ଗୁଜୁରାଟୀ ଚଳଚ୍ଚିତ୍ରରେ ନଜର ଆସିବେ ବିଗ୍ ବି
ମୁମ୍ବାଇ: ନୂଆ ରୂପରେ ପରଦାକୁ ଆସିବେ ମେଗାଷ୍ଟାର ଅମିତାଭ ବଚ୍ଚନ । ଗୁଜୁରାଟୀ ଚରିତ୍ରରେ ଆଗାମୀ ପରିବାର-କେନ୍ଦ୍ରିକ କମେଡି 'ଫଖ୍ତ ମହିଲାଓ ମେଟ'ରେ ନଜର ଆସିବେ ବିଗ୍ ବି । ଏହି ଚଳଚ୍ଚିତ୍ରରେ ଗୁଜୁରାଟୀ ସୁପରଷ୍ଟାର୍ ୟଶ ସୋନି ଏବଂ ଦିକ୍ଷା ଯୋଶୀ ମଧ୍ୟ ଅଭିନୟ କରିବେ। ଏହି ଚଳଚ୍ଚିତ୍ରଟି ଜୟ ବୋଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏହାର ମୁଖ୍ୟ ଆକର୍ଷଣ ଆଉ କେହି ନୁହେଁ ବରଂ ସୁପରଷ୍ଟାର ଅମିତାଭ ବଚ୍ଚନ ହେବେ ।

ପ୍ରାୟ 175ଟି ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଗୁଜରାଟୀ ସିନେମାରେ ଡେବ୍ୟୁ କରିବାକୁ ଯାଉଛନ୍ତି ବଚ୍ଚନ ସାହବ। ନିର୍ମାତା ଆନନ୍ଦ ପଣ୍ଡିତଙ୍କ କହିବାନୁସାରେ, ଅମିତାଭ ବଚ୍ଚନ ତାଙ୍କର ପ୍ରିୟ ବନ୍ଧୁ ଏବଂ ଯେତେବେଳେ ସେ ସୁପରଷ୍ଟାରଙ୍କୁ ତାଙ୍କ ପରିବାର-କେନ୍ଦ୍ରିକ ଚଳଚ୍ଚିତ୍ରରେ ଏକ କ୍ୟାମୋ ନିଭାଇବେ ବୋଲି ପଚାରିଲେ, ବିଗ୍ ବି ତାଙ୍କୁ ତୁରନ୍ତ ହଁ କହିଥିଲେ । "ଅମିତ ଜୀ ବିନା କୌଣସି ପ୍ରୋଜେକ୍ଟ କଳ୍ପନା କରିବା ମୋ ପକ୍ଷେ କଷ୍ଟକର, ଯିଏ କି ବର୍ଷ ବର୍ଷ ଧରି ମୋର ବନ୍ଧୁ ଏବଂ ମାର୍ଗଦର୍ଶକ ଥିଲେ ।