ନିଜ ବିବାହ କାର୍ଡ ନିଜେ ବାଣ୍ଟିଲେ ଅନନ୍ତ ଅମ୍ବାନୀ, ଏହି ଷ୍ଟାରଙ୍କ ଘରୁ ଭାଇରାଲ ହେଲା ଭିଡିଓ
Anant Ambani Wedding Invitation: ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ବିବାହ କରିବା ପାଇଁ ଯାଉଛନ୍ତି । ଅନନ୍ତ ଏବଂ ରାଧିକାଙ୍କ ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଏପରିକି ଅମ୍ବାନୀ ପରିବାର ମଧ୍ୟ ବିବାହ ନିମନ୍ତ୍ରଣ କାର୍ଡ ବାଣ୍ଟିବା ଆରମ୍ଭ କରିଦେଇଛନ୍ତି । 24 ଜୁନ୍'ରେ ନିତା ଅମ୍ବାନୀ କାଶୀ ବିଶ୍ୱନାଥ ମନ୍ଦିରରେ ବିବାହ କାର୍ଡ ଦେଇଛନ୍ତି ।

ଯାହା ପରେ ଅମ୍ବାନୀ ପରିବାର କାର୍ଡ ବଣ୍ଟନ କରିବା ଆରମ୍ଭ କରିଛନ୍ତି । ଅନନ୍ତ ଅମ୍ବାନୀ ନିଜେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଘରକୁ ଯାଇ ତାଙ୍କ ବିବାହ କାର୍ଡ ଦେଇଥିବା ନେଇ ସୂଚନା ରହିଛି । ଅଜୟ ଦେବଗନଙ୍କ ଘରୁ ଅନନ୍ତଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଅନନ୍ତ ଅମ୍ବାନୀ ନିଜେ ବ୍ୟକ୍ତିଗତ ଭାବେ ଅଜୟ ଦେବଗନ ଏବଂ କାଜୋଲଙ୍କ ଘରକୁ ଯାଇ ସେମାନଙ୍କୁ ନିମନ୍ତ୍ରଣ କରିଥିଲେ। ଅଜୟ ଦେବଗନଙ୍କ ଘର ଶିବକ୍ଷେତ୍ରରୁ ଅନନ୍ତଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମରଚାଣ୍ଟ 12 ଜୁଲାଇରେ ବିବାହ କରିବାକୁ ଯାଉଛନ୍ତି । ଏହି ବିବାହ ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟର୍ ମୁମ୍ବାଇରେ ହେବ । ତିନି ଦିନିଆ କାର୍ଯ୍ୟର ସମସ୍ତ ବିବରଣୀ ସହିତ ପାରମ୍ପାରିକ ଡିଜାଇନର କାର୍ଡ ବର୍ତ୍ତମାନ ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ଜୁଲାଇ 12ରୁ ବିବାହ ରୀତିନୀତି ଆରମ୍ଭ ହେବ । 3 ଜୁଲାଇ ଶୁଭ ଆଶୀର୍ବାଦ, 14 ଜୁଲାଇରେ ରିସେପ୍ସନ୍ । ଯେଉଁଥି ପାଇଁ ଭିନ୍ନ ଭିନ୍ନ ଡ୍ରେସ୍ କୋଡ଼ ରହିଛି । ଏହି ସମସ୍ତ କାର୍ଯ୍ୟ ଜିଓ ୱାର୍ଲ୍ଡ ସେଣ୍ଟରରେ ଆୟୋଜିତ ହେବ ।












Click it and Unblock the Notifications