁ ଏକାଠି ହାଜର ପାଇଁ ନିର୍ଦ୍ଦେଶ ଜାରି କରିଥିଲେ କୋର୍ଟ । ଅଦାଲତରେ ହାଜର ହେବା ପରେ ଉଭୟଙ୍କୁ ନିଜ ଚ୍ୟାମ୍ବରକୁ ପଠାଇଲେ ଜଜ୍ । କୋର୍ଟରେ ନିଜ ଅନ୍ୟକାମ ସାରିବା ପରେ ଉଭୟଙ୍କ ସହ ଆଲୋଚନା କରିବେ ଜଜ୍ ।

କିଛିଦିନ ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲାରେ ଉଭୟଙ୍କୁ ୫ ହଜାର ଲେଖାଏଁ ଜମା କରିବା ପାଇଁ ଫ୍ୟାମିଲି କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଉଭୟ ଆଜି ଏହି ଅର୍ଥ ରାଶି ଜମା କରିବେ ବୋଲି ସୂଚନା ରହିଛି । ବିବାହ ସ୍ଥାନ ତଥ୍ୟରେ ସଂଶୋଧନ ପାଇଁ ଅନୁଭବଙ୍କ ଆବେଦନ ବି ଗ୍ରହଣ କରାଯାଇଥିଲା । ସେହିପରି ସେପ୍ଟେମ୍ବର ୭ ତାରିଖରେ ହାଇକୋର୍ଟରୁ ପିଟିସନ ପ୍ରତ୍ୟାହାର କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ । ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ଦର୍ଶାଇ ପାରିବାରିକ ଅଦାଲତ ବର୍ଷାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ ।












Click it and Unblock the Notifications