ଖୁବ୍ ଶୀଘ୍ର ବିବାହ କରିବା ପାଇଁ ଯାଉଛନ୍ତି ଅନନ୍ୟା ପାଣ୍ତେ ! ଅଭିନେତ୍ରୀ ଦେଲେ ଏପରି ସଙ୍କେତ
Ananya Panday: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସିନେମାକୁ ନେଇ ଯେତିକି ଚର୍ଚ୍ଚାରେ ରହିଥାନ୍ତି ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ସେତିକି ଲାଇମଲାଇଟରେ ରହିଥାନ୍ତି। ଗତ ବର୍ଷ ଅନନ୍ୟା ପାଣ୍ଡେ ଏହଂ ଆଦିତ୍ୟ ରୟ କପୁରଙ୍କ ସମ୍ପର୍କ ରହିଥିଲା ଚର୍ଚ୍ଚାରେ । ହେଲେ ଖବର ଏହା ମଧ୍ୟ ରହିଥିଲା ଯେ ଖୁବ୍ କମ ସମୟ ମଧ୍ୟରେ ଏହି ଯୋଡିର ବ୍ରେକ୍ ଅପ୍ ହୋଇଯାଇଥିଲା । ଏହା ପରେ ତାଙ୍କ ନାମ ପୂର୍ବତନ ମଡେଲ Walker Blanco ସହିତ ଯୋଡା ଯାଇଥିଲା ।

Walker Blanco ଏବଂ ଅନନ୍ୟା ପାଣ୍ଡେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହରେ ଏକାଠି ନଜର ଆସିଥିଲେ। ଯାହା ପରେ ସେମାନଙ୍କର ଡେଟିଂ ଗୁଜବ ଆରମ୍ଭ ହୋଇଯାଇଥିଲା ତେବେ ଅଭିନେତ୍ରୀ ଏପର୍ଯ୍ୟନ୍ତ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିନାହାଁନ୍ତି। ବର୍ତ୍ତମାନ ଏକ ସାକ୍ଷାତକାରରେ ଅନନ୍ୟା କହିଛନ୍ତି ଯେ ସେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ବିବାହ କରିବାକୁ ଯୋଜନା କରୁଛନ୍ତି। ଯାହା ପରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ସେହିପରି ନିଜ ସିନେମା କ୍ୟାରିୟରକୁ ନେଇ ଅନନ୍ୟା କହିଛନ୍ତି ଯେ, ସେ ନିଜକୁ ଟପରେ ଦେଖୁଛନ୍ତି। ଇଣ୍ତଷ୍ଟ୍ରୀରେ ଅନେକ ଲୋକଙ୍କ ମଧ୍ୟ ପ୍ରତିଯୋଗିତା ଲାଗି ରହିଥାଏ । ହେଲେ ସମସ୍ତଙ୍କ ମଧ୍ୟରେ ରହି ନିଜ ଉପରେ ଫୋକସ କରୁଛି ଏବଂ ନିଜ କଳାକୁ ଆହୁରି ଉତ୍ତମ କରିବା ପାଇଁ ଚେଷ୍ଟା କରୁଛି । ଅନନ୍ୟା ଆହୁରି କହିଛନ୍ତି, ଆଗାମୀ ୫ ବର୍ଷ ମଧ୍ୟରେ ମୁଁ ବିବାହ କରି ଏକ ସୁନ୍ଦର ଫ୍ୟାମିଲି ବନାଇବା ପାଇଁ ଚାହୁଁଛି ।












Click it and Unblock the Notifications