ସୋନୁ ସୁଦଙ୍କ ନାମରେ ଆରମ୍ଭ ହେଲା ଆମ୍ବୁଲାନ୍ସ ସେବା
ହାଇଦ୍ରାବଦରେ ବାସ କରୁଥିବା ଶିବା ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାଁରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।
ନୂଆଦିଲ୍ଲୀ: ସୋନୁ ସୁଦଙ୍କ ନାମରେ ଆମ୍ବୁଲାନ୍ସ ସେବା ଆରମ୍ଭ । ଏହାକୁ ନିଜେ ଉଦଘାଟନ କରିଛନ୍ତି ସୋନୁ। କରୋନା ମାହାମାରୀ ତଥା ଲକଡାଉନ ସମୟରେ ସୋନୁ ହଜାର ହଜାର ଗରିବ ଲୋକଙ୍କ ମସିହା ବନିଥିଲେ । ସେମାନଙ୍କୁ ନିଜ ଖର୍ଚ୍ଚରେ ଘରକୁ ନେବାର ସାହଯ୍ୟ କରିଥିଲେ । ବର୍ତ୍ତମାନ ତାଙ୍କ ପ୍ରିୟଜନମାନେ ତାଙ୍କ ନାମରେ ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି।

ହାଇଦ୍ରାବଦରେ ବାସ କରୁଥିବା ଶିବା ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାଁରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି। ସୂଚନା ମୁତବାକ ନିକଟରେ ଶିବ ଏକ ଆମ୍ବୁଲାନ୍ସ କିଣିଥିଲେ। ପରେ ସୋନୁଙ୍କ କାମରୁ ପ୍ରେରିତ ହୋଇ ସେ ଆମ୍ବୁଲାନ୍ସକୁ ସୋନୁ ସୁଦଙ୍କ ନାଁ ଦେଇଦେଲେ। ଶିବା ମଧ୍ୟ ହାଇଦ୍ରାବାଦ ନିଃସ୍ୱାର୍ଥ ଭାବେ ଲୋକଙ୍କ ସେବା କରନ୍ତି। ପେସାରେ ସେ ଜଣେ ସନ୍ତରଣକାରୀ। ଏବେ ସୁଦ୍ଧା ପାଣିରେ ବୁଡି ଯାଇଥିବା ୧୦୦ ଜଣଙ୍କୁ ରକ୍ଷା କରି ଜୀବନ ବଞ୍ଚାଇଛନ୍ତି। ଶିବାଙ୍କ ନିଃସ୍ୱାର୍ଥ ସେବାକୁ ଦେଖି ସେଠାକାର ଲୋକେ ତାଙ୍କୁ ଟଙ୍କା ଦାନ କରିବାକୁ ଲାଗିଲେ। ସେହି ଟଙ୍କାରେ ଶିବା ଏକ ଆମ୍ବୁଲାନ୍ସ କିଣି ତା ନାଁ ଦେଇଛନ୍ତି ସୋନୁ ସୁଦ ଆମ୍ବୁଲାନ୍ସ ସେବା।
କରୋନା ସମୟର ଲୋକଙ୍କ ସାହାଯ୍ୟ କରି ସୋନୁ ସୁଦ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏପରିକି ସେ ବିଦେଶରେ ଫସି ରହିଥିବା ଲୋକଙ୍କୁ ଘରେ ପହଞ୍ଚିବାରେ ସାହାଯ୍ୟ କରିଥିଲେ। ତାଙ୍କର କାର୍ଯ୍ୟ ହେତୁ ଲୋକମାନେ ତାଙ୍କୁ ଇଶ୍ୱରଙ୍କ ପରି ପୂଜା କରିବା ଆରମ୍ଭ କରିଛନ୍ତି। ନିକଟରେ 20 ଡିସେମ୍ବରରେ ତେଲେଙ୍ଗାନାର ସିଦ୍ଧଦୀପରେ ସୋନୁ ସୁଦ ପାଇଁ ଏକ ମନ୍ଦିର ନିର୍ମାଣ କରାଯାଇଛି ଯେଉଁଠାରେ ତାଙ୍କର ପ୍ରତିମା ସ୍ଥାପନ କରାଯାଇଛି।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications