Get Updates
Get notified of breaking news, exclusive insights, and must-see stories!

OTTରେ ଡେବ୍ୟୁ କରିବେ ଅନନ୍ୟା, ସାଜିବେ ଆୟୁଷ୍ମାନଙ୍କ 'ଡ୍ରିମ ଗାର୍ଲ'

OTTରେ ଡେବ୍ୟୁ କରିବେ ଅନନ୍ୟା, ସାଜିବେ ଆୟୁଷ୍ମାନଙ୍କ 'ଡ୍ରିମ ଗାର୍ଲ',ସିନେମା ପରେ ଏବେ ସେ ଓ OTTରେ ପ୍ରବେଶ କରିବାକୁ ଯାଉଛନ୍ତି

ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ କିଛି ଚଳଚ୍ଚିତ୍ର ମାଧ୍ୟମରେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ପାଇସାରିଛନ୍ତି । ମାତ୍ର ଅଳ୍ପ କିଛି ଫିଲ୍ମରେ କାମ କରି ବର୍ତ୍ତମାନ ସେ ବଲିଉଡର ଆଗାଧାଡି ଅଭିନେତ୍ରୀ ତାଲିକାରେ ସାମିଲ ହୋଇଛନ୍ତି । ସିନେମା ପରେ ଏବେ ସେ ଓ OTTରେ ପ୍ରବେଶ କରିବାକୁ ଯାଉଛନ୍ତି ।

Ananya Pandey

ଅନନ୍ୟା ଖୁବ ଶୀଘ୍ର Dharmatic Entertainmentର ଫିଲ୍ମ ' 'Call Me Bae'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଅନନ୍ୟା ଏକ ଧନୀ ପରିବାରର ଝିଅ ଚରିତ୍ରରେ ଅଭିନୟ କରିବେ । ଯାହାଙ୍କୁ ଫ୍ୟାଶନ୍ ଦୁନିଆରେ ସଫଳତା ହାସଲ କରିବା ପାଇଁ ଅନେକ କଷ୍ଟ କରିବା ପାଇଁ ପଡୁଥିବ ।

ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଏହି OTT ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି Collin D'Cunha । ସେ ସଞ୍ଜୁ ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିସାରିଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଅଧୀନରେ ଆସୁଥିବା Dharmatic Entertainment ଦ୍ୱାରା ନିର୍ମିତ ହେବ । ଏହି ଚଳଚ୍ଚିତ୍ରରେ ଅନନ୍ୟା ଏକ ଧନୀ ପରିବାରର ଝିଅର ଚରିତ୍ରରେ ଅଭିନୟ କରିବେ, ଏକ ଘୋଟାଲା ପାଇଁ ତାଙ୍କ ଧନୀ ପରିବାର ତାଙ୍କୁ ଅସ୍ୱୀକାର କରିଛି । ଏହି ଚଳଚ୍ଚିତ୍ରର କାହାଣୀ ଇଶିତା ମୌଇତ୍ରା, ସମିନା ମୋଟଲେକର ଏବଂ ରୋହିତ ନାୟାର ଲେଖିଛନ୍ତି ।

ଅନନ୍ୟାଙ୍କ ଆଗାମୀ ଫିଲ୍ମ
ଅଭିନେତ୍ରୀ ବର୍ତ୍ତମାନ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଡ୍ରିମ୍ ଗର୍ଲ-୨'ର ସୁଟିଂରେ ବିଜି ଅଛନ୍ତି । ଅନନ୍ୟାଙ୍କ ହାତରେ ଏବେ ଅନେକ ଫିଲ୍ମର ଅଫର ରହିଛି । ଖୁବ୍‌ଶୀଘ୍ର ଆମାଜନ୍‌ ପ୍ରାଇମ୍‌ ଭିଡିଓରେ 'କଲ୍‌ ମି ବେ' ରେ ମଧ୍ୟ ସେ ନଜର ଆସିବେ । ତାଙ୍କୁ 'ବେ' ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ । ଶେଷଥର ଅଭିନେତ୍ରୀଙ୍କୁ ସାଉଥ୍ ସୁପରଷ୍ଟାର ବିଜୟ ଦେବରାକୋଣ୍ତାଙ୍କ ସହ ଫିଲ୍ମ 'ଲାଇଗର'ରେ ଦେଖିବା ପାଇଁ ମିଳିଥିଲା । ଯେଉଁଥିରେ ଅଭିନେତ୍ରୀଙ୍କୁ ନେଇ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବା ପାଇଁ ମିଳିଥିଲା ।ଏବେ ଦେଖିବା ବାକି ରହିଲା ଅଭିନେତ୍ରୀ ନିଜ ଆଗାମୀ ପ୍ରୋଜେକ୍ଟରେ ଦର୍ଶକଙ୍କୁ ଇମେପ୍ରେସ କରିପାରୁଛନ୍ତି ନା ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+