ଡିନର୍ ଡେଟ୍ ପରେ ପାପାରାଜି ଉପରେ ବର୍ଷିଲେ ସାହିଦ କପୁର, ଭିଡିଓ ହେଲା ଭାଇରାଲ
Shahid Kapoor Viral Video: ବଲିଉଡ ଅଭିନେତା ସାହିଦ କପୁରଙ୍କ ଫିଲ୍ମ 'Teri Baaton Mein Aisa Uljha Jiya' ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ବେଶ ପ୍ରଶଂସା ସାଉଁଟିଥିଲା । କେବଳ ଦର୍ଶକ ଏହି ଫିଲ୍ମକୁ ପସନ୍ଦ କରି ନଥିଲେ ବକ୍ସ ଅଫିସରେ ମଧ୍ୟ ଏହା ଖୁବ୍ ଭଲ ରୋଜଗାର କରିଥିଲା । ତାଙ୍କ ସୁପରହିଟ୍ ଫିଲ୍ମର ସଫଳତାକୁ ଉପଭୋଗ କରିବା ପରେ ନିକଟରେ ସାହିଦ କପୁରଙ୍କୁ ତାଙ୍କ ପତ୍ନୀ ମୀରା କପୁରଙ୍କ ସହ ଦେଖିବାକୁ ମିଳିଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, 22 ଏପ୍ରିଲ 2024 ରେ ସାହିଦ କପୁର ପତ୍ନୀ ମୀରା ରାଜପୁତଙ୍କ ସହ ରୋମାଣ୍ଟିକ ଡିନର ଡେଟରେ ବାହାରିଥିଲେ । ଯେତେବେଳେ ଦୁହେଁ ରେଷ୍ଟୁରାଣ୍ଟରୁ ବାହାରକୁ ଆସୁଥିଲେ, ସେଠାରେ କିଛି ପାପାରାଜି ସେମାନଙ୍କ ଅପେକ୍ଷାରେ ଥିଲେ । ଏହି ସମୟର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସାହିଦ କପୁର ରେଷ୍ଟୁରାଣ୍ଟ ବାହାରେ ଠିଆ ହୋଇଥିବା ପାପାରାଜିଙ୍କ ଉପରେ ରାଗୁଥିବାର ଦେଖିବା ପାଇଁ ମିଳୁଛି ।












Click it and Unblock the Notifications