ରଣବରୀ କପୁରଙ୍କ ଫିଲ୍ମ 'ଆନିମଲ୍' ପଞ୍ଚମ ଦିନରେ ପଡିଲା ଫିକା, ମାତ୍ରା ଏତିକି କୋଟିର ହେଲା ବ୍ୟବସାୟ
ମୁମ୍ବାଇ: ଡିସେମ୍ବର 1 ରେ ପ୍ରେକ୍ଷାଳୟରେ ରଣବୀର କପୁରଙ୍କ ଅଭିନୀତ ଚଳଚ୍ଚିତ୍ର 'ଆନିମଲ୍' ମୁକ୍ତିଲାଭ କରିଛି । ବର୍ତ୍ତମାନ ଚଳଚ୍ଚିତ୍ରକୁ ସବୁଠି ଚର୍ଚ୍ଚା । ସୋସିଆଲ ମିଡିଆରେ ଅନେକ ରିଲସ୍ସ ଏବଂ ମିମସ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି । କହିବା ପାଇଁ ଗଲେ ଏହି ଫିଲ୍ନଟି ଦର୍ଶକଙ୍କ ମନ ଜଣିପାରେ ସଫଳ ହୋଇଛି । ସମସ୍ତଙ୍କ ମୁହଁରେ କେବଳ ଫିଲ୍ମ ଆନିମଲ୍ ନା'।
ଏହି ଫିଲ୍ମ ଦର୍ଶକଙ୍କ ଠାରୁ ବହୁତ ପ୍ରତିକ୍ରିୟା ପାଇବା ସହ ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ ମଧ୍ୟ କରୁଛି । ପ୍ରତି ଦିନ ନୂଆ ନୂଆ ରେକର୍ଡ ବ୍ରେକ୍ କରୁଛି ରଣବୀର-ରଶ୍ମିକାଙ୍କର ଏହି ସୁପରହିଟ୍ ଫିଲ୍ମ । ଏହି ଚଳଚ୍ଚିତ୍ରଟି ଘରୋଇ ବକ୍ସ ଅଫିସରେ ଏପର୍ଯ୍ୟନ୍ତ 200 କୋଟିରୁ ଅଧିକ ଆୟ କରିବା ସହ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି।

ସାକ୍ନିଲ୍କର ରିପୋର୍ଟ ଅନୁଯାୟୀ ମଙ୍ଗଳବାର ଅର୍ଥାତ୍ ୫ ତାରିଖ ଦିନ 'ଆନିମଲ୍' ସଂଗ୍ରହରେ ହ୍ରାସ ଘଟିଛି । ପ୍ରାରମ୍ଭିକ ଆକଳନ ଅନୁଯାୟୀ, ପଞ୍ଚମ ଦିନରେ ଫିଲ୍ମ ଏପର୍ଯ୍ୟନ୍ତ 13.62 କୋଟି ଟଙ୍କା ଆୟ କରିଛି। ଏହା ସହିତ ଫିଲ୍ମର ମୋଟ ସଂଗ୍ରହ 259.11 କୋଟି ଟଙ୍କା ହୋଇଛି । କହିବାକୁ ଗଲେ 259.11 କୋଟି ଟଙ୍କା ସହିତ 'ଆନିମଲ୍' ରଣବୀର କପୁରଙ୍କ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି।
ରଣବୀର କପୁରଙ୍କ କ୍ୟାରିୟରର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଛି 'ଆନିମଲ୍'। 2018 ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର 'ସଞ୍ଜୁ' ଏବେ ମଧ୍ୟ ଏକ ନମ୍ବରରେ ଅଛି, ଯାହାର ମୋଟ୍ ଆୟ 342.53 କୋଟି ଥିଲା । ହେଲେ ଆମିମଲ୍ ବ୍ରହ୍ମା୍ସ୍ତ୍ରଠୁ ଅଧିକ ଆୟ କରିଛି । ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ମୋଟ୍ ସଂଗ୍ରହ ହେଉଛି 257.44 କୋଟି ଟଙ୍କା।
ସନ୍ଦୀପ ରେଡ୍ଡୀ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର 'ଆନିମଲ'ରେ ପିତା-ପୁତ୍ର ସମ୍ପର୍କ ସହିତ ଜଡିତ ଏକ ସୁନ୍ଦର କାହାଣୀ ଦେଖିବା ପାଇଁ ମିଳୁଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ଅନିଲ କପୁର ପିତା ଏବଂ ପୁଅ ଭୂମିକାରେ ଅଭିନୟ କରିଛନ୍ତି ଏବଂ ରଶ୍ମିକା ମନ୍ଦାନା ତାଙ୍କ ପତ୍ନୀ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ବବି ଦେଓଲଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳୁଛି ।












Click it and Unblock the Notifications