ପୁଣି ବିଗିଡ଼ିଲା ଅମିତା ବଚ୍ଚନଙ୍କ ସ୍ୱାସ୍ଥ୍ୟାବସ୍ଥା
ପୁଣି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଛି । ଶତାବ୍ଦୀର କିମ୍ବଦନ୍ତୀ, ଅମିତାଭ ନିଜେ ନିଜ ବ୍ଲଗରେ ଏ ବିଷୟରେ ସୂଚନା ଦେଇଛନ୍ତି।
ମୁମ୍ବାଇ: ପୁଣି ଅମିତାଭ ବଚ୍ଚନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଛି । ଶତାବ୍ଦୀର କିମ୍ବଦନ୍ତୀ, ବିଗ୍ ବି ଅମିତାଭ ନିଜେ ନିଜ ବ୍ଲଗରେ ଏ ବିଷୟରେ ସୂଚନା ଦେଇଛନ୍ତି। ଶନିବାର ବିଳମ୍ବିତ ରାତିରେ ସେ ନିଜ ବ୍ଲଗରେ ଲେଖିଛନ୍ତି, ମେଡିକାଲ୍ କଣ୍ଡିସନ୍...ସର୍ଜରୀ...ମୁଁ ଏହାଠାରୁ ଆଇ କିଛି ଅଧିକା ଲେଖି ପାରିବିନି"। ବିଗ୍ ବିଙ୍କ ଏହି ବ୍ଲଗ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇପଡ଼ିଛନ୍ତି।
T 3826 -
— Amitabh Bachchan (@SrBachchan) February 26, 2021
कुछ ज़रूरत से ज़्यादा बढ़ गया है ; कुछ काटने पर सुधरने वाला है ;
जीवन काल का कल है ये , कल ही पता चलेगा कैसे रहे वे
❤️🌹
କେବଳ ଏତିକି ନୁହେଁ, ସେ ଟୁଇଟରେ ମଧ୍ୟ ଲେଖିଛନ୍ତି ଯେ, 'କିଛି ଅଧିକ ବୃଦ୍ଧି ପାଇଛି, କାଟିବା ଦ୍ୱାରା କିଛି ଉନ୍ନତି ହେବ । କାଲିର ଜୀବନ, କାଲି ଜଣା ପଡିବ କେମିତି ରହିବି । ବର୍ତ୍ତମାନ ଅମିତାଭଙ୍କ ଏହି ବାକ୍ୟ ତାଙ୍କ ପ୍ରଶଂସକଙ୍କୁ ବିବ୍ରତ କରୁଛି । ତେବେ ଅସ୍ତ୍ରୋପଚାର କେବେ ଏବଂ କେଉଁଠାରେ କରାଯିବ ସେ ସମ୍ବନ୍ଧରେ ସୂଚନା ଦିଆଯାଇ ନାହିଁ। ଏହି ସମୟରେ ତାଙ୍କ ପ୍ରଶଂସକମାନେ ଅମିତାଭଙ୍କ ସ୍ୱାସ୍ଥ୍ୟକୁ ନେଇ ଭୟଭୀତ ଅଛନ୍ତି ଏବଂ ତାଙ୍କ ଦୀର୍ଘ ଜୀବନ କାମନା କରୁଛନ୍ତି ।













Click it and Unblock the Notifications