Get Updates
Get notified of breaking news, exclusive insights, and must-see stories!

ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦାଙ୍କ ଅନସ୍କ୍ରିନ ଡେବ୍ୟୁ

ମୁମ୍ବାଇ: କିଏ ବା ବଚ୍ଚନ ପରିବାରର ଷ୍ଟାର ପିଲାମାନଙ୍କୁ ଅନସ୍କ୍ରିନରେ ଦେଖିବାକୁ ଚାହିଁବେ ନାହିଁ ।ବିଶେଷକରି ଅମିତାଭ ବଚ୍ଚନ ଙ୍କ ନାତୁଣୀ ଶ୍ୱେତା ବଚ୍ଚନଙ୍କ ଝିଅ ନବ୍ୟା ନବେଲି ନନ୍ଦାଙ୍କୁ । ଯିଏ ଦେଖିବା ପାଇଁ ଯେତିକି ସୁନ୍ଦର ସେତିକି ପ୍ରତିଭାବାନ ମଧ୍ୟ ।ତେବେ ନବ୍ୟା ନବେଲି ନନ୍ଦା ଅନସ୍କ୍ରିନରେ ଡେବ୍ୟୁ କରିଛନ୍ତି । ଯଦିଓ କୌଣସି ଫିଲ୍ମରେ ନୁହେଁ ବରଂ ଏକ ବିଜ୍ଞାପନରେ ପ୍ରଥମ ଥର ଦେଖିବା ପାଇଁ ମିଳିଛି ବିଗ୍ ବିଙ୍କ ନାତୁଣୀଙ୍କୁ ।

NBYA

ବାସ୍ତବରେ ନବ୍ୟା ଏକ ମେକଅପ୍ ବ୍ରାଣ୍ଡର ବିଜ୍ଞାପନ ପାଇଁ କାମ କରିଛନ୍ତି । ସେ ଏହାର ଟିଜର ସେୟାର କରିଛନ୍ତି, ଯେଉଁଥିରେ ସେ ଫର୍ମାଲରେ ଲୁକରେ ଲାପଟପ ଧରି ବସିଥିବା ନଜର ଆସୁଛନ୍ତି ।ଏହି ଟିଜରରେ ସେ ଆତ୍ମ ମୂଲ୍ୟ ବା ନିଜ ମୂଲ୍ୟ ବିଷୟରେ କଥା ହେଉଛନ୍ତି । ଏହି ବିଜ୍ଞାପନରେ ସେ ଖୁବ ସୁନ୍ଦର ଦେଖାଯିବା ସହ ତାଙ୍କ ଆତ୍ମବିଶ୍ୟାସକୁ ମଧ୍ୟ ବେଶ ପ୍ରଶଂସା କରାଯାଉଛି । ନବ୍ୟା ନିଜ ବିଜ୍ଞାପନର ଇନଷ୍ଟାଗ୍ରାମରେ ସେୟାର କରିବା ସହ ଲେଖିଛନ୍ତି ।'ନିଜ-ମୂଲ୍ୟର ଅର୍ଥ କ'ଣ? ଏହି ବିଜ୍ଞାପନର ଦ୍ୟାରା ନାବ୍ୟା ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କୁ ପ୍ରଭାବିତ କରିଛନ୍ତି । ଅଭିନୟ ହେଉ କିମ୍ବା ତାଙ୍କ ସୁନ୍ଦରତାସମସ୍ତେ ଏବେ ନବ୍ୟାଙ୍କ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ନବ୍ୟାଙ୍କ ପୋଷ୍ଟରେ ମାତା ଶ୍ୱେତା ଏକ ଭଲ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, "ତୁମେ ଏହାଠାରୁ ଅଧିକ ମୂଲ୍ୟବାନ... ତାଙ୍କର ବେଷ୍ଟୀ ସୁହାନା ଖାନ ଲେଖିଥିଲେ, "ଓଏମଜି, ୱୋ।" ଅନନ୍ୟା ପାଣ୍ଡେ, ଶାନୟା କପୁର , ରିଦ୍ଧିମା କପୁର ମଧ୍ୟ ନବ୍ୟାଙ୍କର ଖୁବ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ନବ୍ୟା ନଭେଲି ପ୍ରୋଜେକ୍ଟ ପ୍ରତିଷ୍ଠାତା ,ଏବଂ ଆରା ହେଲଥ୍ର କୋଫାଇଣ୍ତର ମଧ୍ୟ ।ନବ୍ୟା ବ୍ୟବସାୟ ପ୍ରତି ଅଧିକ ଆଗ୍ରହୀ ।କିନ୍ତୁ ତାଙ୍କର ଏହି ଅନ୍-ସ୍କ୍ରିନ୍ ଡେବ୍ୟୁ ସହିତ ପ୍ରଶଂସକମାନେ ନିଶ୍ଚିତ ଭାବରେ ତାଙ୍କୁ ଫିଲ୍ମରେ ଦେଖିବାକୁ ଚାହିଁବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+