'ବିଗ୍ ବସ ୧୭'ପରେ ଏହି ଚଳଚ୍ଚିତ୍ରରେ ନଜର ଆସିବେ ଅଙ୍କିତା ଲୋଖଣ୍ତେ
Swatantrya Veer Savarkar Film: ରଣଦୀପ ହୁଡାଙ୍କ ନିର୍ଦ୍ଦେଶିତ ଫିଲ୍ମ 'Swatantrya Veer Savarka' ଚଳିତ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ନଜର ଆସିବେ ଏବଂ ତାଙ୍କ ଅପୋସିଟରେ ଲିଡ୍ ରୋଲରେ ନଜର ଆସିବେ ଅଙ୍କିତା ଲୋଖଣ୍ତେ ।

'ବିଗ୍ ବସ୍ 17' ପରେ ଅଙ୍କିତା ଲୋଖଣ୍ଡେ ବର୍ତ୍ତମାନ 'Swatantrya Veer Savarka' ନାମକ ଏକ ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି । ଅଭିନେତ୍ରୀ ରଣଦୀପ ହୁଡାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଏକ ଅଂଶ ହେବାକୁ ଯାଉଛନ୍ତି ଯେଉଁଥିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିବେ।
ରଣଦୀପ ହୁଡା, ଅଙ୍କିତା ଲୋଖଣ୍ଡେ ଏବଂ ଅମିତ ସିଆଲଙ୍କ ଅଭିନୀତ ଏହି ଫିଲ୍ମ 22 ମାର୍ଚ୍ଚ 2024 ରେ ପ୍ରେକ୍ଷାଳୟରେ ଦୁଇଟି ଭାଷାରେ - ହିନ୍ଦୀ ଏବଂ ମରାଠୀରେ ମୁକ୍ତିଲାଭ କରିବ।












Click it and Unblock the Notifications