ଅନନ୍ତ-ରାଧିକାଙ୍କ ବିବାହରେ ଅତିଥିଙ୍କୁ ଉପହାର ମିଳିଲା ୧.୫ କୋଟି ଟଙ୍କିଆ ଘଣ୍ଟା
ମୁମ୍ବାଇ : ମୁକେଶ ଅମ୍ବାନୀଙ୍କ ସାନ ପୁଅର ବିବାହ ଚର୍ଜା ଏବେ ସବୁଆଡେ ଏହି ରାଜକୀୟ ବିବାହ ଏବେ ବିଶ୍ୱରେ ଶିରୋନାମା ପାଲଟିଛି । କୁହାଯାଉଛି ଏହି ବିବାହରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ବିବାହ ଉତ୍ସବରେ ଦେଶ- ଦୁନିଆର ତମାମ ବଡ଼ବଡ଼ ଲୋକେ ସାମିଲ ହୋଇଥିଲେ । ଏହି ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଆରମ୍ଭ କରି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ପର୍ଯ୍ୟନ୍ତ ଯୋଗ ଦେଇଥିଲେ ।
ଏହି ବିବାହାକୁ ନେଇ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିବାହରେ ଭିଆଇପି ଅତିଥିମାନଙ୍କୁ ସ୍ୱତନ୍ତ୍ର ଉପହାର ସେ ଦେଇଛନ୍ତି । ଏହି ସ୍ୱତନ୍ତ୍ର ଉପହାରରେ ଭିଆଇପିମାନଙ୍କୁ ଘଡ଼ି ପ୍ରଦାନ କରାଯାଇଥିଲା । ଯାହାର ମୂଲ୍ୟ ୧.୫ କୋଟିରୁ ୨କୋଟି ଟଙ୍କା ମଧ୍ୟରେ ରହିଛି ।ବ୍ରାଣ୍ଡେଡ କମ୍ପାନୀ Audemars Piguetର ସୀମିତ ସଂସ୍କରଣର ଘଣ୍ଟାକୁ ଅମ୍ବାନୀ ପରିବାର ପକ୍ଷରୁ ଅନନ୍ତ-ରାଧିକାଙ୍କ ବାହାଘରକୁ ସ୍ମରଣୀୟ କରିବା ପାଇଁ ଅତିଥିମାନଙ୍କୁ ଦିଆଯାଇଛି ।

ଏହି ଘଣ୍ଟାକୁ ଶାହରୁଖ ଖାନ, ମୀଜାନ ଓ ଅନ୍ୟ ବର ପକ୍ଷରୁ ଲୋକମାନେ ପିନ୍ଧିଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏମାନଙ୍କ ବ୍ୟତୀତ ରଣବୀର ସିଂହ, ଶିଖର ପହରିୟା ଓ ବୀର ପହରିୟା ମଧ୍ୟ ଏହି ଘଣ୍ଟାକୁ ପିନ୍ଧିଥିଲେ ।












Click it and Unblock the Notifications