For Quick Alerts
Turn On Notification  
For Daily Alerts
Oneindia App Download

ଅମିତାଭ ବଚ୍ଚନ-ବିକ୍ରମ ଗୋଖଲେଙ୍କ ୫୫ ବର୍ଷର ବନ୍ଧୁତା, ବିଗ୍ ବିଙ୍କ ପାଇଁ ମିଳିଥିଲା ସରକାରୀ ଆବାସ

ଅମିତାଭ ବଚ୍ଚନ-ବିକ୍ରମ ଗୋଖଲେଙ୍କ ୫୫ ବର୍ଷର ବନ୍ଧୁତା, ବିଗ୍ ବିଙ୍କ ପାଇଁ ମିଳିଥିଲା ସରକାରୀ ଆବାସ

|

ମୁମ୍ବାଇ: ହିନ୍ଦୀ ସିନେମାର ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ୨୬ ନଭେମ୍ବରରେ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି । ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ । ନଭେମ୍ବର ୫ ତାରିଖରୁ ତାଙ୍କୁ ପୁଣେର ପଣ୍ଡିତ ଦୀନାନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗତକାଲି ମଧ୍ୟାହ୍ନରେ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା କାରଣରୁ ତାଙ୍କୁ କିଛି ଦିନ ହେବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଧିରେ ଧିରେ ତାଙ୍କ ସ୍ୱାସ୍ଥ୍ୟ ସୁଧୁରିବାରେ ମଧ୍ୟ ଲାଗିଥିଲା ହେଲେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ବିକ୍ରମ ଗୋଖଲେଙ୍କ ମଧ୍ୟରେ ଏକ ଖାସ ବନ୍ଧୁତା ରହିଛି । ଏପରି ପରିସ୍ଥିତିରେ, ବିକ୍ରମ ଗୋଖଲେଙ୍କ ପାଖରେ ରହିବା ପାଇଁ ଯେତେବେଳେ ମୁମ୍ବାଇରେ ଘର ନଥିଲା ସେତେବେଳେ ତାଙ୍କୁ ବିଗ୍ ବି କରିଥିଲେ ସାହାଯ୍ୟ ।

ଅଭିନୟ ପ୍ରତି ଥିବା ଦୁର୍ବଳତା, ବିକ୍ରମ ଗୋଖଲେଙ୍କୁ ମାୟାନଗରୀକୁ ଆଡକୁ ଟାଣି ଆଣିଥିଲା । ପାଖରେ ଥିଲା କଳା, ଅଭିନୟ କରିବାର ପ୍ରତିଭା ଏବଂ ସ୍ୱପ୍ନ ହେଲେ ମୁଁଣ୍ତ ଉପରେ ନଥିଲା ଛାତ । ସେପଟେ କ୍ୟାରିୟରର ଆଗକୁ ଅନେକ ସଫଳତା ତାଙ୍କୁ ଅପେକ୍ଷା କରିଥାଏ । ବିକ୍ରମ ଗୋଖଲେ ଆଶ୍ରୟ ସନ୍ଧାନରେ ମୁମ୍ବାଇରେ ବୁଲିବା ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ସାହାଯ୍ୟର ହାତ ବଢାଇଥିଲେ ଅମିତାଭ ବଚ୍ଚନ । ଇ- ଟାଇମ୍ସକୁ ଦେଇଥିବା ସାକ୍ଷାତକାରରେ ବିକ୍ରମ ଗୋଖଲେ ପ୍ରକାଶ କରିଥିଲେ ଯେ ଅମିତାଭ ତାଙ୍କୁ ମୁମ୍ବାଇରେ ଘର ଖୋଜିବାରେ ବହୁତ ସାହାଯ୍ୟ କରିଥିଲେ ।

Amitabh Bachchan-Vikram Gokhale

ସେ କହିଥିଲେ- 'ଯେତେବେଳେ ମୁଁ ପ୍ରଥମେ ମୁମ୍ବାଇ ଆସିଥିଲି, ମୋର ଆର୍ଥିକ ଅବସ୍ଥା ଭଲ ନଥିଲା । ବଞ୍ଚିବା ପାଇଁ ମୁଣ୍ଡ ଉପରେ କୌଣସି ଛାତ ନଥିଲା, ସେ ଏହାକୁ ଖୋଜିବା ପାଇଁ ଦିନରାତି ବୁଲାବୁଲି କରୁଥିଲେ । ଯେତେବେଳେ ଅମିତାଭ ବଚ୍ଚନ ଏହା ଜାଣିଲେ, ସେ ବ୍ୟକ୍ତିଗତ ଭାବେ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କୁ ଏକ ଚିଠି ଲେଖିଥିଲେ, ଯେଉଁଥିରେ ମୋତେ ସାହାଯ୍ୟ କରିବା ପାଇଁ ଏକ ସୁପାରିଶ କରାଯାଇଥିଲା । ବିଗ୍ ବି ସାହାଯ୍ୟରେ ମୁଁ ମହାରାଷ୍ଟ୍ର ସରକାରଙ୍କଠାରୁ ଏକ ସରକାରୀ ଆବାସ ପାଇପାରିଥିଲି ।

୫୫ ବର୍ଷର ବନ୍ଧୁତା

ଅମିତାଭ ବଚ୍ଚନଙ୍କ ସହ ବନ୍ଧୁତା ବିଷୟରେ ବିକ୍ରମ ଗୋଖଲେ କହିଥିଲେ- ମୁଁ ଅତ୍ୟଧିକ ଗର୍ବିତ ଯେ ଗତ ୫୫ ବର୍ଷ ମଧ୍ୟରେ ଆମେ ଦୁହେଁ ପରସ୍ପରକୁ ଜାଣିଛୁ ଏବଂ ଭଲ ବନ୍ଧୁ ଅଟୁ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅମିତାଭ ବଚ୍ଚନ ଏବଂ ବିକ୍ରମ ଗୋଖଲେ ପରୱାନା, ଅଗ୍ନିପଥ ଏବଂ ଖୁଦା ଗବାହ ଭଳି ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Amitabh Bachchan-Vikram Gokhale's 55-year friendship got official accommodation due to Big B's recommendations.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X