ଅମିତାଭ ବଚ୍ଚନ-ବିକ୍ରମ ଗୋଖଲେଙ୍କ ୫୫ ବର୍ଷର ବନ୍ଧୁତା, ବିଗ୍ ବିଙ୍କ ପାଇଁ ମିଳିଥିଲା ସରକାରୀ ଆବାସ

ଅମିତାଭ ବଚ୍ଚନ-ବିକ୍ରମ ଗୋଖଲେଙ୍କ ୫୫ ବର୍ଷର ବନ୍ଧୁତା, ବିଗ୍ ବିଙ୍କ ପାଇଁ ମିଳିଥିଲା ସରକାରୀ ଆବାସ

ମୁମ୍ବାଇ: ହିନ୍ଦୀ ସିନେମାର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ୨୬ ନଭେମ୍ବରରେ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ନଭେମ୍ବର ୫ ତାରିଖରୁ ତାଙ୍କୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ମଧ୍ୟାହ୍ନରେ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ସୁଧୁରିବାରେ ମଧ୍ୟ ଲାଗିଥିଲା ହେଲେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ବିକ୍ରମ ଗୋଖଲେଙ୍କ ମଧ୍ୟରେ ଏକ ଖାସ ବନ୍ଧୁତା ରହିଛି । ଏପରି ପରିସ୍ଥିତିରେ, ବିକ୍ରମ ଗୋଖଲେଙ୍କ ପାଖରେ ରହିବା ପାଇଁ ଯେତେବେଳେ ମୁମ୍ବାଇରେ ଘର ନଥିଲା ସେତେବେଳେ ତାଙ୍କୁ ବିଗ୍ ବି କରିଥିଲେ ସାହାଯ୍ୟ ।

ଅଭିନୟ ପ୍ରତି ଥିବା ଦୁର୍ବଳତା, ବିକ୍ରମ ଗୋଖଲେଙ୍କୁ ମାୟାନଗରୀକୁ ଆଡକୁ ଟାଣି ଆଣିଥିଲା । ପାଖରେ ଥିଲା କଳା, ଅଭିନୟ କରିବାର ପ୍ରତିଭା ଏବଂ ସ୍ୱପ୍ନ ହେଲେ ମୁଁଣ୍ତ ଉପରେ ନଥିଲା ଛାତ । ସେପଟେ କ୍ୟାରିୟରର ଆଗକୁ ଅନେକ ସଫଳତା ତାଙ୍କୁ ଅପେକ୍ଷା କରିଥାଏ । ବିକ୍ରମ ଗୋଖଲେ ଆଶ୍ରୟ ସନ୍ଧାନରେ ମୁମ୍ବାଇରେ ବୁଲିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଅମିତାଭ ବଚ୍ଚନ । ଇ- ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ବିକ୍ରମ ଗୋଖଲେ ପ୍ରକାଶ କରିଥିଲେ ଯେ ଅମିତାଭ ତାଙ୍କୁ ମୁମ୍ବାଇରେ ଘର ଖୋଜିବାରେ ବହୁତ ସାହାଯ୍ୟ କରିଥିଲେ ।

Amitabh Bachchan-Vikram Gokhale

ସେ କହିଥିଲେ- 'ଯେତେବେଳେ ମୁଁ ପ୍ରଥମେ ମୁମ୍ବାଇ ଆସିଥିଲି, ମୋର ଆର୍ଥିକ ଅବସ୍ଥା ଭଲ ନଥିଲା । ବଞ୍ଚିବା ପାଇଁ ମୁଣ୍ଡ ଉପରେ କୌଣସି ଛାତ ନଥିଲା, ସେ ଏହାକୁ ଖୋଜିବା ପାଇଁ ଦିନରାତି ବୁଲାବୁଲି କରୁଥିଲେ । ଯେତେବେଳେ ଅମିତାଭ ବଚ୍ଚନ ଏହା ଜାଣିଲେ, ସେ ବ୍ୟକ୍ତିଗତ ଭାବେ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ମୋତେ ସାହାଯ୍ୟ କରିବା ପାଇଁ ଏକ ସୁପାରିଶ କରାଯାଇଥିଲା । ବିଗ୍ ବି ସାହାଯ୍ୟରେ ମୁଁ ମହାରାଷ୍ଟ୍ର ସରକାରଙ୍କଠାରୁ ଏକ ସରକାରୀ ଆବାସ ପାଇପାରିଥିଲି ।

୫୫ ବର୍ଷର ବନ୍ଧୁତା

ଅମିତାଭ ବଚ୍ଚନଙ୍କ ସହ ବନ୍ଧୁତା ବିଷୟରେ ବିକ୍ରମ ଗୋଖଲେ କହିଥିଲେ- ମୁଁ ଅତ୍ୟଧିକ ଗର୍ବିତ ଯେ ଗତ ୫୫ ବର୍ଷ ମଧ୍ୟରେ ଆମେ ଦୁହେଁ ପରସ୍ପରକୁ ଜାଣିଛୁ ଏବଂ ଭଲ ବନ୍ଧୁ ଅଟୁ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅମିତାଭ ବଚ୍ଚନ ଏବଂ ବିକ୍ରମ ଗୋଖଲେ ପରୱାନା, ଅଗ୍ନିପଥ ଏବଂ ଖୁଦା ଗବାହ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+