Get Updates
Get notified of breaking news, exclusive insights, and must-see stories!

ଅଜୟଙ୍କୁ ସଲାମ୍ କଲେ ଆୟୁଷ୍ମାନ, ସେୟାର କଲେ ଏପରି ଫଟୋ, ଯାହା ଏବେ କରୁଛି ଟ୍ରେଣ୍ତ୍

ଅଜୟଙ୍କୁ ସଲାମ୍ କଲେ ଆୟୁଷ୍ମାନ, ସେୟାର କଲେ ଏପରି ଫଟୋ, ଯାହା ଏବେ କରୁଛି ଟ୍ରେଣ୍ତ୍

ମୁମ୍ବାଇ: ଖୁବ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି 'An Action Hero' । ପ୍ରଥମ ଥର ସିନେମାର ରଙ୍ଗିନ୍ ପରଦାରେ ଦର୍ଶକ ଦେଖିବେ ଆୟୁଷ୍ମାନଙ୍କ ଜବରଦସ୍ତ ଆକ୍ସନ । ଯାହାକୁ ନେଇ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତା । ଏହାରି ମଧ୍ୟରେ ଆୟୁଷ୍ମାନ ଖୁରାନା ହିନ୍ଦୀ ସିନେମା ସୁପରଷ୍ଟାର ଅଜୟ ଦେବଗନଙ୍କ ବିଷୟରେ ଅନେକ କଥା କହିଛନ୍ତି। ଏହା ସହିତ ଆୟୁଷ୍ମାନ ଅଜୟଙ୍କ ସୁପରହିଟ୍ ଫିଲ୍ମ 'ଫୁଲ ଔର୍ କାଣ୍ଟେ' ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ।

 Ayushmann Khurrana

ବଲିଉଡ ସୁପରଷ୍ଟାର ଅଜୟ ଦେବଗନ ନିଜ ଫିଲ୍ମ 'ଦୃଶ୍ୟମ୨' ପାଇଁ ଏବେ ଇଣ୍ତଷ୍ଟ୍ରି ସହ ପୁରା ଦେଶର ସିନେପ୍ରେମୀଙ୍କ ମନରେ ରାଜ କରୁଛନ୍ତି । ବଲିଉଡର ଆକ୍ସନ୍ ହିରୋ ମାନଙ୍କ ମଧ୍ୟରୁ ଅଜୟ ଦେବଗନ୍ ଜଣେ । ଅନେକ ଫିଲ୍ମରେ ତାଙ୍କ ଆକ୍ସନ ଫ୍ୟାନ୍ସଙ୍କୁ ମତୁଆଲା କରେ । ଆୟୁଷ୍ମାନ ଖୁରାନା ଅଜୟ ଦେବଗନଙ୍କୁ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ଆକ୍ସନ୍ ହିରୋ କହିବା ସହ ନିଜର ଏକ ଆଶ୍ଚର୍ଯ୍ୟ କଲା ପରି ଫଟୋ ମଧ୍ୟ ସେୟାର କରିଛନ୍ତି । ବାସ୍ତବରେ ଆୟୁଷ୍ମାନ ଖୁରାନା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ନୂତନ ଫଟୋ ସେୟାର କରିଛନ୍ତି ।

ଏହି ଫଟୋରେ ଅଭିନେତା ଅଜୟ ଦେବଗନଙ୍କ ସୁପରହିଟ୍ ଫିଲ୍ମ 'Phool Aur Kaante'ରୁ ଅଜୟଙ୍କ ଷ୍ଟଣ୍ଟ କପି କରୁଥିବା ଦେଖିବାକୁ ମିଳିଛି । ଆୟୁଷ୍ମାନ ଦୁଇଟି କଳା ଟ୍ୟାକ୍ସି ଉପରେ ଗୋଡ଼ ଦେଇ ଝିଡା ହୋଇଥିବାର ଦେଖିବା ପାଇଁ ମିଳୁଛି । ଅଜଙ୍କୁ ଫିଲ୍ମ 'Phool Aur Kaante' ରେ ଏପରି ଅନ୍ଦାଜରେ ଦେଖିବା ପାଇଁ ମିଳିଥିଲା । ଯାହାକୁ ଏବେ କପି କରିବା ପାଇଁ ଚେଷ୍ଟା କରିଛନ୍ତି ଆୟୁଷ୍ମାନ । ଆୟୁଷ୍ମାନ ଖୁରାନାଙ୍କୁ ଏପରି ଷ୍ଟାଇଲରେ ପ୍ରାୟତଃ ଖୁବ୍ କମ ସମୟରେ ହିଁ ଦେଖିବା ପାଇଁ ମିଳିଥାଏ । ଏହା ସହିତ ଆୟୁଷ୍ମାନ ଖୁରାନା ଫଟୋରେ ଏକ ସୁନ୍ଦର ଓ ମଜାଳିଆ କ୍ୟାପସନ୍ ଦେଇଛନ୍ତି ।

ଏହି ନୂତନ ଫଟୋରେ ଆୟୁଷ୍ମାନ ଖୁରାନା ଲେଖିଛନ୍ତି 'ଓଜି ଆକ୍ସନ୍ ହିରୋଙ୍କୁ ନୂଆ ଆକ୍ସନ୍ ହିରୋଙ୍କର ନମସ୍କାର, ଅନେକ ଫୁଲ ଏବଂ କଣ୍ଟା ଦେଇ ଯିବାକୁ ପଡୁଛି।' ଏହି ଫଟୋ ମାଧ୍ୟମରେ ଆୟୁଷ୍ମାନ ଖୁରାନା ଅଜୟ ଦେବଗନଙ୍କ ପ୍ରତି ନିଜର ସମ୍ମାନ ଏବଂ ପ୍ରେମ ବ୍ୟକ୍ତ କରିଛନ୍ତି । ଅଭିନେତାଙ୍କର ଏହି ଫଟୋ ଭାଇରାଲ ହେବାରେ ଲାଗିଛି ଏବଂ ଫ୍ୟାନ୍ସ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି । ଆୟୁଷ୍ମାନଙ୍କ ଆଗାମୀ ଫିଲ୍ମ 'An Action Hero' ଡିସେମ୍ବର ୨ ରେ ରିଲିଜ୍ ହେବାକୁ ଯାଉଛି । ଫ୍ୟାନ୍ସ ଅଭିନେତାଙ୍କର ଆକ୍ସନ ଦେଖିବା ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+