For Quick Alerts
Turn On Notification  
For Daily Alerts
Oneindia App Download

ଅଧୁରା ରହିଗଲା ଆଣ୍ତ୍ରିଲା-ସବ୍ୟସାଚୀଙ୍କ ପ୍ରେମ, ପାଦରେ ଚୁମ୍ବନ ଦେଇ ଦେଲେ ଅନ୍ତିମ ବିଦାୟ

ଅଧୁରା ରହିଗଲା ଆଣ୍ତ୍ରିଲା-ସବ୍ୟସାଚୀଙ୍କ ପ୍ରେମ, ପାଦରେ ଚୁମ୍ବନ ଦେଇ ଦେଲେ ଅନ୍ତିମ ବିଦାୟ

|

ମୁମ୍ବାଇ: ଖ୍ୟାତନାମା ବଙ୍ଗଳା ଅଭିନେତ୍ରୀ ଆଣ୍ତ୍ରିଲା ଶର୍ମା । ଅଭିନୟ ଏବଂ ନିଜ ଚୁଲବୁଲି ଅନ୍ଦାଜରେ ସେ ଦର୍ଶକଙ୍କ ମନରେ ରାଜ୍ କରୁଥିଲେ । ନଭେମ୍ବର ୨୦ରେ ଅଭିନେତ୍ରୀ ମାତ୍ର ୨୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଚାଲିଯାଇଛନ୍ତି । ବ୍ରେନଷ୍ଟ୍ରୋକ୍ ଯୋଗୁଁ ଦୀର୍ଘ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆଣ୍ଡ୍ରିଲା ଏକାଧିକ ହୃଦ୍‌ଘାତ ଯୋଗୁଁ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ଅଭିନେତ୍ରୀଙ୍କ ଦେହାନ୍ତ ପରେ ବଙ୍ଗଳାର ସମଗ୍ର ମନୋରଞ୍ଜନ ଇଣ୍ତଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଥିଲା । ଅନେକ କଳାକର ଶୋକ ପ୍ରକାଶ କରିଥିଲେ କିନ୍ତୁ ଆଣ୍ଡ୍ରିଲା ଶର୍ମାଙ୍କ ବିୟୋଗରେ ତାଙ୍କ ପ୍ରେମିକ ତଥା ବଙ୍ଗୀୟ ଅଭିନେତା ସବ୍ୟସାଚୀ ଚୌଧୁରୀ ଅତ୍ୟନ୍ତ ଭାଙ୍ଗିପଡିଛନ୍ତି । ଆଣ୍ଡ୍ରିଲା ଶର୍ମାଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ସବ୍ୟସାଚୀଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି ।

Aindrila Sharma
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏହି ଭିଡିଓରେ ଆଣ୍ଡ୍ରିଲା ଶର୍ମାଙ୍କ ଶେଷ ରୀତିନୀତି ପୂର୍ବରୁ ତାଙ୍କ ଶରୀରକୁ ଭୂମିରେ ରଖାଯାଇଛି । ଏହି ସମୟରେ ତାଙ୍କ ସାଥୀ ସବ୍ୟସାଚୀ ଚୌଧୁରୀ ତାଙ୍କ ପାଦ ଛୁଇଁ ଚୁମ୍ବନ ଦେଉଥିବାର ନଜର ଆସୁଛି । ଆଣ୍ତ୍ରିଲାଙ୍କ ଅନ୍ତିମ ସଂସ୍କାର ସମୟରେ ଭାବବିହ୍ୱଳ ହୋଇପଡିଥିଲେ। । ଅଧୁରା ରହିଗଲା ଆଣ୍ତ୍ରିଲା-ସବ୍ୟସାଚୀଙ୍କ ପ୍ରେମ । ଅଧା ରାସ୍ତାରେ ହିଁ ନିଜ ମନର ମଣିଷକୁ ଛାଡି ଆରପାରିକି ଚାଲିଯାଇଛନ୍ତି ଅଭିନେତ୍ରୀ ଆଣ୍ତ୍ରିଆ । ନିଜ ପ୍ରେମକୁ ହରାଇବାର ଯନ୍ତ୍ରଣା କ'ଣ ତାହା ସାବ୍ୟସାଚୀଙ୍କ ମୁହଁରେ ସ୍ପଷ୍ଟ ଦେଖାଯାଉଛି ।

ବାସ୍ତବରେ, ସବ୍ୟସାଚୀ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଦୀର୍ଘ ଦିନ ଧରି ଆଣ୍ଡ୍ରିଲା ଶର୍ମାଙ୍କ ସହ 'ଲିଭ୍ ଇନ୍'ରେ ରହିଆସୁଥିଲେ । ପ୍ରତି ସମସ୍ୟାରେ ସେ ଆଣ୍ତ୍ରିଲାଙ୍କୁ ସପୋର୍ଟ କରିଥିଲେ । ଶେଷ ସମୟରେ ଜୀବନ ସହ ସଂଘର୍ଷ କରୁଥିବା ସମୟରେ ମଧ୍ୟ ସବ୍ୟ ତାଙ୍କ ହାତ ଛାଡି ନଥିଲେ । ସବ୍ୟସାଚୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନର ରିପୋର୍ଟ ଅନୁସାରେ ସବ୍ୟସାଚୀ ନିଜର ସମସ୍ତ ସୋସିଆଲ ମିଡିଆ ଏକାଉଣ୍ଟ ଡିଲେଡ୍ କରିଦେଇଛନ୍ତି ।

ସୂଚନା ଅନୁସାରେ ନଭେମ୍ବର ୧ ରେ ଆଣ୍ତ୍ରିଲା ଶର୍ମା ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ । ଏହା ପରେ ତାଙ୍କ ଅବସ୍ଥା ଅଧିକ ବିଗିଡିବା କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପରେ, ନଭେମ୍ବର ୧୪ରେ ଡାକ୍ତରଖାନାରେ ଭର୍ତ୍ତିଥିବା ସମୟରେ ଅନେକ ଥର ହୃଦ୍‌ଘାତର ଶିକାର ହୋଇଥିଲେ ଆଣ୍ତ୍ରିଲା । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ନଭେମ୍ବର ୨୦ରେ Aindrila କୋଲକାତାର ନାରାୟଣ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ରବିବାର ଦିନ ସେ ପୁଣି ହୃଦ୍‌ଘାତରେ ଆକ୍ରାନ୍ତ ହୋଇଥିଲେ ଏବଂ ଆଜି ଦିନ ୧୨.୫୯ ରେ ତାଙ୍କର ମୃତ୍ୟୁ ହୋଇଛି । ଆଣ୍ତ୍ରିଲା ଶର୍ମାଙ୍କୁ ଅନେକ ଟିଭି ସିରିଏଲରେ ଦେଖିବା ପାଇଁ ମିଳିଥିଲା । ସେ ଝୁମର ସିରିଏଲରୁ ଅଭିନୟ ଜଗତରେ ପାଦ ଦେଇଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Andrila-Sabyasachi's love dawdled, touching her feet and biding her final farewell
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X