ସିକନ୍ଦର ପରେ ପୁଣି ସଲମାନଙ୍କ ସହ ଏହି ଫିଲ୍ମରେ ନଜର ଆସିବେ ରଶ୍ମିକା
ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ବର୍ତ୍ତମାନ ଭିକି କୌଶଲଙ୍କ ସହ ତାଙ୍କ ଫିଲ୍ମା'ଛାଭା'କୁ ନେଇ ଚର୍ଚ୍ଚାରେ ଅଛନ୍ତି ଉଭୟଙ୍କୁ ଏକାଠି ଅନେକ ଇଭେଣ୍ଟରେ ଦେଖିବା ପାଇଁ ମଧ୍ୟ ମିଳୁଛି । ଭିକିଙ୍କ ପରେ ସଲମାନଙ୍କ ସହ
ଫିଲ୍ମ 'ସିକନ୍ଦର' ମଧ୍ୟ ଅଭିନେତ୍ରୀଙ୍କୁ ଦେଖିବା ପାଇଁ ମିଳିବ । ପ୍ରଥମ ଥର ବଡ଼ ପରଦାରେ ସଲମାନ ଏବଂ ରଶ୍ମିକାଙ୍କୁ ଦେଖିବା ପାଇଁ ଫ୍ୟାନ୍ସ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ସଲମାନ ଏବଂ ରଶ୍ମିକାଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଖୁସି ଖବର ରହିଛି ।
ଚର୍ଚ୍ଚା ହେଉଛି ରଶ୍ମିକା ପୁଣି ଥରେ ନିର୍ଦ୍ଦେଶକ ଅଟଲିଙ୍କ ପରବର୍ତ୍ତୀ ଫିଲ୍ମ 'A6'ରେ ସଲମାନ ଖାନଙ୍କ ସହ ନଜର ଆସିପାରନ୍ତି । ଅଟଲି ଏବଂ ସଲମାନଙ୍କୁ 'ପୁଷ୍ପା 2'ରେ ରଶ୍ମିକାଙ୍କ ଅଭିନୟ ପସନ୍ଦ ଆସିଥିଲା। ଏହି କାରଣରୁ ନିର୍ମାତାମାନେ ପୁଣି ଥରେ ଉଭୟଙ୍କୁ ଏକାଠି ସାଇନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ଡିସେମ୍ବରରେ ଅଟଲି ନିଶ୍ଚିତ କରିଥିଲେ ଯେ ସଲମାନ ଖାନ ଫିଲ୍ମ 'A6'ନଜର ଆସିବେ । ସେହିପରି ବର୍ତ୍ତମାନ ରଶ୍ମିକାଙ୍କ ଭୂମିକାକୁ ନେଇ ଚର୍ଚ୍ଚା ଜୋର ଧରିଛି । 'A6' ଉପରେ କାମ ଚାଲିଛି ଏବଂ ଏହା ଖୁବ୍ ଶୀଘ୍ର ଏନେଇ ଘୋଷଣା କରାଯାଇ ପାରେ ।

ଅନ୍ୟପକ୍ଷରେ ଅଭିନେତ୍ରୀ ରଶ୍ମିକା ମନ୍ଦନା ଏବଂ ଭିକି କୌଶଲଙ୍କ ଆଗାମୀ ଫିଲ୍ମ ଛାଭାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମଟି ୧୪ ଫେବୃଆରୀରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ। ଫିଲ୍ମରେ ଅଭିନେତ୍ରୀ ରାଜକୀୟ ଅନ୍ଦାଜରେ ନଜର ଆସିବେ । 'ଛାଭା' ପରେ ଅଭିନେତ୍ରୀ ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ସହ 'ସିକନ୍ଦର' ଫିଲ୍ମରେ ନଜର ଆସିବେ। ଯାହାର ସୁଟିଂ ଆରମ୍ଭ ହୋଇସାରିଛି। ସଲମାନ ଏବଂ ରଶ୍ମିକାଙ୍କ ଏହି ଫିଲ୍ମ ଚଳିତ ବର୍ଷ ଇଦରେ ବଡ଼ ପରଦାରେ ମୁକ୍ତିଲାଭ କରିପାରେ ।












Click it and Unblock the Notifications