ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟଙ୍କ ହଲଦି ସମାରୋହରେ ବଲିଉଡ ଷ୍ଟାରଙ୍କ ଜଲୱା
Anant-Radhika Haldi Ceremony: ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚାଣ୍ଟ ହଲଦି ସମାରୋହ ଜୁଲାଇ 8ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୁରା ବଲିଉଡକୁ ଏକାଠି ଦେଖିବା ପାଇଁ ମିଳିଥିଲା । ସଲମାନ ଖାନ, ରଣବୀର ସିଂ, ଜାହ୍ନବୀ କପୁର, ଅର୍ଜୁନ କପୁରଙ୍କ ପରି ଅନେକ କଳାକାର ଏହି ଇଭେଣ୍ଟରେ ଯୋଗ ଦେବା ପାଇଁ ପହଞ୍ଚିଥିଲେ ।

ହଲଦି କାର୍ଯ୍ୟକ୍ରମର ଅର୍ଥ ହେଉଛି ମସ୍ତି, ଡ୍ୟାନ୍ସ ତେବେ ରଣଭୀର ସିଂଙ୍କ ଉପସ୍ଥିତି ବିନା ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିଲା, ରଣବୀର ସିଂ ଏକା ଏହି କାର୍ଯ୍ୟକ୍ରମରେ ନଜର ଆସିଥିଲେ । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରଣବରୀ ମୁହଁରେ ହଲିଦି ଲାଗିଥିବାର ଦେଖିବା ପାଇଁ ମିଳୁଛି ।
ଅନନ୍ତ ଏବଂ ରାଧିକାର ବିଶେଷ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜାହ୍ୱବୀ କପୁର ମଧ୍ୟ ହଳଦିଆ ରଙ୍ଗର ପୋଷାକ ପିନ୍ଧିଥିବାର ଦେଖିବା ପାଇଁ ମିଳିଥିଲା । ଅମ୍ବାନୀ ପରିବାରର ଏହି ଗ୍ରାଣ୍ତ କାର୍ଯ୍ୟକ୍ରମ ଅନେକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅମ୍ବାନୀ ପରିବାରର ନିମନ୍ତ୍ରଣରେ ସାରା ଅଲ୍ଲି ଖାନ ଏବଂ ଅନନ୍ୟା ପାଣ୍ଡେ ମଧ୍ୟ ହଲଦି ସମାରୋହରେ ଯୋଗଦେବା ପାଇଁ ପହଞ୍ଚିଥିଲେ ।
ଏହି କାର୍ଯ୍ୟକ୍ରମରେ ମାନୁଷୀ ଚିଲର, ଭୀର ପାହାଡିଆ, ଅର୍ଜୁନ କପୁର ଏବଂ ସୋସିଆଲ ମିଡିଆ ସେନ୍ସେସ୍ ଓରୀ ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ହଲଦି ସମାରୋହ ପରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଅନନ୍ତ ଏବଂ ରାଧିକା 12 ଜୁଲାଇରେ ମୁମ୍ବାଇରେ ବିବାହ କରିବା ପାଇଁ ଯାଉଛନ୍ତି ।
13 ଜୁଲାଇରେ ଦ୍ୱିତୀୟ ଦିନରେ ଏକ ଶୁଭ ଆଶୀର୍ବାଦ ସମାରୋହ ଆୟୋଜିତ ହେବାପାଇଁ ଯାଉଛି । ଏହା ପରେ ଜୁଲାଇ 14 ରେ ଏକ ଗ୍ରାଣ୍ତ ରିସେପ୍ସନ୍ ପାର୍ଟି ହେବ । ଯେଉଁଥିରେ VVIP ଅତିଥିମାନେ ଯୋଗଦେବା ନେଇ ସୂଚନା ରହିଛି । ବର୍ତ୍ତମାନ ସବୁଠି ଅମ୍ବାନୀ ପରିବାରର ଏହି ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications