Anil Kapoorଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ହେଲା ଡିଲିଟ୍, ଝିଅ ସୋନମ କହିଲେ ଏପରି କଥା...
Anil Kapoor Instagram: ବଲିଉଡର ଏଭରଗ୍ରୀନ୍ ଅଭିନେତା ଅନିଲ କପୁରଙ୍କୁ ନେଇ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହୁଥିବା ଏହି ଅଭିନେତା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟର ସମସ୍ତ ପୋଷ୍ଟ ଏବଂ ଫଟୋ ଡିଲିଟ କରିଦେଇଛନ୍ତି । ତେବେ ଅଭିନେତା ନିଜେ ଏହି ସମସ୍ତ ପୋଷ୍ଟ ଡିଲିଟ କରିଛନ୍ତି ନା ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।
ଅଭିନେତା ଅନିଲ କପୁର ତାଙ୍କ ଫିଲ୍ମ ସହିତ ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ରୁହନ୍ତି । ପ୍ରାୟତଃ ଅଭିନେତା ନିଜ ଫଟୋ ଏବଂ ଜିମ୍ ଭିଡିଓ ପ୍ରଶଂସକଙ୍କ ସହିତ ସେୟାର କରିଥାନ୍ତି କିନ୍ତୁ ବର୍ତ୍ତମାନ ତାଙ୍କ ଆକାଉଣ୍ଟରୁ ସମସ୍ତ ଭିଡିଓ ଏବଂ ଚିତ୍ର ଡିଲିଟ୍ ହୋଇଯାଇଛି ଯାହା ପରେ ଫ୍ୟାନ୍ସଙ୍କ ସମେତ ଅଭିନେତାଙ୍କ ଝିଅ ସୋନମ କପୁର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି । ଅଭିନେତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲର ସ୍କ୍ରିନସଟ ସେୟାର କରି ସୋନମ କପୁର ଲେଖିଛନ୍ତି, 'ବାପା !! ??'

ୱାର୍କ ଫ୍ରଣ୍ଟ ବିଷୟରେ କହିବା ପାଇଁ ଗଲେ, ଅନିଲ କପୁର ଭୂମି ପେଡନେକର ଏବଂ ଶେହନାଜ ଗିଲଙ୍କ ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଥ୍ୟାଙ୍କ୍ ଫର୍ କମ୍ପିଂ'ରେ ଦେଖିବା ପାଇଁ ନିଳିଥିଲା । ହେଲେ ଏହି ଫିଲ୍ମ ବକ୍ସଅଫିସରେ କିଛି ଭଲ ବ୍ୟବସାୟ କରିପାରି ନାହିଁ । ଏହାପୂର୍ବରୁ ଅଭିନେତା ଆଦିତ୍ୟ କପୁରଙ୍କ ସହ ୱେବ୍ ସିରିଜ୍ 'ନାଇଟ୍ ମ୍ୟାନେଜର୍'ରେ ନଜର ଆସିଥିଲେ। ଯେଉଁଥିରେ ଅଭିନେତାଙ୍କ ଜବରଦସ୍ତ ଅଭିନୟ ଦେଖିବା ପାଇଁ ମିଳିଥିଲା ।
ଏହା ବ୍ୟତୀତ ସେ ଖୁବ୍ ଶୀଘ୍ର ଅନିଲ୍ କପୁରଙ୍କୁ ଫିଲ୍ମ 'ଆନିମଲ୍'ରେ ଦେଖିବା ପାଇଁ ମିଳିବ । ଏହି ଫିଲ୍ମରେ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନା ମଧ୍ୟ ତାଙ୍କ ସହ ନଜର ଆସିବେ। ଏହି ଫିଲ୍ମ ଡିସେମ୍ବର ୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ସୋନମ କପୁରଙ୍କ ବିଷୟରେ କହିବାକୁ ଗଲେ ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ଥ୍ରୀଲର ଫିଲ୍ମ 'ବ୍ଲାଇଣ୍ତ' ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ସୋନମ କପୁରଙ୍କ ଏହି ଚଳଚ୍ଚିତ୍ର ଦକ୍ଷିଣ କୋରିଆ ଥ୍ରୀଲରର ରିମେକ୍ ଥିଲା ।












Click it and Unblock the Notifications