ନେହା ଧୁପିଆଙ୍କୁ ବିବାହ କରିବା ସମୟରେ ଅଙ୍ଗଦଙ୍କ ପାଖରେ ନଥିଲା ଟଙ୍କା ! ପିତାମାତା ଦେଇଥି ଏହି ଉପଦେଶ
ନେହା ଧୁପିଆଙ୍କୁ ବିବାହ କରିବା ସମୟରେ ଅଙ୍ଗଦଙ୍କ ପାଖରେ ନଥିଲା ଟଙ୍କା, ପିତାମାତା ଦେଇଥି ଏହି ଉପଦେଶ...

ମୁମ୍ବାଇ: ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ହାପି ମ୍ୟାରେଡ୍ କପଲଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ । ବର୍ତ୍ତମାନ ଅଙ୍ଗଦ ବେଦୀ ପ୍ରକାଶ କରିଛନ୍ତି ଯେ, ତାଙ୍କ ପାଖାରେ ବିବାହ ସମୟରେ ମାତ୍ର ୩ ଲକ୍ଷ ଟଙ୍କା ଥିଲା । ସେ ଆହୁରି କହିଛନ୍ତି ଯେ, ନେହାଙ୍କ ପିତାମାତାଙ୍କ ତାଙ୍କ ଆର୍ଥିକ ସ୍ଥିତି ଉପରେ କୌଣସି ଗୁରୁତ୍ୱ ଦେଇ ନଥିଲେ ଏବଂ ସେମାନେ ଏହା ମଧ୍ୟ କହିଥିଲେ ଯେ, ନେହାଙ୍କ ସହ ରହିବା ପରେ ତାଙ୍କର ଟଙ୍କା ବଢିବା ସହ ଆର୍ଥିକ ସ୍ଥିତି ଖୁବ ଶୀଘ୍ର ବୃଦ୍ଧି ଠିକ୍ ହୋଯିବ ।
ପିଙ୍କଭିଲ୍ଲାଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଅଙ୍ଗଦ କହିଛନ୍ତି ଯେ, ଯେତେବେଳେ ଜଣେ ବ୍ୟକ୍ତି ବିବାହ କରିବାକୁ ନିଷ୍ପତ୍ତି ନିଏ, ସେତେବେଳେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ ଯେପରି, ବିବାହ କରୁଥିବା ପୁଅ ବା ଝିଅ ପାଖରେ ଟଙ୍କା ଅଛି କି ନାହିଁ, ସେ ସ୍ଥିର କି ନାହିଁ ଏବଂ ସେ କେଉଁ ପରିବାରରୁ ଆସିଛି ? ହେଲେ ଏହା ସ୍ପଷ୍ଟ ଥିଲା ଯେ, ନେହାଙ୍କୁ ବିବାହ କରିବା ସମୟରେ ମୋ ପାଖରେ ମାତ୍ର ୩ ଲକ୍ଷ ଟଙ୍କା ଥିଲା ।
ଅଭିନେତା ଆହୁରି ମଧ୍ୟ କହିଛନ୍ତି, "ହଁ, ମୁଁ ଏକ ନିର୍ଦ୍ଦିଷ୍ଟ ପୃଷ୍ଠଭୂମିରୁ ଆସିଛି । କିନ୍ତୁ ମୁଁ ନିଜେ କିଏ ତାହା ଏକ ବଡ଼ ପ୍ରଶ୍ନ । ତୁମେ ତୁମର ପରିବାରର ସମର୍ଥନ ପାଇବ ବହୁତ ଭଲ । ହେଲେ ନିଜର ପରିଚୟ ତିଆରି କରିବା ବି ଉଚିତ୍ । ଏକ କ୍ରୀଡ଼ା ଆଇକନ୍ ଘରେ ଜନ୍ମ ହୋଇଥିବାରୁ ମୁଁ ବହୁତ କୃତଜ୍ଞ ଏବଂ ଗର୍ବିତ।'
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅଙ୍ଗଦଙ୍କ ପିତା ହେଉଛନ୍ତି ପୂର୍ବତନ କ୍ରିକେଟର Bishan Singh Bedi । ସେହିପରି ନେହାଙ୍କୁ ବେଶ୍ ଲକି ମାନନ୍ତି ଅଙ୍ଗଦ । ନେହାଙ୍କର ପ୍ରଶଂସା କରି ସେ କହିଛନ୍ତି ଯେ, ଯଦି ସେ ମୋ ସାଥିରେ ନେହା ଅଛନ୍ତି ତେବେ ମୋର ଟଙ୍କା ବଢିଥାଏ । ମୁଁ ତାଙ୍କ ପିତାମାତାଙ୍କୁ ବହୁତ ଶ୍ରେୟ ଦେବି ଯେ ମୁଁ ଯେଉଁ ପରିସ୍ଥିତିରେ ଥିଲି ସେମାନେ ମୋତେ ଠିକ୍ ଉପଦେଶ ଦେଇଥିଲେ ।
ଅଙ୍ଗଦ ବେଦୀ ଏବଂ ନେହା ଧୁପିଆ ୨୦୧୮ ରେ ବିବାହ ଘୋଷଣା କରିଥିଲେ ଯାହା ସେମାନଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି, ଗୁରିକ ଏବଂ ମେହେର ।












Click it and Unblock the Notifications