Animal Box Office Collection Day 6: କେବଳ ଭାରତରେ ୩୦୦ କୋଟିର ବ୍ୟବସାୟ କଲା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍'
Animal Box Office Collection Day 6: ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଆନିମଲ୍' ବକ୍ସ ଅଫିସରେ ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଏହି ଫିଲ୍ମ କେବଳ ଘରୋଇ ବକ୍ସ ଅଫିସରେ ନୁହେଁ ସାରା ବିଶ୍ୱରେ ବର୍ତ୍ତମାନ ନିଜ ଜଲୱା ଦେଖାଉଛି । ସବୁଠି କେବଳ ରଣବୀରଙ୍କ ଫିଲ୍ମର ଚର୍ଚ୍ଚା । ରଣବୀର କପୁରଙ୍କ ଫିଲ୍ମ 5 ଦିନରେ ସାରା ବିଶ୍ୱରେ 500 କୋଟି ଟଙ୍କା ଆୟ କରିଛି । ସେହିପରି ସିନେମା ଜଗତ ପାଇଁ ଏକ ଖୁସି ଖବର ହେଲା ଯେ କେବଳ ଭାରତରେ ଫିଲ୍ମ ଆନିମଲ୍ 300 କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି କରିଛି ।
'ଆନିମଲ' ରିଲିଜ ହେବାର ୬ ଦିନ ବିତିଗଲାଣି ଏବଂ ଫିଲ୍ମଟି ପ୍ରତିଦିନ କୋଟି କୋଟି ଟଙ୍କା ରୋଜଗାର କରୁଛି । ସାକନିଲ୍କର ରିପୋର୍ଟ ଅନୁଯାୟୀ, 'ଆନିମଲ୍' ପଞ୍ଚମ ଦିନ 37.47 କୋଟି ଟଙ୍କା ବ୍ୟବସାୟ କରିଥିଲା ଏବଂ ଷଷ୍ଠ ଦିନ ଏହି ଚଳଚ୍ଚିତ୍ର 15.67 କୋଟି ଟଙ୍କା ରୋଜଗାର କରିବା ସହ ବର୍ତ୍ତମାନ ଏହି ଫିଲ୍ମର ମୋଟ ଆୟ 300.52 କୋଟି ହୋଇଛି ।

ସନ୍ଦୀପ ରେଡ୍ଡୀ ୱଙ୍ଗାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଆନିମଲ୍'କୁ ଦର୍ଶକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ। ଫିଲ୍ମରେ ରଣବୀର କପୁରଙ୍କ ଭୟଙ୍କର ରୂପ ଦେଖିବା ପାଇଁ ମିଳୁଛି । ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି । ଟ୍ରେଲର ରିଲିଜ୍ ହେବା ପରଠାରୁ ହିଁ ସିନେପ୍ରେମୀ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ସିନେମାର କ୍ରେଜ୍ ଏତେ ଅଧିକ ଥିଲା ଯେ ପ୍ରଥମ ଦିନରେ ହିଁ ଏହି ଫିଲ୍ମ 63.8 କୋଟି ଟଙ୍କାର ଓପନିଂ କରିଥିଲା ।
'ଆନିମଲ୍ 'ରେ ଏକ ପିତା ଏବଂ ପୁଅର ସୁନ୍ଦର କାହାଣୀ ଦେଖିବା ପାଇଁ ମିଳୁଛି । ଏହି ଫିଲ୍ମରେ ରଣବୀର କପୁର ମୁଖ୍ୟ ଭୂମିକାରେ ନଜର ଆସିଥିବାବେଳେ ଅନିଲ କପୁର ତାଙ୍କ ପିତାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ରଶ୍ମିକା ମନ୍ଦାନା, ବବି ଦେଓଲ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
କମିବ ତାପମାତ୍ରା, ଆଜିଠୁ ୩ ଦିନ ପ୍ରବଳ ବର୍ଷା -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ ଫାଇନାଲ୍ ;ମୁହାଁମୁହିଁ ହେବେ ଶକ୍ତିଶାଳୀ ଭାରତ ଓ ନ୍ୟୁଜିଲାଣ୍ଡ -
ରାଷ୍ଟ୍ରପତିଙ୍କ ପ୍ରୋଟୋକଲ୍ରେ ତ୍ରୁଟି ଅଭିଯୋଗ; ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଏପ୍ରିଲ୍ ୮ରେ ମହମ୍ମଦ ମୋକିମ୍ଙ୍କ ନୂଆ ଦଳ ଲଞ୍ଚ୍, ନାଁ ରହିବ ଓଡ଼ିଶା ଜନତା କଂଗ୍ରେସ -
ପ୍ରତିଦିନ ଖାଆନ୍ତୁ ଗଜାମୁଗ, ସ୍ୱାସ୍ଥ୍ୟରେ.... -
ଇସ୍ରାଏଲକୁ ୧୨ ହଜାର ବୋମା ବିକିବ ଆମେରିକା, ମିଳିଲା ମଞ୍ଜୁରୀ











Click it and Unblock the Notifications