For Quick Alerts
Turn On Notification  
For Daily Alerts
Oneindia App Download

ସୋନୁ ସୁଦଙ୍କ ନାମରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା

ହାଇଦ୍ରାବଦରେ ବାସ କରୁଥିବା ଶିବା ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାଁରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।

|

ନୂଆଦିଲ୍ଲୀ: ସୋନୁ ସୁଦଙ୍କ ନାମରେ ଆମ୍ବୁଲାନ୍ସ ସେବା ଆରମ୍ଭ । ଏହାକୁ ନିଜେ ଉଦଘାଟନ କରିଛନ୍ତି ସୋନୁ। କରୋନା ମାହାମାରୀ ତଥା ଲକଡାଉନ ସମୟରେ ସୋନୁ ହଜାର ହଜାର ଗରିବ ଲୋକଙ୍କ ମସିହା ବନିଥିଲେ । ସେମାନଙ୍କୁ ନିଜ ଖର୍ଚ୍ଚରେ ଘରକୁ ନେବାର ସାହଯ୍ୟ କରିଥିଲେ । ବର୍ତ୍ତମାନ ତାଙ୍କ ପ୍ରିୟଜନମାନେ ତାଙ୍କ ନାମରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।

sonu sood ambulance

ହାଇଦ୍ରାବଦରେ ବାସ କରୁଥିବା ଶିବା ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାଁରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ସୂଚନା ମୁତବାକ ନିକଟରେ ଶିବ ଏକ ଆମ୍ବୁଲାନ୍ସ କିଣିଥିଲେ। ପରେ ସୋନୁଙ୍କ କାମରୁ ପ୍ରେରିତ ହୋଇ ସେ ଆମ୍ବୁଲାନ୍ସକୁ ସୋନୁ ସୁଦଙ୍କ ନାଁ ଦେଇଦେଲେ। ଶିବା ମଧ୍ୟ ହାଇଦ୍ରାବାଦ ନିଃସ୍ୱାର୍ଥ ଭାବେ ଲୋକଙ୍କ ସେବା କରନ୍ତି। ପେସାରେ ସେ ଜଣେ ସନ୍ତରଣକାରୀ। ଏବେ ସୁଦ୍ଧା ପାଣିରେ ବୁଡି ଯାଇଥିବା ୧୦୦ ଜଣଙ୍କୁ ରକ୍ଷା କରି ଜୀବନ ବଞ୍ଚାଇଛନ୍ତି। ଶିବାଙ୍କ ନିଃସ୍ୱାର୍ଥ ସେବାକୁ ଦେଖି ସେଠାକାର ଲୋକେ ତାଙ୍କୁ ଟଙ୍କା ଦାନ କରିବାକୁ ଲାଗିଲେ। ସେହି ଟଙ୍କାରେ ଶିବା ଏକ ଆମ୍ବୁଲାନ୍ସ କିଣି ତା ନାଁ ଦେଇଛନ୍ତି ସୋନୁ ସୁଦ ଆମ୍ବୁଲାନ୍ସ ସେବା।

କରୋନା ସମୟର ଲୋକଙ୍କ ସାହାଯ୍ୟ କରି ସୋନୁ ସୁଦ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏପରିକି ସେ ବିଦେଶରେ ଫସି ରହିଥିବା ଲୋକଙ୍କୁ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟ ହେତୁ ଲୋକମାନେ ତାଙ୍କୁ ଇଶ୍ୱରଙ୍କ ପରି ପୂଜା କରିବା ଆରମ୍ଭ କରିଛନ୍ତି। ନିକଟରେ 20 ଡିସେମ୍ବରରେ ତେଲେଙ୍ଗାନାର ସିଦ୍ଧଦୀପରେ ସୋନୁ ସୁଦ ପାଇଁ ଏକ ମନ୍ଦିର ନିର୍ମାଣ କରାଯାଇଛି ଯେଉଁଠାରେ ତାଙ୍କର ପ୍ରତିମା ସ୍ଥାପନ କରାଯାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
an ambulance service started with name sonu sood name
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X