ଡାକ୍ତରଖାନାରୁ ଡିସଚାର୍ଜ ହେଲେ ଅମିତାଭ ବଚ୍ଚନ, ଅଭିନେତାଙ୍କର ହୋଇଥିଲା ଏଞ୍ଜିଓପ୍ଲାଷ୍ଟି
Amitabh Bachchan Dischaged From Hospital: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ନେଇ ରହିଛି ଏକ ବଡ଼ ଖବର । ଏପରିକି ଆଜି ଟ୍ରେଣ୍ତରେ ମଧ୍ୟ ରହିଛନ୍ତି ବିଗ୍ ବି । ସକାଳେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଖବର ପ୍ରକାଶ ପାଇଥିଲା ହେଲେ ଏବେ ତାଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଏକ ଖୁସି ଖବର । ବାସ୍ତବରେ, ଆଜି ଅର୍ଥାତ୍ ୧୫ ମାର୍ଚ୍ଚରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଭିନେତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ବୋଲି ସୂଚନା ରହିଛି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅଭିନେତା ଅମିତାଭ ବଚ୍ଚନଙ୍କର ଏଞ୍ଜିଓପ୍ଲାଷ୍ଟି ହୋଇଛି । ୮୧ ବର୍ଷିୟ ଅଭିନେତା ଅମିତାଭଙ୍କର ଗୋଡରେ ରକ୍ତ ଜମାଟ ବାନ୍ଧିବା କାରଣରୁ ଏହି ଏଞ୍ଜିଓପ୍ଲାଷ୍ଟି କରାଯାଇଛି । ସାଧାରତଃ ହାର୍ଟ ପାଇଁ ଏଞ୍ଜିଓପ୍ଲାଷ୍ଟି କରାଯାଇଥାଏ । ବର୍ତ୍ତମାନ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ଇ-ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ନିକଟତମ ସୂତ୍ରରୁ ପ୍ରକାଶ ଯେ 'ଅମିତାଭ ବଚ୍ଚନଙ୍କୁ ଆଜି ସକାଳେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ସଫଳ ଏଞ୍ଜିଓପ୍ଲାଷ୍ଟି ପରେ ଆଜି ତାଙ୍କୁ ଡିସଚାର୍ଜ କରାଯାଇଛି ।
କିଛି ସମୟ ପୂର୍ବରୁ ବିଗ୍ ବି ତାଙ୍କ X ଆକାଉଣ୍ଟରେ ଏକ ଟ୍ୱିଟ୍ ମଧ୍ୟ କରିଥିଲେ। ସେ ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ 'ସର୍ବଦା କୃତଜ୍ଞ ...' ତାଙ୍କ ଟ୍ୱିଟରୁ ଜଣାପଡିଛି ଯେ ବିଗ୍ ବିଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବର୍ତ୍ତମାନ ଭଲ ଅଛି। ଅମିତାଭଙ୍କର ଏହି ଟ୍ୱିଟ୍ ପରେ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିବା ସହ ତାଙ୍କର ମଙ୍ଗଳ କାମନା ମଧ୍ୟ କରୁଥିବାର ଦେଖିବା ପାଇଁ ମିଳୁଛି ।












Click it and Unblock the Notifications