ବ୍ଲୁ ଟିକ୍ ହରାଇବା ପରେ ଏମିତି ପ୍ରତିକ୍ରିୟା ରଖିଲେ ଅମିତାଭ୍
ମୁମ୍ବାଇ: ଗୁରୁବାର ଦିନ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଏହାର ବ୍ଲୁ ଟିକ୍ ସବସ୍କ୍ରିପସନ ନିୟମ ଲାଗୁ କରିଛି । ଫଳରେ ଅନେକ ଅନପେଡ ସେଲିବ୍ରେଟିଙ୍କ ଆକାଉଣ୍ଟରୁ ଟ୍ୱିଟର ବ୍ଲୁ ଟିକ୍ ହଟେଇ ଦେଇଛି । ତେବେ ଏନେଇ ଅମିତାଭ ବଚ୍ଚନ ଟ୍ବିଟରରେ ମଜାଳିଆ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଟ୍ୱିଟର ଏହାର ଘୋଷଣାରେ କହିଛି ଯେ ଯାଞ୍ଚ ହୋଇଥିବା ଆକାଉଣ୍ଟରୁ ଫ୍ରୀ ବ୍ଲ୍ୟୁ ଟିକ୍ ହଟାଇ ଦିଆଯାଇଛି । ଏଲନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଶାହାରୁଖ ଖାନ, ଆଲିଆ ଭଟ୍ଟଙ୍କ ପରି ଅନେକ ବଲିଉଡ ତାରକା ମଧ୍ୟ ବ୍ଲୁ ଟିକ୍ ହରାଇଛନ୍ତି । ସେହିପରି ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସହ କ୍ରିକେଟର୍ ବିରାଟ କୋହଲି, ରୋହିତ ଶର୍ମା ମଧ୍ୟ ଟ୍ୱିଟରର ଏହି ସୁବିଧାରୁ ବାଦ ପଡିଛନ୍ତି । ଅନପେଡ୍ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇବା ନେଇ ଏଲୋନ୍ ମସ୍କ ପୂର୍ବରୁ ଘୋଷଣା କରିଥିଲେ ।

ଏନେଇ ବିଗ୍ ବି ଅମିତାଭ ମଜାଳିଆ ଢଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଅମିତାଭ ବଚ୍ଚନ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପୋଷ୍ଟ୍ କରି ଲେଖିଛନ୍ତି, "T - 4623 ହେ ଟ୍ୱିଟର ଭାଇ ! ଆପଣ ଶୁଣୁଛନ୍ତି କି ? ଏବେ ତ ଆମେ ଟଙ୍କା ଭରି ଦେଇଛୁ... ତେଣୁ ଏ ଯୋଉ ନୀଳ କମଳ ଥାଏ ନା, ଆମ ନାଁ ଆଗରେ, ଏହାକୁ ତ ଫେରେଇ ଦିଅ ଭାଇ, ଯାହା ଦ୍ୱାରା ଲୋକମାନେ ଜାଣିପାରିବେ ଯେ ମୁଁ ପ୍ରକୃତ ଅମିତାଭ ବଚ୍ଚନ ବୋଲି । ଆମେ ତ ହାତ ଯୋଡୁଛୁ । ଏବେ କ'ଣ ଗୋଡ଼ ଯୋଡ଼ିବାକୁ ପଡିବ କି ??"
T 4623 - ए twitter भइया ! सुन रहे हैं ? अब तो पैसा भी भर दिये हैं हम ... तो उ जो नील कमल ✔️ होत है ना, हमार नाम के आगे, उ तो वापस लगाय दें भैया , ताकि लोग जान जायें की हम ही हैं - Amitabh Bachchan .. हाथ तो जोड़ लिये रहे हम । अब का, गोड़वा 👣जोड़े पड़ी का ??
— Amitabh Bachchan (@SrBachchan) April 21, 2023
ତେବେ ଅମିତାଭଙ୍କ ଏହି ଟ୍ବିଟ ଏବେ ମାଇକ୍ରୋବ୍ଲଗିଂ ସାଇଟରେ ଭାଇରାଲ ହୋଇଛି । ୟୁର୍ଜସମାନେ ମଧ୍ୟ ତାଙ୍କର ଏହି ମଜାଳିଆ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, ବ୍ଲୁ ଟିକ୍ ଧୈର୍ଯ୍ୟର ଫଳ ଅଟେ । ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, 3, 4, ଦିନ ଅପେକ୍ଷା କର ।
ସେହିପରି ଜଣେ ଲେଖିଛନ୍ତି, "ଏହା ଏମିତି... ବର୍ତ୍ତମାନ ଆପଣଙ୍କୁ ମଧ୍ୟ ଧାଡିରେ ଠିଆ ହୋଇ ଅପେକ୍ଷା କରିବାକୁ ପଡିବ। ପୂର୍ବରୁ ଯେଉଁଠାରେ ଆପଣ ଛିଡା ହେଉଥିଲେ ସେହିଠାରୁ ଧାଡି ଆରମ୍ଭ ହେଉଥିଲା।"
ସେହିପରି ଅଭିନେତା ପ୍ରକାଶ ରାଜ ଟ୍ବିଟ୍ କରି ଲେଖିଛନ୍ତି, "ବିଦାୟ # ବ୍ଲୁ ଟିକ୍... । ତୁମକୁ ପାଇଥିବାରୁ ଭଲ ଲାଗିଲା... ମୋର ଯାତ୍ରା .. ମୋର କଥାବାର୍ତ୍ତା .. ମୋର ସେୟାରିଂ... ମୋ ଲୋକଙ୍କ ସହିତ ଚାଲିବ... ତୁମେ ନିଜର ଯତ୍ନ ନିଅ । "
ସୂଚନାଥାଉ କି, ଟ୍ୱିଟର ପ୍ରଥମେ ଆମେରିକା, କାନାଡା, ବ୍ରିଟେନ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଦେୟଯୁକ୍ତ ବ୍ଲୁ ଟିକ୍ ସେବା ଆରମ୍ଭ କରିଥିଲା । ଏହା ପରେ ଭାରତର ନାମ ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।
ଭାରତରେ ବ୍ଲୁ ସବ୍ସ୍କ୍ରିପସନର ମୂଲ୍ୟ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ମାସକୁ ୯୦୦ ଟଙ୍କା ରହିଛି । ସେହିପରି ଟ୍ୱିଟର୍ ୱେବସାଇଟରେ ମୂଲ୍ୟ ମାସକୁ ୬୫୦ ଟଙ୍କା ରହିଛି । ୟୁଜରମାନେ ଏହାର ବାର୍ଷିକ ସଦସ୍ୟତା ମଧ୍ୟ ନେଇ ପାରିବେ । ବାର୍ଷିକ ଏହାର ମୂଲ୍ୟ ଟିକେ ଶସ୍ତା ହୋଇଥାଏ ।
-
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ଯୁଦ୍ଧ ଭିତରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହେଲେ ଟ୍ରମ୍ପ, କହିଲେ ଆଲୋଚନା... -
T20 ବିଶ୍ୱକପ: କେତେ ମିଳିଲା ପୁରସ୍କାର ରାଶି ? -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ମଧ୍ୟପ୍ରାଚ୍ୟରେ ମହା ଭୟଙ୍କର ଯୁଦ୍ଧ, ଇସ୍ରାଏଲର ମିସାଇଲ ମାଡ଼ରେ ଆମେରିକାର ୩୦ କୋଟି ଡଲାର ମୂଲ୍ୟର ଥଡ୍ ରେଡାର ସିଷ୍ଟମ ଧ୍ବଂସ -
ବର୍ଷିଲେ ରାଷ୍ଟ୍ରପତି, ଅସନ୍ତୋଷ ପରେ ମମତା ବାନାର୍ଜୀ ଦେଲେ ପ୍ରତିକ୍ରିୟା -
ବଦଳିଲା ବୁକିଂ ନିୟମ, ଏଣିକି ୨୧ ଦିନ ନ ହେଲେ ମିଳିବନି ନୂଆ ସିଲିଣ୍ଡର -
ଦକ୍ଷିଣ ଲେବାନନ୍ ଉପରେ ପୁନର୍ବାର ଆକ୍ରମଣ କଲା ଇସ୍ରାଏଲ, ଏପର୍ଯ୍ୟନ୍ତ ଯୁଦ୍ଧରେ ୧,୨୩୦ ଲୋକଙ୍କର ମୃତ୍ୟୁ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ












Click it and Unblock the Notifications