ଅନନ୍ତ-ରାଧିକାଙ୍କ ପ୍ରି-ୱେଡିଂ ସମାରୋହରେ ପହଞ୍ଚିଲେ କିଆରା-ସିଦ୍ଧାର୍ଥ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ପ୍ରି-ୱେଡିଂ କାର୍ଯ୍ୟ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅନନ୍ତ-ରାଧିକାଙ୍କ ବିବାହ ପୂର୍ବରୁ ଏହି ଇଭେଣ୍ଟ ମାର୍ଚ୍ଚ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ବଲିଉଡ ଏବଂ ହଲିଉଡର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏହି କାର୍ଯ୍ୟରେ ଯୋଗ ଦେବେ ।

ଜାମନଗରରେ ବର୍ତ୍ତମାନ ଲାଗିଛି ସେଲିବ୍ରିଟିଙ୍କ ଭିଡ଼ । ବିମାନବନ୍ଦରରେ ଗୋଟିଏ ପରେ ଗୋଟିଏ ସେଲିବ୍ରିଟିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଶାହାରୁଖ ଖାନ ଏବଂ ରିହାନାର ପ୍ରବେଶ ପରେ ବର୍ତ୍ତମାନ ନବ ବିବାହିତ ଦମ୍ପତି କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ମୁକେଶ ଅମ୍ବାନୀଙ୍କ ଘର ଜାମନଗରରେ ପହଞ୍ଚିଛନ୍ତି। କିଆରା-ସିଦ୍ଧାର୍ଥଙ୍କ ଭଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ କିଆରା-ସିଦ୍ଧାର୍ଥ ୟାରପୋର୍ଟରୁ ବାହାରୁଥିବାର ଦେଖିବା ପାଇଁ ମିଳୁଛି । ମାନଭ ମଙ୍ଗଲାନୀଙ୍କ ଇନଷ୍ଟାଗ୍ରାମରେ ଉଭୟଙ୍କର ଏହି ସୁନ୍ଦର ଭିଡିଓ ପୋଷ୍ଟ କରାଯାଇଛି । ଏହା ପୂର୍ବରୁ ଶାହାରୁଖ ଖାନ, ଆମିର ଖାନ, ଦିଶା ପଠାନିଙ୍କ ପରି ଅନେକ ବଡ଼ ବଡ଼ ବଲିଉଡ ଏବଂ ହଲିଉଡ ଷ୍ଟାର ଏହି ଇଭେଣ୍ଟରେ ଯୋଗ ଦେବା ପାଇଁ ପହଞ୍ଚିଛନ୍ତି ।












Click it and Unblock the Notifications