ପୁଷ୍ପା-2 ଫିଲ୍ମ ଦେଖିବାକୁ ଯାଇ ଗଲା ଆଉ ଏକ ଜୀବନ, ସିନେମା ହଲରୁ ମିଳିଲା ମୃତ ଦେହ
Pushpa 2: ପୁଷ୍ପା-2 ଫିଲ୍ମ ଦେଖିବାକୁ ଯାଇ ଗଲା ଆଉ ଏକ ଜୀବନ । ସୋମବାର ଦିନ ଆନ୍ଧ୍ରପ୍ରଦେଶରେ 'ପୁଷ୍ପା 2: ଦ ରୁଲ'ର ମ୍ୟାଟିନ୍ ଶୋ'ରେ ଦେଖିବା ପାଇଁ ଯାଇ ହେଲା ମୃତ୍ୟୁ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜଣେ 35 ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ସଫେଇ କର୍ମଚାରୀଙ୍କୁ ମିଳିଛି । ବର୍ତ୍ତମାନ ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ ତଦନ୍ତ ଜାରି ରହିଛି ।

କଲ୍ୟାଣୁରଗାମ ଡିଏସପି ରବି ବାବୁ ପିଟିଆଇକୁ ଦେଇଥିବା ସୂଚନା ଅନୁସାରେ,ସୋମବାର ସନ୍ଧ୍ୟା ୬ଟାରେ ଥିଏଟର ସଫା କରିବା ସମୟରେ ସେଫେଇ କର୍ମଚାରୀଙ୍କୁ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତ ଦେହ ମିଳିଥିଲା। କୁହାଯାଉଛି ସେ ପ୍ରାୟ ଦିନ ଅଢେଇଟା ବେଳେ ମଦ୍ୟପାନ କରି ଆଲୁ ଅର୍ଜୁନଙ୍କ ଫିଲ୍ମ ଦେଖିବା ପାଇଁ ପହଞ୍ଚିଥିଲେ । ହେଲେ ସିନେମା ସରିବା ପରେ ହଲରେ ତାଙ୍କ ମୃତ୍ୟୁ ଦେହ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ହରିଜନ ମଦନପ୍ପା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ହେଲେ ବର୍ତ୍ତମାନ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଏହା ପୂର୍ବରୁ ଡିସେମ୍ବର 4 ରେ ଆଲୁ ଅର୍ଜୁନଙ୍କ ଜଣେ ମହିଳା ପ୍ରଶଂସକଙ୍କ ହାଇଦ୍ରାବାଦର ଏକ ଥିଏଟରରେ ମୃତ୍ୟୁ ହୋଇଥିଲା । ସିନେମା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଖୁବ୍ କ୍ରେଜ୍ ଦେଖିବା ପାଇଁ ମିଳିଥିଲା । ଲୋକଙ୍କ ଭିଡ଼ ଏତେ ବଢି ଯାଇଥିଲା ଯେ ଦଳା ଚକଟାରେ ଜଣେ ମହିଳା ପ୍ରଶଂସକଙ୍କ ମୃତ୍ୟୁ ଘଟିଥିଲା । ଖାସ କଥା ହେଲା ଆଲୁ ଅର୍ଜୁନ ନିଜର ଏହି ମହିଳା ପ୍ରଶଂସକଙ୍କୁ ମୃତ୍ୟୁ ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଥିଲେ ଏବଂ ପରିବାର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଦେବା ନେଇ ଘୋଷଣା କରିଥିଲେ ।












Click it and Unblock the Notifications