ସୁଟିଂ ସେଟରେ ଆହତ ହେଲେ ଅମିତାଭ ବଚ୍ଚନ, ହାଇଦ୍ରାବାଦରୁ ଫେରିଲେ ମୁମ୍ବାଇ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ସୁଟିଂ ସମୟରେ ହେଲେ ଦୁର୍ଘଟଣାର ଶିକାର । ଆହତ ହେଲେ ବିଗ୍ ବି । ନିଜ ବ୍ଲଗ୍ ଜରିଆରେ ସୂଚନା ଦେଲେ ଅମିତାଭ ବଚ୍ଚନ ।

Amitabh Bachchan Gets Injured

Amitabh Bachchan Gets Injured: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ସୁଟିଂ ସମୟରେ ହେଲେ ଦୁର୍ଘଟଣାର ଶିକାର । ଆହତ ହେଲେ ବିଗ୍ ବି । ନିଜ ଅଫିସିଆଲ ବ୍ଲଗ୍ ଜରିଆରେ ସୂଚନା ଦେଲେ ଅଭିନେତା । ଅଭିନେତାଙ୍କ ସୂଚନା ଅନୁସାରେ, ହାଇଦ୍ରାବାଦରେ ସୁଟିଂ ଚାଲିଥିବା ସମୟରେ ସେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

ସେ କହିଛନ୍ତି ଯେ, ତାଙ୍କର ଆଗାମୀ ଚଳଚ୍ଚିତ୍ର 'ପ୍ରୋଜେକ୍ଟ କେ' ପାଇଁ ଏକ ଆକ୍ସନ୍ ଦୃଶ୍ୟର ସୁଟିଂ ସମୟରେ ସେ ଆହତ ହୋଇଛନ୍ତି ଏବଂ ବର୍ତ୍ତମାନ ସେ ମୁମ୍ବାଇରେ ସେ ନିଜ ଘରେ ବିଶ୍ରାମ କରୁଛନ୍ତି ।

ବିଗ୍ ବି ତାଙ୍କ ବ୍ଲଗରେ ଲେଖିଛନ୍ତି, 'ହାଇଦ୍ରାବାଦରେ 'ପ୍ରୋଜେକ୍ଟ କେ' ପାଇଁ ସୁଟିଂ କରୁଥିବାବେଳେ, ଆକ୍ସନ୍ ସଟ୍ ସମୟରେ ମୁଁ ଆହତ ହୋଇଥିଲି। ମୁଁ ହାଇଦ୍ରାବାଦରୁ ଘରକୁ ଫେରି ଆସିଛି, ବିଶ୍ରାମ ନେଉଛି । ବ୍ୟାଣ୍ଡେଜ୍ କରାଯାଇଛି ଏବଂ ବାକି ଚିକିତ୍ସା ଜାରି ରହିଛି । ହଁ ଏହା ଯନ୍ତ୍ରଣାଦାୟକ, ଚଳପ୍ରଚଳ ଏବଂ ନିଶ୍ୱାସ ନେବାରେ ସାମାନ୍ୟ ଅସୁବିଧା ହେଉଛି, ସୁସ୍ଥ ହେବାକୁ କିଛି ସପ୍ତାହ ଲାଗିଯିବ, ଯନ୍ତ୍ରଣା ପାଇଁ ଔଷଧ ମଧ୍ୟ ଖାଉଛି'

ସେ ଆହୁରି କହିଛନ୍ତି, ଏହି ଦୁର୍ଘଟଣା ପାଇଁ ବର୍ତ୍ତମାନ ସୁଟିଂ ବନ୍ଦ ରହିଛି । ଚିକିତ୍ସା ଶେଷ ନହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ବନ୍ଦ ରହିବ। ସେହିପରି ସେ ଆଜି ତାଙ୍କ ଘର ବାହାରକୁ ଆସୁଥିବା ନିଜ ଫ୍ୟାନ୍ସଙ୍କୁ ଭେଟି ପାରିବେ ନାହିଁ ବୋଲି ମଧ୍ୟ କହିଛନ୍ତି ଏବଂ
ନ ଆସିବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନାଥାଉ ଯେ, ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର 'ପ୍ରୋଜେକ୍ଟ କେ'ରେ ଅମିତାଭ ବଚ୍ଚନଙ୍କ ସହ ଦୀପିକା ପାଦୁକୋଣଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୧୨ରେ ମୁକ୍ତିଲାଭ କରିବ । ନାଗ ଅଶ୍ୱିନ୍ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି । ଏହି ଫିଲ୍ମକୁ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଚଳଚ୍ଚିତ୍ର ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+