Get Updates
Get notified of breaking news, exclusive insights, and must-see stories!

କିପରି ଅଛି ବିଗ୍ ବିଙ୍କ ସ୍ୱାସ୍ଥ୍ୟ ! ସେଟରେ ଲାଗିଥିଲା ଆଘାତ

Entertainment

ମୁମ୍ବାଇ: ସୁଟିଂକୁ ଫେରିଲେ ମେଗାଷ୍ଟାର ଅମିତାଭ ବଚ୍ଚନ । ଆରମ୍ଭ କଲେ 'ପ୍ରୋଜେକ୍ଟ କେ'କାମ । ନିକଟରେ ଫିଲ୍ମର ସେଟରେ ଆଘାତ ଲାଗିବା ପରେ ଅଭିନେତା କିଛି ଦିନ ବିଶ୍ରାମ ନେଇଥିଲେ। ଏବେ ପୁଣି ସେ କାମ କରିବା ଆରମ୍ଭ କରିଦେଇଛନ୍ତି । ଏନେଇ ନିଜେ ଅଭିନେତା ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, ଏପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଠିକ୍ ହୋଇ ନାହିଁ, ହେଲେ କାମ ଆରମ୍ଭ ହୋଇଯାଇଛି ।

ବିଗ୍ ବି ପ୍ରାୟତଃ ନିଜ ବ୍ଲଗରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥାନ୍ତି ଏବଂ ଫ୍ୟାନ୍ସଙ୍କ ସହ ସିଧାସଳଖ କଥା ହୋଇଥାନ୍ତି । ନିକଟରେ ମଧ୍ୟ ଶରୀରରେ ଆଘାତ ଲାଗିବା ସତ୍ୱେ ଅଭିନେତା ପ୍ରଶଂସକଙ୍କୁ ନିଜ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଥିଲେ । ଅମିତାଭ ବଚ୍ଚନ ନିଜ ବ୍ଲଗରେ ଲେଖିଛନ୍ତି, 'କାମର ସେଡ୍ୟୁଲ୍ ପୁଣି ପୂର୍ଣ୍ଣ ହୋଇଯାଇଛି, ଚାର୍ଟ ଲିଷ୍ଟ ମଧ୍ୟ ଭରିବା ଆରମ୍ଭ ହେଲାଣି । ମୋ କାମ ମୋତେ ଆନନ୍ଦ ଦିଏ । ଆଙ୍ଗୁଠିରେ ଜନ୍ତ୍ରଣା ଅଛି ହେଲେ କାମ କରିବାର ଇଛା ସମାଧାନର ବାଟ ଖୋଜି ସାରିଛି । '

ସେଟ ହୋଇଥିଲେ ଆହତ

ସୂଚନାଥାଉ ଯେ, ହାଇଦ୍ରାବାଦରେ 'ପ୍ରୋଜେକ୍ଟ କେ'ର ସୁଟିଂ ସମୟରେ ଅମିତାଭଙ୍କର ପିଠି ଓ ମାଂସପେଶୀରେ ଗଭୀର ଆଘାତ ଲାଗିଥିଲା । ଚଳିତ ମାସ ଆରମ୍ଭରେ ସେଟରେ ଆହତ ହେବା ପରେ ଅଭିନେତାଙ୍କୁ ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ପଡିଥିଲା ଏବଂ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଥିଲା । ଯେଉଁଥିପାଇଁ ତାଙ୍କୁ ସୁଟିଂ ମଧ୍ୟ ଅଧାରୁ ବନ୍ଦ କରିବା ପାଇଁ ପଡିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+