ଅନନ୍ତ-ରାଧିକାଙ୍କ ରିସେପ୍ସନ, ଯୋଗଦେବେ ବଡ଼ ବଡ଼ ସେଲିବ୍ରିଟି

ମୁମ୍ବାଇ: ଦେଶର ବହୁ ଚର୍ଚ୍ଚିତ ଓ ବ୍ୟୟ ବହୁଳ ବିବାହ ଗତକାଲି ସମ୍ପନ୍ନ ହୋଇଛି । ଭାରତର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ, ବିଶିଷ୍ଟ ଶିଳ୍ପପତି ବିରେନ ମରଚାଣ୍ଟଙ୍କ ଝିଅ ରାଧିକା ମରଚାଣ୍ଟଙ୍କ ସହିତ ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ମୁମ୍ବାଇର ଜିଓ ୱାର୍ଲଡ କନଭେନ୍ସନ ସେଣ୍ଟରରେ ଏକ ଗ୍ରାଣ୍ଡ ବିବାହର ଆୟୋଜିତ ହୋଇଥିଲା ।

ଯାହା ଦୁନିଆର ସବୁଠୁ ବ୍ୟୟ ବହୁଳ ବିବାହ ବୋଲି ଚର୍ଚ୍ଚା ହେଉଛି । ଚର୍ଚ୍ଚା ହେଉଛି ଏହି ବିବାହ କାର୍ଯ୍ୟକ୍ରମରେ ପ୍ରାୟ ୩ ରୁ ୫ ହଜାର କୋଟି ଖର୍ଚ୍ଚ କରିଛନ୍ତି ମୁକେଶ ଅମ୍ବାନୀ । ଜୁଲାଇ ୧୨ରେ ପ୍ରାୟ ୨୦୦୦ ଭିଭିଆଇପି ଅତିଥିଙ୍କ ଉପସ୍ଥିତିରେ ଅନନ୍ତ ଏବଂ ରାଧିକା ସାତଫେରା ନେଇଥିଲେ । ଏହି ବିବାହ ଉତ୍ସବରେ ମୁକେଶ ଅମ୍ବାନୀ, ନୀତା ଅମ୍ବାନୀ, ଆକାଶ ଅମ୍ବାନୀ, ଇଶା ଅମ୍ବାନୀ ଏବଂ ଅନ୍ୟ ଅମ୍ବାନୀ ଭାଇ ତଥା ମୁମ୍ବାଇର ମର୍ଚାଣ୍ଟ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ ।

Anant Ambani and Radhika Merchant

ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ ଏବଂ ବୋହୂ ରାଧିକା ମର୍ଚାଣ୍ଟଙ୍କ ବିବାହର ରବିବାର ହେଉଛି ତୃତୀୟ ଦିନ । ଏନେଇ ଅମ୍ବାନୀ ପରିବାର ଆଜି ଏକ ବିଶାଳ ରିସେପ୍ସନର ଆୟୋଜନ କରିଛନ୍ତି । ଆଜିର ଏହି ଗ୍ରାଣ୍ଡ ପାର୍ଟିରେ ବଡ଼ ବଡ଼ ସେଲିବ୍ରିଟି ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ରବିବାର ସନ୍ଧ୍ୟାରେ ବିକେସିର ଜିଓ ୱାର୍ଲଡ କନ୍‌ଭେନ୍‌ସନ୍ ସେଣ୍ଟରରେ ରିସେପ୍ସନ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ବହୁ ବଲିଉଡ୍ କଳାକାର ଯୋଗଦେବାର ସମ୍ଭାବନା ଥିବାବେଳେ କିଛି ରାଜନୈତିକ ନେତା ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+