କୋଭିଡ୍ ପଜିଟିଭ୍ ହେବା ପରେ ଭାବୁକ ହେଲେ ଅମିତାଭ ବଚ୍ଚନ
Amitabh Bachchan Covid:Amitabh Bachhan Got Emotional After Infected By CoVidକୋଭିଡ୍ ପଜିଟିଭ୍ ହେବା ପରେ ଭାବୁକ ହେଲେ ଅମିତାଭ ବଚ୍ଚନ
ମୁମ୍ବାଇ: ଭାବୁକ ହେଲେ ଅମିତାଭ । ସୋସିଆଲ ମିଡିଆରେ ପୋଷ୍ଟ କଲେ ଇମୋସନାଲ୍ ମ୍ୟାସେଜ୍ । ବଲିଉଡ ମହାନାୟକ ଅମିତାଭ ବଚ୍ଚନ ପୁଣି କୋରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର ରାତି ଅର୍ଥାତ୍ ୨୩ ଅଗଷ୍ଟରେ ତାଙ୍କ ଟେଷ୍ଟ ରିପୋର୍ଟ କରୋନା ପଜିଟିଭ ଆସିଥିବା ନେଇ ସେ ଟ୍ବିଟ କରି ସୂଚନା ଦେଇଥିଲେ । ଏଥିସହ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ତୁରନ୍ତ କରୋନା ଟେଷ୍ଟ୍ କରିବା ପାଇଁ ମଧ୍ୟ ଅନୁରୋଧ କରିଥିଲେ । କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବାରୁ ଏବେ ଆଇସୋଲେସନରେ ଅଛନ୍ତି । ଏହି ଖବର ଶୁଣିବା ପରେ ଫ୍ୟାନ୍ସ ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି ।

T 4390 - हृदय से आभार उन सब का, जिन्होंने अपना स्नेह, और अपनी प्रार्थनाएँ मुझे भेजीं । सदा आभारी 🙏🙏🙏❤️
— Amitabh Bachchan (@SrBachchan) August 25, 2022
ଅମିତାଭ ବଚ୍ଚନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲଗାତାର ଟ୍ୱିଟ କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଉଛନ୍ତି । ବିଗ୍ ବି ନିକଟରେ ଛୁଟିକୁ ନେଇ ଏଭଳି ଏକ ଟୁଇଟ୍ ଲେଖିଛନ୍ତି, ଯାହା ଦେଖି ଜଣାପଡୁଛି ଯେ ସେ ନିଜ କାମକୁ କେତେ ମିସ୍ କରୁଛନ୍ତି । ଅଭିନେତା ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, 'ଯେତେବେଳେ ମୁଁ କାମ କରୁଥିଲି, ସେତେବେଳେ ଭାବୁଥିଲି ଯେ କେବେ ଛୁଟି ମିଳିବ । ଏବେ ଛୁଟି ମିଳିଛି ତ ଭାବୁଛି କେବେ କାମ ମିଳିବ ।
T 4391 - काम जब करते थे, तो सोचते थे छुट्टी कब मिलेगी ; छुट्टी मिली है तो सोचते हैं काम कब मिलेगा 🙏
— Amitabh Bachchan (@SrBachchan) August 25, 2022
ବର୍ତ୍ତମାନ ଅମିତାଭ ବଚ୍ଚନ ଘରୋଇ ଟିଭି ଚ୍ୟାନେଲରେ ପ୍ରସାରିତ କାର୍ଯ୍ୟକ୍ରମ କୌନ ବନେଗା କରୋଡ ପତି ୧୪ ଉପସ୍ଥାପକ ଦ୍ବାୟିତ୍ବ ନିଭାଉଛନ୍ତି । କୋରୋନା ସଂକ୍ରମିତ ହେବାପରେ ଏଥିରୁ ସେ ବ୍ରେକ ନେଇଛନ୍ତି । ସେପଟେ ଖୁବ ଶିଘ୍ର ଅମିତାଭଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ମଧ୍ୟ ସିନେମା ଘରେ ରିଲିଜ୍ ହେବା ପାଇଁ ଯାଉଛି ।
T 4389 - बहुत तेज़ दौड़ने की सोच रहे थे ; ऊपर से एक फ़रमान गिरा, जहां थे वहीं खड़े रह गए 🙏
— Amitabh Bachchan (@SrBachchan) August 24, 2022












Click it and Unblock the Notifications