ଓଡ଼ିଆ ଫିଲ୍ମ 'ତୁ ମୋ ok' କୁ ଅମିତାଭ ବଚ୍ଚନଙ୍କ ପ୍ରଶଂସା, ଟ୍ୱିଟ କରି ଜଣାଇଲେ ଶୁଭେଚ୍ଛା
Odia Entertainment News :Amitabh Bachchan Has Promoted Upcoming Odia Film ‘Tu Moro Ok’ଓଡ଼ିଆ ଫିଲ୍ମ 'ତୁ ମୋ ok' କୁ ଅମିତାଭ ବଚ୍ଚନଙ୍କ ପ୍ରଶଂସା, ଟ୍ୱିଟ କରି ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର: ଏବେ ଓଡ଼ିଆ ଫିଲ୍ମ ଇଣ୍ତଷ୍ଟ୍ରି ଏକ ଖରାପ ସମୟ ଦେଇ ଗତି କରୁଛି । ଏପରି ସ୍ଥିତିରେ ଓଲିଉଡ଼କୁ ମିଳିଛି ବଲିଉଡ ଶେହେନ୍ସା ଅମିତାଭ ବଚ୍ଚନଙ୍କ ସମର୍ଥନ । ଓଡ଼ିଆ ଫିଲ୍ମ 'ତୁ ମୋ ok'କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ବିଗ୍ ବି । ସିଦ୍ଧାର୍ଥ ମ୍ୟୁଜିକ୍ ପ୍ରଯୋଜିତ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଶୀଘ୍ର ରିଲିଜ୍ ହେବା ପାଇଁ ଯାଉଛି । ଅମିତାଭ ବଚ୍ଚନ ନିଜ ଟ୍ୱିଟରେ 'ତୁ ମୋ ok' ଫିଲ୍ମର ପୋଷ୍ଟର ସେୟାର କରି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଶୁଭେଚ୍ଛା ଜଣାଇବା ସହ ଚଳଚ୍ଚିତ୍ର 'ତୁ ମୋ ok'ପାଇଁ ଶୀତଲ ଓ ପୂରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି । ଅମିତାଭ ବଚ୍ଚନଙ୍କ ଟ୍ୱିଟ୍ ପରେ ଏହି ପୋଷ୍ଟଟି ଭାଇରାଲ ହେବାରେ ଲାଗିଛି ।

T 4386 - Greetings to the Odia Film Industry ..
Film - "tu Moro ok"
— Amitabh Bachchan (@SrBachchan) August 22, 2022
Best wishes to Sheetal & Team@dayaent pic.twitter.com/vy7vFH4ihQ
ଏହି ଓଡ଼ିଆ ଫିଲ୍ମଟି ସିଦ୍ଧାର୍ଥ ମ୍ୟୁଜିକର ୩୧ ତମ ଫିଲ୍ମ । ତୁ ମୋ ok'ଫିଲ୍ମଟି ପ୍ରେମ, କମେଡ଼ି ଓ ଇମୋସନକୁ ନେଇ କାହାଣୀଟି ଗତିଶିଳ । ଫିଲ୍ମର ପୋଷ୍ଟର ଓ ଟିଜର ରିଲିଜ ହୋଇସାରିଛି । ଯାହାକୁ ଓଡ଼ିଆ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି । ଫିଲ୍ମରେ ଅଭିନେତ୍ରୀ ନାୟିକ ଶୀତଲ ପାତ୍ର ଓ ଜ୍ୟୋତିରଞ୍ଜନଙ୍କୁ ଏକାଠି ଦେଖିବା ପାଇଁ ମିଳିବ । ସୀତାରାମ ଅଗ୍ରୱାଲ ଏହି ଚଳଚ୍ଚିତ୍ର ପ୍ରଯୋଜନା କରିଥିବା ବେଳେ ମୃତ୍ୟୁଞ୍ଜୟ ସାହୁ ଏହାକୁ ନିର୍ଦ୍ଦେଶ ଦେଇଛନ୍ତି।












Click it and Unblock the Notifications