ବଙ୍ଗୀୟ ଅଭିନେତ୍ରୀଙ୍କ ମୃତ୍ୟୁ ନେଇ ବଢୁଛି ସସ୍ପେନ୍ସ : ୨ ସପ୍ତାହରେ ୪ ଅଭିନେତ୍ରୀଙ୍କ ମୃତ୍ୟୁ
ଗତ ଦୁଇ ସପ୍ତାହ ମଧ୍ୟରେ ୪ଜଣ ବଙ୍ଗୀୟ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ସରସ୍ବତୀ ଦାସ ନାମକ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଝୁଲନ୍ତା ଅବସ୍ଥାରେ ମୃତଦେହ ତାଙ୍କ ବାସ ଭବନରୁ ଉଦ୍ଧାର କରାଯାଇଛି ।
କୋଲକାତା: ପୁଣି ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଗତ ଦୁଇ ସପ୍ତାହ ମଧ୍ୟରେ ୪ଜଣ ବଙ୍ଗୀୟ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ସରସ୍ବତୀ ଦାସ ନାମକ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ଝୁଲନ୍ତା ଅବସ୍ଥାରେ ମୃତଦେହ ତାଙ୍କ ବାସ ଭବନରୁ ଉଦ୍ଧାର କରାଯାଇଛି ।

୧୮ ବର୍ଷୀୟ ଅଭିନେତ୍ରୀ ସରସ୍ବତୀ କସବାର ବେଦିଆଦଙ୍ଗା ଅଞ୍ଚଳର ମୂଳ ବାସିନ୍ଦା ହୋଇଥିବାବେଳେ ରବିବାର ନିଜ ବାସଭବନରୁ ଅଭିନେତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିଲା । ଶନିବାର ସରସ୍ବତୀଙ୍କ ମାଆ ଓ ମାଉସୀ ଘରୁ କେଉଁଆଡ଼େ ବାହାରକୁ ଯିବାପରେ ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି ।
ଗତ ଦୁଇ ସପ୍ତାହ ମଧ୍ୟରେ ଚତୁର୍ଥ ବଙ୍ଗୀୟ ଅଭିନେତ୍ରୀଙ୍କ ମୃତ୍ୟୁ ହୋଇଛି । ଏହାପୂର୍ବରୁ ଜଣାଶୁଣା ମଡେଲ୍ ମଞ୍ଜୁସା ନିଓଗୀ, ବିଦିଶା ଦେ ମଜୁମଦାର ଓ ଟିଭି ଅଭିନେତ୍ରୀ ପଲ୍ଲବୀ ଦେ'ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଏହି ସମସ୍ତ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ ।












Click it and Unblock the Notifications